April 25, 2025
Home » ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଉଦଯାପନୀ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଉଦଯାପନୀ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

0

l
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ମଥୁରl ପଂଚାୟତ କେଳାକଟା ଖେଳ ପଡିଆଠାରେ ପ୍ରଥମ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବରେ ଉଦଯାପନୀ ଉତ୍ସବ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗତକାଲି ସନ୍ଧ୍ୟାରେ କୃଷ୍ଣ ଓ ବଳରାମ ଙ୍କୁ ନେଇ ଏକ ସୁସଜ୍ଜିତ ରଥରେ ଗୋପପୁର ଗ୍ରାମକୁ ପରିକ୍ରମା କରିଥିଲେ l ଗୋପପୁର ଗ୍ରାମରେ ଭବ୍ୟ ସ୍ୱାଗତ କରାଯାଇଥିଲା l ସକାଳରେ ସତ୍ୟ ସନାତନ ଧର୍ମ ପ୍ରଚାରକ ସଙ୍ଘ ମଥୁରା ଶାଖା ଓ ମହିମା ଧାର୍ମ ପ୍ରଚାରକ ସଙ୍ଘ ଯୁରୁନ୍ଦା ମୁଖ୍ୟ ବାବା ରଘୁ ଦାସ ଏବଂ ଶତାଧିକ ଭକ୍ତ ଓ ସାଧୁଙ୍କୁ ନେଇ ଗୋବର୍ଦ୍ଧନ ପାହାଡ଼ରେ ଅଖଣ୍ଡ ଯଜ୍ଞ ଓ ମହିମା ଭଜନ ଅନୁଷ୍ଠିତ ହୋଇଥିଲା ।ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l

ପ୍ରଥମ ଅଧିବେଶନ ରେ ନୟାଗଡ଼ର ପ୍ରବକ୍ତା ଏଥିରେ ମୁଖ୍ୟ ଅତିଥି ଭାବେ ସଂମ୍ମାନିତ ଅତିଥି ଭାବେ ନୟାଗଡ଼ର ଯୁବ ବ୍ୟବସାୟୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଗୋସେବକ କୃଷ୍ଣ ଚନ୍ଦ୍ର ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ବୌଦ୍ଧର ଯୁବ ବ୍ୟବସାୟୀ ରାଧେଶ୍ୟାମ ସିଂଘଲ ଓ ମୁଖ୍ୟବକ୍ତା ଭାବେ ବୁଟୁପାଲି ରାଧା ଆଶ୍ରମ ମୁଖ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ ଯୋଗଦେଇ ଗୋସେବା କରି ଏ ଅଞ୍ଚଳର ସାଂସ୍କୃତିକ, ଆଧ୍ୟାତ୍ମିକ, ଅର୍ଥ ନୈତିକ ବିକାଶ ହୋଇପାରିବ ବୋଲି କହିଥିଲେ l ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ପ୍ରବୀଣ କୁମାର ବାରିକ, ସଂମ୍ମାନିତ ଅତିଥି ଭାବେ ମଥୁରା ସରପଞ୍ଚ ପ୍ରଦୀପ କୁମାର କହଁର ମୁଖ୍ୟବକ୍ତା ଭାବେ ରାଧାନଗର ସରପଞ୍ଚ ଗଣେଶ ପ୍ରସାଦ ବେହେରା ଯୋଗ ଦେଇ ଦୋଳ ମହୋତ୍ସବ କୁ ପ୍ରତ୍ୟେକ ବର୍ଷ ଆୟୋଜନରେ ସକ୍ରିୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ସଭା ସଂଯୋଜନା କରିଥିବାବେଳେ ଦୋଳ ମହୋତ୍ସବ କମିଟି ସଭାପତି ଜଗନ୍ନାଥ ମେହେର ସଭାପତିତ୍ୱ ଓ ସମ୍ପାଦକ ଜଗଦିଶ ମଲ୍ଲିକ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ,ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼, ଦୋଳ ମହୋତ୍ସବ କମିଟି ସଦସ୍ୟ ଦିଗାମ୍ବର ପାତ୍ର, ମାନଭଞ୍ଜନ ପାତ୍ର, ତ୍ରିନାଥ ପାଢ଼ୀ, ନରେନ୍ଦ୍ର ଷାଣ୍ଢ, ଅଶୋକ ବେହେରା, ନୀଳକଣ୍ଠ ସାହୁ, ଅଖିଳ ପ୍ରଧାନ,ମହୋତ୍ସବ କମିଟି ସଂଯୋଜକ କେଦାର ନାଥ ସାହୁ, ବସନ୍ତ କୁମାର ସାହୁ,ଅଭିନଵ ପଟ୍ଟନାୟକ, ପ୍ରବୀର କୁମାର ଦାସ,ନନ୍ଦନ ଚୌଧୁରୀ, ହୃଷିକେଶ କ୍ଷେତୀ, ଅରୁଣ କୁମାର ମେଣ୍ଡିଲି, ଇଂ. ବିକାଶ ମହାକୁଡ଼,ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ୍ୟ କମିଟି ମାନେ ସହଯୋଗ କରିଥିଲେ l ଏହି ଅବସରରେ ମାହେଶ୍ୱରୀ ଗୋଶାଳାର ପୃଷ୍ଟପୋଷାକ ଭାଗ୍ୟଧର ମହାକୁଡ଼, ବୈଦ୍ୟଶାଳା ରାଜବୈଦ୍ୟ ଡା. ନିରାକାର ବେହେରା, ଧନଞ୍ଜୟ ବାଗଙ୍କ ସମେତ ବିଭିନ୍ନ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା l ମଞ୍ଚରେ ନଅ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ନାଟ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ କଳାକାର ସୁରେନ୍ଦ୍ର କର୍ଣ୍ଣ ପରିଚାଳନା କରିଥିଲେ l ଦୋଳ ମହୋତ୍ସବକୁ ସଫଳ କରିବା ନିମନ୍ତେ ବିନିକା ଡୁମୁରିପାଲି ର ପ୍ରଫୁଲ୍ଲ କୁମାର ମେହେର ଓ ସାଥିଙ୍କ ଦ୍ୱାରା ଶ୍ରୀକୃଷ୍ଣ ଲୀଳା ଓ କଂସ ବଧ ନାଟକ ପ୍ରଦର୍ଶନ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ,ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *