ରାଜ୍ୟ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ କୁ ସୁବର୍ଣ୍ଣପୁର ଜିଲ୍ଳା ରୁ ବଲାଡି ର ଛାତ୍ରୀ ମନୋନୀତ
ସୁବର୍ଣ୍ଣପୁର ଜିଲ୍ଲା ପାଣି ପଞ୍ଚାୟତ ତରଫରୁ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ରୁ ନାରାୟଣପୁର କ୍ଲଷ୍ଟର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିବା ସହ ମୋଟ ଏଗାର ହଜାର ଅର୍ଥରାଶି ପୁରସ୍କାର ଆକାର ରେ ପାଇ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି l ଗାଇଡ଼ ଶିକ୍ଷକ ନାରାୟଣପୁର ସିଆରସିସି ସମୀର କୁମାର ପଣ୍ଡା ଙ୍କ ତତ୍ୱାବଧାନରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଙ୍କ ସଫଳତା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସତ୍ୟଜିତ ପଟ୍ଟନାୟକ ବିଜ୍ଞାନ ଶିକ୍ଷକ ସଂଗ୍ରାମ ମିଶ୍ର ଓ ପ୍ରମୋଦ ସାହୁ ତଥା କ୍ଲଷ୍ଟର ର ନାରାୟଣପୁର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ କଲ୍ୟାଣ ସାମଲ ଶୁଭେଚ୍ଛା ଜଣାଇବା ସହ ପିତା ବୀରେନ୍ଦ୍ର ସାହୁ ଓ ମାତା ଡଲି ସାହୁ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
