December 26, 2025
Home » ରାଜ୍ୟ ସ୍ଥରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଚମ୍ପିୟାନ

ରାଜ୍ୟ ସ୍ଥରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଚମ୍ପିୟାନ

0
WhatsApp Image 2025-10-31 at 10.53.46 PM

ବ୍ରହ୍ମପୁର, ରାଜ୍ୟ ସ୍ଥରିୟ ଭାର ତ୍ତୋଳନ ପ୍ରତି ଯୋଗିତାରେ ଗଞ୍ଜାମ ଜିଲ୍ଲା ଚମ୍ପିୟାନ ଦଳ ଭାବେ ଘୋଷିତ ହୋଇଛି l ଯାହାକି ଗଞ୍ଜାମ ଜିଲ୍ଲା ଭାରୋ ଉତ୍ତୋଳନ ସଂଘ ର ସମସ୍ତ କର୍ମକର୍ତ୍ତା ଙ୍କ ସହ ସମସ୍ତ ଖେଳାଳି ଏବଂ ଗଞ୍ଜାମ ଜିଲ୍ଲା ବାସୀଙ୍କ ମନରେ ଏକ ଆନନ୍ଦ ର ବାତାବରଣ ସୃଷ୍ଟି ହୋଇଛି l ଗତ୨୭/୧୦ ତାରିଖରେ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ଭାର ଉତ୍ତୋଳନ ରାଜ୍ୟ ସ୍ଥାରିୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏହି ପ୍ରତିଯୋଗିତାରେ ୨୦ ଟି ଜିଲ୍ଲାରୁ ମୋଟ ୨୫୦ ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ୟୁଥ୍ ଜୁନିଅର, ଏବଂ ସିନିୟର୍ ରେ ଗଞ୍ଜାମ ଜିଲ୍ଲା ଚମ୍ପିୟାନ ହୋଇଥିବାବେଳେ ୟୁଥ୍ ଏବଂ ଜୁନିଅର ଢେଙ୍କାନାଳ ରନର ହୋଇଅଛି l ସେହି ପରି ଖୋର୍ଦ୍ଧା ସିନିୟର୍ ଦଳ ରନର ହୋଇଅଛି l ସେହିପରି ସିନିୟର୍ ବିଭାଗରେ ବେଷ୍ଟ ଲିଫ୍ଟଟର ଭାବେ ଗଞ୍ଜାମ ଜିଲ୍ଲା ହୋଇଅଛି l ଉଦଯାପନୀ ଉତ୍ସବରେ ଓଡିଶା ଅଲିମ୍ପିକ୍ ସଂଘର୍ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ସ୍ପୋର୍ଟସ ଡାଇରେକ୍ଟର ଡ. ବିଜୟ ୟେଦୁଲା ଯୋଗଦେଇ ସମସ୍ତ ବିଜେତା ଖେଳାଳିଙ୍କୁ ପୁରସ୍କୃତ କରାଯାଇ ଥିଲା l ସମସ୍ତ ଖେଳାଳିଙ୍କୁ ବ୍ରହ୍ମପୁର, ରେଳ ଷ୍ଟେସନ ଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଭlରୋ ଉତ୍ତୋଳନ ସଂଘ ସଭାପତି ସଚ୍ଚିଦାନନ୍ଦ ଦାସ ଏବଂ ସମ୍ପାଦକ ସୁଧୀର କୁମାର ପାତ୍ର, ଉପ ସଭାପତି, ଗାଗାରିନ ନାୟକ,କୋଚ କୁରୁମା ରାଓ, ବୁଲୁ ସୁବୁଦ୍ଧି, ଦାମିନି ସାହୁ, ସଂଯୁକ୍ତା ସାହୁ, ବିଷ୍ଣୁ ପ୍ରିୟା ନାୟକ, ଓ ଲକ୍ଷ୍ମୀ ଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *