ରାଧାନଗର ରେ ବୌଦ୍ଧ ଦିନ୍ ପାଳିତ

l ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲାର ଏକତିରିଶି ତମ ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମରେ ଯୁବ ସ୍ଵେଚ୍ଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀଙ୍କ ନେତୃତ୍ବରେ ବୌଦ୍ଧ ଦିନ୍ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ରାଧାନଗର ଗ୍ରାମପଞ୍ଚାୟତର ସରପଞ୍ଚ ଗଣେଶ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବୌଦ୍ଧ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଆଗ ଧାଡିର ଗାୟକ ମାଧବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାହିତ୍ୟ ସାଧକ ତଥା ଗାୟକ ସୁଜ୍ଞାନ ବାଘ, ଗାୟକ ସନ୍ତୋଷ ଦାସ ଓ ବୌଦ୍ଧ ମାଟିର ଛୁଆର ପ୍ରତିଷ୍ଠାତା ନରେଶ ବେହେରା ଯୋଗଦାନ କରିଥିଲେ।
ରାଧାନଗର ଗ୍ରାମର ବରିଷ୍ଠ ନାଗରିକ ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ବୌଦ୍ଧ ଦିନ୍ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଆସି ନିଜର କଳା ପ୍ରଦର୍ଶନ କରିଥିବା ବେଳେ ମନୋଜ ବେହେରା ଶବର ନୃତ୍ୟ କରି ସମସ୍ତଙ୍କ ମନ ମୋହି ଥିଲେ। ଯୁବରାଜ ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ତୋଫାନ୍ ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସମୀର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରିବା ସହିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାଧାନଗର ଗ୍ରାମରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଅମ୍ଳାନ ଦେହୁରୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଦିବାକର,ଚନ୍ଦନ, ପ୍ରକାଶ,ଅନିଲ୍,ଆଶିଷ୍,ଅମିତ୍, ବସନ୍ତ,ଯୁବରାଜ, ତୁଷାର,ଆନନ୍ଦ,ସାନୁଞ୍ଜୟ,ସୁଶାନ୍ତ,ବବୁଲ,ଆକାଶ,ପ୍ରିତମ୍,ପପୁ,ସିଦ୍ଧାନ୍ତ,ଶ୍ରୀତମ୍ ଆଦି ସହଯୋଗ କରିଥିଲେ। ସୂଚନା ଥାଉକି ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସକୁ ବୌଦ୍ଧ ଦିନ୍ ଭାବରେ ପାଳନ କରୁଥିବା ପ୍ରଥମ ଗାଁ ହେଉଛି ରାଧାନଗର ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର