January 3, 2026
Home » ରାଧାନଗର ରେ ବୌଦ୍ଧ ଦିନ୍ ପାଳିତ

ରାଧାନଗର ରେ ବୌଦ୍ଧ ଦିନ୍ ପାଳିତ

0
WhatsApp Image 2026-01-03 at 1.29.26 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାର ୩୨ତମ ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମରେ ଯୁବ ସ୍ବେଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀଙ୍କ ନେତୃତ୍ୱରେ ବୌଦ୍ଧ ଦିନ୍ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବୌଦ୍ଧ ମାଟିର ଉଦିୟମାନ ତାରକା ସିନେ ଅଭିନେତା ଚିନ୍ମୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାର ଅନ୍ୟତମ ଉଦୀୟମାନ ତାରକା ଲେଖକ ତଥା ରାମଗଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ଦୀପ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାୟକ ନିଳାମୟ ଦେହୁରୀ ଯୋଗଦାନ କରିଥିଲେ।ରାଧାନଗର ଗ୍ରାମର ପୁଅ ଅବସର ପ୍ରାପ୍ତ ଶିକ୍ଷକ ତଥା ଲେଖକ ସତ୍ୟନାରାୟଣ ଦେହୁରୀ ସଭାପତିତ୍ବ କରିଥିଲେ। ବୌଦ୍ଧ ଦିନ୍ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଆସି ନିଜର କଳା ପ୍ରଦର୍ଶନ କରିଥିଲେ। ରାଧାନଗର ଗ୍ରାମର ବରିଷ୍ଠ ନାଗରିକ ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ ଅତିଥି ପରିଚୟ ଦେଇଥିବା ବେଳେ ଦେବାର୍ଚ୍ଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ସରୋଜ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାଧାନଗର ଗ୍ରାମରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରୀ ଅର୍ପିତା ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମନୋଜ,ଦିବାକର,ସମୀର,ଆଶିଷ, ଅମିତ୍,ଯୁବରାଜ,ଚନ୍ଦନ,ଶୁଭେନ୍ଦୁ,ପପୁ,ସିଦ୍ଧାନ୍ତ, ତୁଷାର,ବବୁଲୁ,ଧିରେନ୍,ଆନନ୍ଦ,ବିଭୁତି,ସାନୁଞ୍ଜୟ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *