July 1, 2025
Home » ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗରୀବ ମହିଳାଙ୍କୁ ଅନ୍ନପ୍ରସାଦ,ବସ୍ତ୍ର ଓ ମିଷ୍ଟାନ୍ନ ବାଣ୍ଟି ନବବର୍ଷ ଖୁସି ମନାଇଛନ୍ତି

ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗରୀବ ମହିଳାଙ୍କୁ ଅନ୍ନପ୍ରସାଦ,ବସ୍ତ୍ର ଓ ମିଷ୍ଟାନ୍ନ ବାଣ୍ଟି ନବବର୍ଷ ଖୁସି ମନାଇଛନ୍ତି

0
WhatsApp Image 2025-01-02 at 8.22.37 PM

ନବବର୍ଷ ଅବସରରେ କେକ୍ କାଟିବା, ଡିଜେ ବଜାଇ ନାଚିବା ,ବଣଭୋଜି ଆସର ଜମାଇ ଖୁସି ମନାଇବାରେ ସମସ୍ତେ ମସଗୁଲ । କିନ୍ତୁ ଅସହାୟ ମହିଳା ଙ୍କ ସହ ଦିନ କଟାଇ ସେମାନଙ୍କୁ ଅନ୍ନ-ପ୍ରସାଦରେ ଆପ୍ୟାୟିତ କରାଇ, ମିଷ୍ଟାନ ପ୍ରଦାନ ସହ ପ୍ରତ୍ୟେକଙ୍କୁ ନୂତନ ବସ୍ତ୍ର ଶାଢ଼ୀ ବିତରଣ କରି ଏକ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ,ସମାଜସେବୀ ବୁନୁ ମିଶ୍ର, ଯାହାକି ଅସହାୟ ମହିଳା ଙ୍କ ମୁହଁରେ ହସ ଫୁଟାଇ ଖୁସି ମନାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି, ଛତ୍ରପୁର ର ଏନ୍.ଏ.ସି. ର ୧୦ନଂ ୱାର୍ଡ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର ଅଟନ୍ତି । ସେ ଏହି ଟ୍ରଷ୍ଟ ଗଠନ କରି ଉକ୍ତ ସଂଗଠନ ମାଧ୍ୟମରେ ସେ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର, ବୃକ୍ଷ ରୋପଣ, ଅସହାୟ ଝିଅ ଙ୍କ ବିବାହ କାର୍ଯ୍ଯ ସମ୍ପନ୍ନ କରିବା ସହିତ ବହୁ ଜନମଙ୍ଗଳ କାର୍ଯ୍ୟ କରି ସମାଜରେ ବେଶ୍ ପ୍ରଶଂସନୀୟ ହୋଇଛନ୍ତି ।
ଚଳିତ ବର୍ଷ ନବବର୍ଷର ପ୍ରଥମ ଦିବସରେ ଶୁଭ ଅଭିନନ୍ଦନ ଜଣାଇ ବୁଧବାର ଛତ୍ରପୁର ର ଏନ୍.ଏ.ସି. କଲ୍ୟାଣ ମଣ୍ଡପ ପରିସରର ଏକ ବର୍ଣ୍ଣାଢ଼୍ୟ ସମାରୋହରେ ନବବର୍ଷ ର ଖୁସି ମନାଇଛନ୍ତି । ଛତ୍ରପୁର ର ଏନ୍.ଏ.ସି. ର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଏନ୍.ଏ.ସି.ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ,ସ୍ୱାଭିମାନ ସ୍ବେଛାସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା, ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲି ବାଳା ରାଉତ ଓ ଯୁଗ୍ମ -ସମ୍ପାଦିକା ଗୀତାଞ୍ଜଳି ସାହୁ ଯୋଗଦେଇ ୭୧ଜଣ ଅସହାୟ ମହିଳା ମାନଙ୍କୁ ନୂତନ ବସ୍ତ୍ର ସହିତ ମିଷ୍ଠାନ ବଣ୍ଟନ କରିଥିଲେ, ଏହି ଅବସର ରେ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଓ ଗଞ୍ଜାମ ସହର ର ବହୁ ଗଣ ମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ, ବରିଷ୍ଠ ନାଗରିକ ଏବଂ ସମସ୍ତ କାଉନସିଲର ମାନଂକୁ ଟ୍ରଷ୍ଟ ପକ୍ଷରୁ ମୋମେଂଟ ଦେଇ ସମ୍ବର୍ଦ୍ଧନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ କେରାଣ୍ଡିତୋଳା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ନରହରି ପ୍ରଧାନ, ସଂଯୋଜକ କାମରଜୁ ମହାରଣା, ଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ସାମାଜିକ କର୍ମୀ ମିନି ମହାପାତ୍ର, ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡା, ଶିକ୍ଷକନେତା ରବି ନାରାୟଣ ବେହେରା, ପୂର୍ବତନ କାଉନସିଲର ଵି. ରାଜି ବାବୁ ଓ ସୁବ୍ରତ ପଢିଆରୀ, କାଉନସିଲର ବି.ନିଶ୍ଚଳା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର ଙ୍କ ନେତୃତ୍ତ୍ୱରେ ପାଳନ ହୋଇଥିବା ବେଳେ ଉପଦେଷ୍ଟା ଆଇନଜୀବି ପ୍ରଶାନ୍ତ ଶତପଥି ସଂଯୋଜନା କରିଥିଲେ । ଶେଷରେ ସମ୍ପାଦିକା ଝିଲିବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।।

chatrapur epa ru muna behera nka report

Leave a Reply

Your email address will not be published. Required fields are marked *