December 18, 2025
Home » ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପୁନଃନିଯୁକ୍ତି ଦାବୀ

ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପୁନଃନିଯୁକ୍ତି ଦାବୀ

0
WhatsApp Image 2025-12-17 at 4.41.54 PM

ଗଜପତି ଜିଲ୍ଲା ଆର.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ରାମଗିରି ଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ପୁନଃନିଯୁକ୍ତି କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି । ଅଞ୍ଚଳବାସୀଙ୍କ ସୂଚନାନୁଯାୟୀ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ବ୍ରଜରାଜ କର କାର୍ଯ୍ୟରତ ଥିଲେ । ସେ ଲୋକଙ୍କୁ ନିସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ । ବହୁବର୍ଷର ବ୍ୟବଧାନ ପରେ ତାଙ୍କ ଭଳି ଜଣେ ଡାକ୍ତରଙ୍କୁ ପାଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିଲା । କିନ୍ତୁ ସେ କିଛିଦିନ ସେଠାରେ କାର୍ଯ୍ୟ କଲାପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ।

ଏହାପଛରେ କିଛି କୁଚକ୍ରୀ ଗୋଷ୍ଠୀ ସେମାନଙ୍କ ସ୍ୱାର୍ଥପୂରଣ ନହେବା କାରଣରୁ ବଦଳି କରାଯାଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନାଗାଙ୍କୁ ଭେଟି ଡାକ୍ତର ବ୍ରଜରାଜ କରଙ୍କୁ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃନିଯୁକ୍ତି କାରିବାକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ହୋନାଗା ଏବିଷୟରେ ପଦକ୍ଷେପ ନେବି ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଦାବୀପତ୍ର ପ୍ରଦାନ ବେଳେ ଡିୱାଇଏଫଆଇ ର ଜିଲ୍ଲା ଉପସଭାପତି ମାନସ କୁମାର ଜେନା,ଦାମୋଦର ଉଠାଣସିଂ, ଶେଳେନ୍ଦ୍ର ମାଳୀ, ଦିପ୍ତି ଲିମ୍ମା, ଅକ୍ଷୟ କୁମାର ବଳିୟାରସିଂଙ୍କୁ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ରାମଗିରି ଅଞଚଳବାସୀ ଚେତାବନୀ ଦେଇଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *