July 4, 2025
Home » ରାମଚଣ୍ଡୀ ପୀଠରେ ସମ୍ବର୍ଦ୍ଧିତ ହେଲେ ସୁନାମଧନ୍ୟ ଓଡିଆ ଚଳଚିତ୍ର ନୃତ୍ୟଗୁରୁ ଅମିତ କୁମାର ନାୟକ

ରାମଚଣ୍ଡୀ ପୀଠରେ ସମ୍ବର୍ଦ୍ଧିତ ହେଲେ ସୁନାମଧନ୍ୟ ଓଡିଆ ଚଳଚିତ୍ର ନୃତ୍ୟଗୁରୁ ଅମିତ କୁମାର ନାୟକ

0
WhatsApp Image 2024-11-25 at 5.22.17 PM

ଓଡ଼ିଆ ସିନେମା ଜଗତରେ ଚହଳ ପକାଇଥିବା କର୍ମ ଫିଲ୍ମର ଚିରିଂ ଚିରିଂ ଗୀତ ତଥା ମାଲ୍ୟଗିରିର ଧୁଳିଆ ଜନ୍ଦା ଗୀତର ପ୍ରଚ୍ଛଦପଟର ସୁନାମଧନ୍ୟ ନୃତ୍ୟ ଗୁରୁ ଏବଂ ନିର୍ଦ୍ଧେଶକ ଶ୍ରୀ ଅମିତ କୁମାର ନାୟକ ଆଜି ମାଁ ରାମଚଣ୍ଡୀଙ୍କ ପୀଠକୁ ଆସି ଦର୍ଶନ କରିବା ସହ ମନ୍ଦିର ବିଷୟରେ ମନ୍ଦିର ପୂଜା କମିଟିର ସଦସ୍ୟ ସୁଧୀର ମହାରଣା ଓ ବରୁଣ ଚୌଧୁରୀଙ୍କ ଠାରୁ ପଚାରି ବୁଝିଥିଲେ। ପରେ ମନ୍ଦିର ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ମା’ ରାମଚଣ୍ଡୀ ମନ୍ଦିର ତରଫରୁ ନୃତ୍ୟ ଗୁରୁ ଅମିତଙ୍କୁ କମିଟିର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରି ଭବିଷ୍ୟତରେ ମାଆଙ୍କ ପୀଠ କିପରି ଲୋକଲୋଚନକୁ ଆସିପାରିବ ସେ ନେଇ ଆଲୋଚନା କରିବା ସହ ଓଡ଼ିଆ ଗୀତ ଓ ଚଳଚିତ୍ର କିପରି ଏଠାରେ ସୁଟିଂ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।

ଏହାପରେ ଛତ୍ରପୁର ନୃତ୍ୟ ନିର୍ଦ୍ଧେଶକ ସଂଘର ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଟନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ଏମ. ରବୀନ୍ଦ୍ର ରେଡ୍ଡୀ ଏବଂ ଟି.ସୁରେଶ ରାଓ ଶ୍ରୀ ନାୟକଙ୍କୁ ସମ୍ମାନିତ କରିବା ସହ କିପରି ଗଞ୍ଜାମର କଳାକାରଙ୍କୁ ଓଡ଼ିଆ ସିନେ ଜଗତରେ ସୁଯୋଗ ମିଳିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ l ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କରପଡ଼ା ଗ୍ରାମର ସରପଞ୍ଚ ଅଜୟ ନାୟକ, ସମାଜସେବୀ ମନୋଜ ମିଶ୍ର, ଓକିଲ ଲସିତ ବେହେରା, ଦୀପକ ବେହେରା, ଦିନେଶ ମହାନ୍ତି, ନାରାୟଣ ସାହୁ, ଏସ. ରବି, ମାଧବ ସାସମଲ, ଉପେନ୍ଦ୍ର ବେହେରା, ଟୁଟୁ ନାୟକ, ରାଜେଶ ପାତ୍ର, ମୁନା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନୃତ୍ୟଗୁରୁ ଶ୍ରୀ ନାୟକଙ୍କୁ ଚଳିତବର୍ଷ ଜି ସାର୍ଥକ ଟିଭି ତରଫରୁ ଶ୍ରେଷ୍ଠ କୋରିଓଗ୍ରାଫର୍ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

chatrapur epa ru muna behera nka report

Leave a Reply

Your email address will not be published. Required fields are marked *