ରାମଚଣ୍ଡୀ ମନ୍ଦିରର ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଦେହାନ୍ତ !
ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ରହିଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଜଣେ ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଗତକାଲି ମଧ୍ୟାହ୍ନ ବେଳକୁ ଦେହାନ୍ତ ହେଇଯାଇଛି । ହିଞ୍ଜିଳିକାଟୁ ବ୍ଲକ୍ କୋଟିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦିଗାପଡ଼ା ଗ୍ରାମରେ ପୈତୃକ ଘରେ କାମ କରୁଥିବା ବେଳେ କୌଣସି ଅସାବଧାନତା ବଶତଃ ଇଲେକ୍ଟ୍ରି-ସକ୍ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘରେ ଇଲେକ୍ଟ୍ରି ଆଘାତ ହୋଇ ତାଙ୍କ ସ୍ତ୍ରୀ ଅନ୍ୟ ସହଯୋଗୀ ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ।
ମୃତକ ସନ୍ତୋଷ ମହାରଣାଙ୍କର ପତ୍ନୀ ଓ ଏକ ବର୍ଷର ପୁତ୍ର ସନ୍ତାନ ଅଛନ୍ତି । ତାଙ୍କର ମାତା ପିତା ପୂର୍ବରୁ ସ୍ବର୍ଗଗାମୀ ହୋଇଥିବାବେଳେ ସେ ଆର୍ଥିକ ସଙ୍କଟ ଦିଗରେ ଗତି କରି ତାଙ୍କର ତିନିଜଣ ଭଉଣୀ ଙ୍କୁ ଶାଶୁ ଘର ପଠାଇଥିଲେ । ସେ କାଠଶିଳ୍ପୀ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ ।
ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଜଣେ ଦକ୍ଷତା ସମ୍ପନ୍ନ ସେବକ ଭାବେ ନିଃ-ସ୍ବାର୍ଥପର କାର୍ଯ୍ଯ କରି ନିଜ ଜୀବନ କୁ ଉତ୍ସର୍ଗ କରି ଆସିଥିବା ବେଳେ ତାହାଙ୍କ ଅକାଳ ବିୟୋଗରେ
ରାମଚଣ୍ଡୀ ମନ୍ଦିରର ଟ୍ରଷ୍ଟ ଓ ପୂଜା କମିଟୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରଯାଇଛି ।
ଅର୍ଥ ଦ୍ୱାରା ସବୁ କିଣି ପାରିବା, କିନ୍ତୁ ଜଣେ ସଚ୍ଚୋଟ, ଆଦର୍ଶବାଦୀ ଓ ନିଷ୍ଠାପର ବ୍ୟକ୍ତିଙ୍କୁ କିଣିପାରିବା ଗୋଟିଏ ବଡ଼ ମୁସ୍କିଲ ଅଟେ । ଗଞ୍ଜାମ ଜିଲ୍ଲାର ମହାରଣା / ବଢ଼େଇ କୁଳ ସମାଜ ର ଜଣେ ସଚ୍ଚୋଟ ଓଡିଆ କୁଶଳୀ କାରିଗର କୁ ହରେଇଛି ବୋଲି ରାମଚଣ୍ଡୀ ମନ୍ଦିରର ସଂଯୋଜକ କମଲ କୁମାର୍ ପଣ୍ଡା ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି ।
୨୦୨୩ ମାର୍ଚ୍ଚ ମାସ ୨୭ ତାରିଖରେ ଆୟୋଜିତ ହୋଇଥିବା ନବଦିନାତ୍ମକ ଯଜ୍ଞାନୁଷ୍ଠାନ ର ସ୍ଥାପତି ପଣ୍ତିତ ଶ୍ରୀ ବିଜୟ ତ୍ରିପାଠୀ ଙ୍କ ବଳିଷ୍ଠ ନିର୍ଦ୍ଦେଶରେ ଯେଉଁ ବୃହତ୍ ଯଜ୍ଞଶାଳା ର ନିର୍ମାଣ ଶୈଳୀ ତାଙ୍କରି ଉଦ୍ୟମରେ ନିର୍ମିତ ହୋଇଥିଲା । ଯାହାକି ଆଜି ସେହି ସ୍ମୁତି ଭକ୍ତ ସଭିଙ୍କୁ ଆଲୋଡ଼ିତ କରିଛି । ତାହାଙ୍କ ବିୟୋଗରେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିବା କୁହାଯାଇଛି । ଆକସ୍ମିକ ସ୍ଥିତିରେ ମା’ରାମଚଣ୍ଡୀ ପୂଜା କମିଟୀ ତରଫରୁ ୫ ହଜାର ଟଙ୍କା ଆର୍ଥିକ ସହଯୋଗ ଦିଆଯାଇଥିବାବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ନେଇ ରାଜ୍ଯସରକାର ଙ୍କ ତରଫରୁ ତାହାଙ୍କ ପାରିବାର ଙ୍କୁ ଆର୍ଥିକ ସାହାଯ୍ୟ ତଥା କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହୋଇଛି ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )