July 5, 2025
Home » ରାମନାଗୁଡାରେ ଭାଜପା ପକ୍ଷରୁ ରାୟଗଡ଼ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାମନାଗୁଡାରେ ଭାଜପା ପକ୍ଷରୁ ରାୟଗଡ଼ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
WhatsApp Image 2025-02-19 at 2.45.06 PM

ରାମନାଗୁଡା:-୧୯-୦୨-୨୦୨୫-ଭାରତୀୟ ଜନତା ପାର୍ଟିର ରାୟଗଡା ଜିଲ୍ଲା ସଭାପତି ପଦବୀ ନିମନ୍ତେ ଅନେକ ଆଶାୟୀ ମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେମାନଙ୍କ ମଧ୍ୟରୁ ଏମ. ଗୋପୀ ଆନନ୍ଦ ଙ୍କୁ ଜିଲ୍ଲା ସଭାପତି ଭାବେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଚୟନ କରି ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପାଇଁ ଗୁରୁ ଦାଇତ୍ୱ ପ୍ରଦାନ କରିଥିଲେ।ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ଏହି ପଦବୀ ଘୋଷଣା ପରେ ଜିଲ୍ଲା ସଭାପତି ଶ୍ରୀ ଆନନ୍ଦ ପ୍ରଥମେ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଶ୍ରୀକ୍ଷେତ୍ର ଧାମରେ ପହଞ୍ଚି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରି ରାୟଗଡା ଅଭିମୁଖେ ଯାତ୍ରା ସମୟରେ ରାୟଗଡା ଜିଲ୍ଲା ରାମନଗୁଡ଼ା ଭାରତୀୟ ଜନତା ପାର୍ଟି ତରଫରୁ ଉପଢୌକନ ପ୍ରଦାନ ସହ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ସମୟରେ ପୂର୍ବତନ ଜିଲ୍ଲା ସଭାପତି ଶିବ ଶଙ୍କର ଉଲ୍ଲାକା, ହରେକୃଷ୍ଣ ପାଢ଼ୀ, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ,ପୂର୍ବତନ ଜିଲ୍ଲା ସମ୍ପାଦକ ଭାସ୍କର ପଣ୍ଡା,ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା,ନବୀନ, ତରୁଣ, ପୁର୍ବତନ ସରପଞ୍ଚ ଗୁଲୁଣ୍ଠି ପଞ୍ଚାୟତ ଚିନା କଣ୍ଡାଗରୀ, ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା, ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା ,ବନମାଳୀ ଗମାଙ୍ଗ,ନରସିଂହ ମାଣ୍ଡାଙ୍ଗି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ମୁଟିକା, ଜୟା ବିଡ଼ିକା, ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ରଘୁନାଥ କଣ୍ଡାଗରୀ,ରଘୁନାଥ ସାମଲ, ଶକ୍ତି ପ୍ରସାଦ ପାତ୍ର, ଆଶିଷ କୁମାର ବେହେରା, ସଞ୍ଜୀବ କୁମାର ଦାଶ, ଅମିତ କୁମାର ସାହୁ, ବସନ୍ତ କଲକା,ସୁଧୀର ମିଶାଲ, ପ୍ରତାପ ହୁଈକା,ତେଜସ୍ବର ମୁଟିକା, ଗଙ୍ଗାଧର ମାଣ୍ଡାଙ୍ଗି, ,ରାଜାରାଓ ମାଣ୍ଡାଙ୍ଗି,ପେଦିନା ସୀତାରାମ,ଡମ୍ବୁରୁ ମାଣ୍ଡାଙ୍ଗି,ମୁକୁନା କାଡ୍ରାକା, ହରି ତାଡିଙ୍ଗି, ତୁମ୍ବେସୁ ମାଣ୍ଡାଙ୍ଗି, ପବିତ୍ର ଆଚାରୀ,ଦୁଃସାସନ ମାଣ୍ଡାଙ୍ଗି,ପପୁନୁ ରତ୍ନାଲୁ, ଆକାଶ ମହାଙ୍କୁଡ଼ଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଥିଲେ।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *