November 14, 2025
Home » ରାମନାଗୁଡାରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡାରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-04-11 at 6.11.38 PM

ରାମନାଗୁଡା:-ରାୟଗଡା ଜିଲ୍ଲା ରାମନାଗୁଡାସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀ ରେ ରାମନାଗୁଡ଼ା ତହସିଲଦାର ତଥା ସୁସାହିତ୍ୟିକ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟ ପାଇଁ ସମସ୍ତେ ଅନୁପ୍ରାଣିତ ହେବା ନିମନ୍ତେ ନିଜ ଅଭିଭାଷଣରେ କହିଥିଲେ।

ଅନ୍ୟତମ ସମ୍ମା ନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ବୟ ଶ୍ରୀ ଦାମୋଦର ହିମିରିକା ଶ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ମଞ୍ଚାସିନ ହୋଇଥିଲେ ତଥା ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଜନ ମଲ୍ଲିକ ଓ ସଭାପତି ଭାବେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷକ ଶ୍ରୀ ଗୌରୀ ପ୍ରସାଦ ପଣ୍ଡା ତଥା ନିମନ୍ତ୍ରିତ ଅତିଥି ଭାବେ ଯୁବ ଗାଳ୍ପିକ ଶ୍ରୀ ବିମଳା ଦାସ ଓ ଯୁବ କବି ନୀଳ ମାଧବ ପାଣିଗ୍ରାହୀ ମଞ୍ଚାସିନ ହୋଇଥିଲେ। ଅତିଥି ମାନେ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସୁସା ହିତ୍ୟକ ଶ୍ରୀ ରମେଶ ମିଶ୍ର, ଶ୍ରୀ ଦୁର୍ଗା ପ୍ରସାଦ ଶତପଥୀ, ଶ୍ରୀ ତ୍ରିଲୋଚନ ପ୍ରଧାନ ଆଞ୍ଚଳିକ ଭାଷା ତଥା ଭାଷାର ଉନ୍ନତିରେ ସାହିତ୍ୟରେ ଭୂମିକା ଉପରେ ସୁନ୍ଦର ମତ ରଖିଥିଲେ। ଶିକ୍ଷକ ଶ୍ରୀ ଅଶ୍ଵିନୀ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେତଥା ମଞ୍ଚ ପରିଚାଳନା କରିଥିଲେ। ଏହି ସମ୍ମିଳନୀ ରେ ରାମନାଗୁଡା ଆଦର୍ଶ ବିଦ୍ୟାଳୟ, ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପିକା ଦ୍ବୟ ନିଜର ମତ ପ୍ରଦାନ କରି ଥିଲେ। ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା। ରାମନାଗୁଡ଼ା ବ୍ଲକର ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ramanaguda epa ru narasingh paricha nka report

Leave a Reply

Your email address will not be published. Required fields are marked *