August 27, 2025
Home » ରାମନାଗୁଡାର ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ପାଳିତ,ଲକ୍ଷାଧିକ ଭକ୍ତଙ୍କ ସମାଗମ

ରାମନାଗୁଡାର ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ପାଳିତ,ଲକ୍ଷାଧିକ ଭକ୍ତଙ୍କ ସମାଗମ

0
WhatsApp Image 2025-02-26 at 6.57.40 PM

ରାମନାଗୁଡା:ସାରା ରାଜ୍ୟରେ ପବିତ୍ର ମହାଶିବରାତ୍ରି ଏବଂ ଜାଗର ନିମନ୍ତେ ପ୍ରମୁଖ ଶୈବ ପୀଠ ଗୁଡିକ ରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି।ସେହିପରି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଶିବାଳୟ ମାନଙ୍କ ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଦେବ ଦେବ ମହାଦେବ ଙ୍କ ଦର୍ଶନ କରିବା ପାଇଁ ଭକ୍ତ ମାନେ ଭୋର ୩ ଟାରୁ ବିଭିନ୍ନ ଶୈବ ପୀଠ ଗୁଡିକ ରେ ଧାଡି ବାନ୍ଧି ମହାଦେବଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି।

ଚଳିତ ବର୍ଷ ମହାଶିବରାତ୍ରି ନିମନ୍ତେ ଶାନ୍ତି ଶୃଙ୍ଖଳା ର ସହିତ ଶ୍ରଦ୍ଧାଳୁ ରାମନାଗୁଡା ବ୍ଲକ ର ଗୁଲୁଣ୍ଠି, ଗୁମୁଡ଼ା, ଗୋସେଇଁ ଗୁଲୁମୁଣ୍ଡା, ଦେଉଳା, ଲିଙ୍ଗରାଇ ,ପାଳୁପାଇ,ରାମନାଗୁଡା ଗଦଗଦା, କୁଜେନ୍ଦ୍ରୀ, ଆଦି ଶିବାଳୟ ମାନଙ୍କ ରେ ଦେବ ଦେବ ମହାଦେବ ଙ୍କ ଦର୍ଶନ କରିଥିଲେ, ଏଥିପାଇଁ ରାମନାଗୁଡା ଥାନା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଭକ୍ତ କିପରି ସୁରୁଖୁରୁରେ ଦର୍ଶନ କରି କୃପା ଲାଭ କରି ପାରିବେ ସେଥିପ୍ରତି ଯତ୍ନବାନ ହୋଇ ସମସ୍ତ ଶୈବ ପୀଠ ଗୁଡିକ କୁ ବୁଲି ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ସଦଳବଳେ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦାରଖ କରିଥିଲେ। ସମସ୍ତ ଶୈବ ପୀଠ ମାନଙ୍କ ରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋର ଭୋର ପୂଜା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମହାଦୀପ ମଧ୍ୟରାତ୍ରୀରେ ଉଠିବାର କାର୍ଯ୍ୟକ୍ରମ ରହିଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *