July 5, 2025
Home » ରାମନାଗୁଡା ଥାନା ତରଫରୁ ଆମ ପୋଲିସ ର ଜନସାଧାରଣଙ୍କ ସମ୍ପର୍କ ସମାବେଶ ଅନୁଷ୍ଠିତ

ରାମନାଗୁଡା ଥାନା ତରଫରୁ ଆମ ପୋଲିସ ର ଜନସାଧାରଣଙ୍କ ସମ୍ପର୍କ ସମାବେଶ ଅନୁଷ୍ଠିତ

0
WhatsApp Image 2025-03-04 at 6.38.35 PM

ରାମନାଗୁଡା:- ରାୟଗଡା ଜିଲ୍ଲା ରାମନାଗୁଡା ଥାନା ତରଫରୁ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବା ପାଇଁ ଏକ ସମାବେଶ କରାଯାଇଥିଲା। ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା ପୋଲିସ ର କାର୍ଯ୍ୟ କଣ ଏବଂ ଜନସାଧାରଣ କଣ ସୁବିଧା ପାଇପାରିବେ ସେହି ବିଷୟରେ ବୁଝାଇଥିଲେ। ସେକେଣ୍ଡ ଅଫିସର ଶ୍ରୀଯୁକ୍ତ ବାବୁଲା ପ୍ରଧାନ,ଏ ସାଇ ଜଗନ୍ନାଥ ବେହେରା, ଏସାଇ ଠାକୁର ଦାସ ଟୁଡୁ ଏବଂ ଏସାଇ ପୃଥିବୀରାଜ କହଁର ଏବଂ ରାମନାଗୁଡା ବ୍ଳକର ପ୍ରାୟ ୧୦୦ଜଣ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ସମସ୍ତ ଜନସାଧାରଣଙ୍କୁ ପୋଲିସ ତରଫରୁ କିପରି ସୁବିଧା ମିଳିପାରିବ ତାହା ଆଲୋଚନା କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ବାବୁଲା ପ୍ରଧାନ ଧନ୍ୟବାଦ ଜଣାଇ ସଭାସଙ୍ଘ କରାଗଲା।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର

Leave a Reply

Your email address will not be published. Required fields are marked *