July 16, 2025
Home » ରାମନାଗୁଡା ଥାନା ରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ରାମନାଗୁଡା ଥାନା ରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

0
WhatsApp Image 2025-07-14 at 7.02.11 PM

ରାମନାଗୁଡା : ରାମନାଗୁଡା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନ ଅଧିକାରୀ ସୁନିତା ବେହେରା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଘଟୁଥିବା ଚୋରି ,ଠକେଇ, ଗୁଣିଗାରେଡି, ସାମାଜିକ ବାସନ୍ଦ, ବାଲ୍ୟବିବାହ ଆଦି କୁସଂସ୍କାର ଆଦି ସମ୍ମୁଖୀନ ହେଉଥିବା ବିଷୟ ରେ ଆଲୋଚନା କରିଥିଲେ ଥାନା ଅଧିକାରୀ କିଭଳି ଏହାକୁ ରୋକି ହେବ ସେ ବିଷୟରେ ସମସ୍ତ ଙ୍କ ମତ ଲୋଡି ବା ସହ ସମସ୍ତଙ୍କୁ ଏହାକୁ ରୋକିବାକୁ ହେଲେ ପ୍ରଥମେ ନିଜେ ସଚେତନତା ରହିବା ଜରୁରୀ ବୋଲି ମତ ଦେଇଥିଲେ। ନିଜେ ହେଲମେଟ ପିନ୍ଧି ବା ସହ ଅନ୍ୟକୁ ହେଲମେଟ ପିନ୍ଧିବା ପାଇଁ ଏ ଏସ ଆଇ ଜଗନ୍ନାଥ ବେହେରା ଏବଂ ଏ ଏସ ଆଇ ସମ୍ବଡତ ପ୍ରଧାନ ମତ ରଖିଥିଲେ।

ବିଭିନ୍ନ ସମୟରେ ମାଦକ ଦ୍ରବ୍ୟ ପିଇ ଗାଡି ମଟର ଚଲାଇବାକୁ ବାରଣ କରିବାକୁ ପଡ଼ିବ ନଚେତ ଦୃଘଟଣା ଜନିତ ରେ ବହୁତ ଧନ ଜିବନ ନଷ୍ଟ ହେଉଛି ଏହାକୁ କିଭଳି ରୋକାଯାଇ ପାରିବ ଆଲୋଚନା କରିବା ସହ ହେଲମେଟ ପରିଧାନ କରିବା ସହ ପଛରେ ବସିଥ‌ିବା ଲୋକଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ ବୋଲି କହିଥିଲେ । ପୁଲିସ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସ‌ହ ପରସ୍ପର ନିକଟତର ହୋଇ ସମସ୍ତ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ମନରେ ପୁଲିସ ପ୍ରତି ରହିବା ଭୟ ଦୂର କରିବାକୁ ଥାନା ଅଧିକାରୀ ସୁନିତା ବେହେରା କହିଥିଲେ । ପୁଲିସ ପ୍ରତି ଜନସାଧରଣ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ପୋଲିସ କୁ ସହୋଯୋଗ କଲେ ଅପରାଧ କରୁଥିବା ଲୋକ କୁ ଜାଣି ପାରିବା ଏବଂ ତାକୁ ଦଣ୍ଡ ଦେଇହେବ ବୋଲି ଅତିରିକ୍ତ ଥାନା ଅଧିକାରୀ ଜଳେଦ୍ର ସେଠି ମତ ରଖିଥିଲେ ।
ଏ ଏସ ଆଇ ଜଗନ୍ନାଥ ବେହେରା
ଏ ଏସ ଆଇ ସମ୍ବଡତ ପ୍ରଧାନ
କନେଷ୍ଟବଳ ଦୁର୍ଗା ପ୍ରସାଦ ଜୋଗନି
କନେଷ୍ଟବଳ ସୁନିଲ କୁମାର ଡାକୁଆ
କନେଷ୍ଟବଳ ବାସନ୍ତୀ ଲତା ବାଉରି
କନେଷ୍ଟବଳ ଅନିଲ ସତପଥି
କନେଷ୍ଟବଳ ସମ୍ବୁ ପାଲକା
କନେଷ୍ଟବଳ ଭଞ୍ଜ କିଶୋର ଗୈଡ
କନେଷ୍ଟବଳ ଭାସ୍କର ଶବର
କନେଷ୍ଟବଳ ପବିତ୍ର ଶବର
ହୋମ୍ ଗାଡ ଜୟ ଦେବ କରକରିଆ
ହୋମ୍ ଗାଡ ତ୍ରିନାଥ ରାଓ
ହୋମ୍ ଗାଡ ସୋଭାବତି ନାଗ
ଗ୍ରାମ ରଖ୍ୟକ ଦୟାନିଧି ନାଲା ଏହି ବୈଠକରେ ଯୋଗଦେଇ ଥିବା ସହ ବୈଠକ କୁ ସହଯୋଗ କରିଥିଲେ।
ବ୍ଳକ ର ୧୨ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ସମାଜ ସେବି,ବୁଦ୍ଧିଜୀବୀ , ଏବଂ ଗଣମାଧ୍ୟମ ପ୍ରତିନିଧିମାନେଉପସ୍ଥିତ ଥିଲେ ।

ramanaguda ru narasingh parichha nka report

Leave a Reply

Your email address will not be published. Required fields are marked *