July 5, 2025
Home » ରାମନାଗୁଡା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ

ରାମନାଗୁଡା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ

0
WhatsApp Image 2024-11-22 at 6.38.06 PM

ରାମନାଗୁଡ଼ା:ୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଶିଶୁ ବିକାଶ ଯୋଜନା ଅଧିକାରୀ ଅଞ୍ଜଳି ମହାପାତ୍ର,ଗୁଣୁପୁର ବିଧାୟକ ପ୍ରତିନିଧି ବାଞ୍ଛାନିଧି ବେହେରା ,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ, ଉପାଧ୍ୟକ୍ଷା ଜାନକୀ ନିମାଲା , ଜିଲ୍ଲା ପରିଷଦ ସଭ୍ୟ(କ)ତାଙ୍ଗୁଡୁ ଶ୍ରୀଧର, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ। ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ସମସ୍ତ ଅଧିକାରୀ ଓ ଲୋକ ପ୍ରତିନିଧି ସ୍ୱାଗତ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହା ପରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା ।ବୈଠକ ପ୍ରାରମ୍ଭରେ ତହସିଲଦାର ଶ୍ରୀ ପାଣିଗ୍ରାହୀ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂମିହୀନ ମାନଙ୍କୁ ଘର ନିର୍ମାଣ କରିବା ପାଇଁ ଦୁଇ ଡେଶିମିଲ ଜାଗା ପ୍ରଦାନ କରିବା ପାଇଁ ରାଜସ୍ୱ ନିରୀକ୍ଷକ ମାନଙ୍କ ଦ୍ଵାରା ସର୍ଭେ କାର୍ଯ୍ୟ ଚାଲୁ ରହିଛି l

ବ୍ଲକ ର କୌଣସି ଲୋକ ଯେମିତି ଏଥିରୁ ବଞ୍ଚିତ ନହୁଅନ୍ତୁ ସେଥି ପ୍ରତି ଧ୍ୟାନ ଦେବା ସହ ଉପସ୍ଥିତ ଥିବା ସମସ୍ତ ରାମନାଗୁଡା ବ୍ଲକ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନଙ୍କୁ ସହଯୋଗ କରିବା ନିମନ୍ତେ କହିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଭାଗବତ ପ୍ରସାଦ ପାଢ଼ୀ ନିମୋନିଆ ସଚେତନତା,ମଶାରୀ ବଣ୍ଟନ,ବିସିଜି ଟିକା ସଚେତନତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ଉଚ୍ଚ ମାନର‌ ଶସ୍ୟ ଉତ୍ପାଦନ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ସମ୍ପୂର୍ଣ୍ଣ କରିବା ତଥା ସୌନ୍ଦର୍ଯ୍ୟ କରଣ,ଉତ୍ପାଦନକ୍ଷମ ଯୋଜନା ଉପରେ ଗୁରୁତ୍ବ‌ ଆରୋପ କରିଥିଲେ ।ଉକ୍ତ ବୈଠକରେ ପାରୀକ୍ଷିତି ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା ପାରୀକ୍ଷିତି ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମଦମୁକ୍ତ ପଞ୍ଚାୟତ ଗଠନ କରିବା ସହିତ ଗୁରୁତର ପରିସ୍ଥିତି ରେ ରାମନାଗୁଡା ମେଡ଼ିକାଲ କୁ ଆସୁଥିବା ରୋଗୀ ଙ୍କୁ ସେବାରେ ପ୍ରାଥମିକତା ଦେବା ପାଇଁ ଆହୁ୍ରି ତତ୍ପରତା ପ୍ରକାଶ ପାଇଁ ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ପାରୀକ୍ଷିତି ସମିତି ସଭ୍ୟା ଶ୍ରୀମତୀ କାଡ୍ରାକା ଅନୁରୋଧ କରିଥିଲେ ଏବଂ କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାମ ତ୍ବରାନ୍ବିତ କରିବାକୁ ଅନୁରୋଧ କରିଥିଲେ।ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଶିକ୍ଷା ବିଭାଗ ଦ୍ଵାରା ପୋଷାକ ବଣ୍ଟନ ଓ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା‌ କଥା କହିଥିବା ବେଳେ ରାମନାଗୁଡା ପ୍ରାଣୀ ଚିକିତ୍ସକ କୃଷ୍ନାନନ୍ଦ ବେହେରା ପଶୁପାଳନ ଓ ଉତ୍ତମ ମାନର ପ୍ରଜନନ ସମ୍ବନ୍ଧରେ ଯୋଜନା ଓ ଆବଶ୍ଯକ ଯୋଗ୍ଯତା ସମ୍ବନ୍ଧରେ ଅବଗତ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ନିଜ ବିଭାଗ ଦ୍ଵାରା ଜାରି ରହିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମେହେର ମେଘା ପ୍ରଜେକ୍ଟ ମାଧ୍ୟମରେ ଚାଲୁ ରହିଥିବା ଓଭରହେଡ ପାଣି ଟାଙ୍କି ,ପାଇପ ବିଛା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିବା ସହ ୨୦୨୫ ସୁଦ୍ଧା ପ୍ରାୟ କାମ ସରିଯିବ ବୋଲି ମତ ଦେଇଥିଲେ।ଯୋଜନା ପ୍ରସ୍ତୁତିରେ ଜିଲ୍ଲା ପରିଷଦ, ସମିତି ଓ ପଞ୍ଚାୟତ ମଧ୍ଯରେ ସମନ୍ନୟତା ପୂର୍ବକ ବଡ ତଥା ଜନହୀତକର ଯୋଜନା ପ୍ରସ୍ତୁତ କଲେ ଏହା କଲ୍ୟାଣକାରୀ ହେବା ସହ ଆଦର୍ଶ ହେବ ବୋଲି ସମସ୍ତେ ମତ ଦେଇଥିଲେ।।ପଞ୍ଚାୟତ ସମିତି ସାଧାରଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ବିଭାଗର ଅଧିକାରୀ ମାନେ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ରାମନାଗୁଡା ବ୍ଲକର ୧୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଶକ୍ତି ବିଭାଗ, ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନଙ୍କୁ ଏହି ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିନଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସଭା ଶେଷରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତିଙ୍କ ଅନୁମତି କ୍ରମେ ପରିସମାପ୍ତି ଘୋଷଣା କରିଥିଲେ।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *