July 28, 2025
Home » ରାମନାଗୁଡା ବିଜେଡ଼ିର କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା ବିଜେଡ଼ିର କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-01-08 at 6.31.44 PM

ରାମନାଗୁଡା:: ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ବ୍ଳକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ଅଧିନସ୍ଥ ସୁଲୁଡି ଗ୍ରାମ ନିକଟରେ ଥିବା ନାଦାଗାଣ୍ଡାମା ଜଳପ୍ରପାତ ଠାରେ ରାମନାଗୁଡା ବ୍ଳକ ବିଜେଡ଼ି ତରଫରୁ ବ୍ଳକ ବିଜେଡ଼ି ସଭାପତି ଶ୍ରୀ ବିଜୟ ମାଣ୍ଡାଙ୍ଗିଙ୍କ ଆହ୍ୱାନ କ୍ରମେ କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ସୁଧିର ଦାସ, ପୁର୍ବତନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକଥା , ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ,ବରିଷ୍ଠ ନେତା ଟୁକୁଲୁ ସାହୁ, ଗଗନ ବିହାରୀ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ଖ” ଜୋନ ସୁରେଶ ଗମାଙ୍ଗ,ଭାମିନି ପଞ୍ଚାୟତ ର ବରିଷ୍ଠ ବିଜେଡି ନେତା ପଙ୍କଜ ପଣ୍ଡା, ଗାର୍ଜନା କାରିଆନା, ଜଗଦୀଶ ଚନ୍ଦ୍ର ନାୟକ ବେହେରା, ପାରୀକ୍ଷିତି ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକାଙ୍କ ସମେତ ରାମନାଗୁଡା ବ୍ଲକର ବିଜେଡି ସମର୍ଥିତ ସରପଂଚ, ସମିତି ସଭ୍ୟ, ସଭ୍ୟା ପ୍ରମୁଖ ଯୋଗ ଦେଇଥିବା ବେଳେ ରାମନାଗୁଡା ବ୍ଳକ ଅନ୍ତର୍ଗତ ୧୨ଗୋଟି ପଞ୍ଚାୟତ ରୁ ୫୦୦ରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳର ଦଳୀୟ କର୍ମୀମାନେ ସମ୍ମିଳନୀ ରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ତଥା ଆଇନ ମନ୍ତ୍ରୀ ଶ୍ରୀ ସାରକା ବିଜେଡି ସରକାର ଅମଳରେ ଯେତିକି ଋଣ ହୋଇ ନଥିଲା ଏହି ବିଜେପି ସରକାର ଏହି ଚଳିତ ସାତ ମାସ ମଧ୍ୟରେ ୪୫ ହଜାରରୁ ୪୭ ହଜାର କୋଟି ଟଙ୍କା ଋଣ କରିଥିବା ହେତୁ ଏହି ସବୁ ଟଙ୍କା ଲୋକଙ୍କ ଉପରେ ଭାରି ପଡ଼ିଛି ବୋଲି ଥିଲେ।


ପୂର୍ବତନ ବିଧାୟକ ଶ୍ରୀ ଗମାଙ୍ଗ ନିଜ ଅବିଭାଷଣରେ ଅଧର୍ଯ୍ୟ ନହୋଇ ଧର୍ଯ୍ୟର ସହ ଦଳୀୟ କର୍ମୀଙ୍କୁ ଦଳର କାର୍ଯ୍ୟ ଏବଂ ଲୋକଙ୍କ ନିକଟକୁ ଯାଇ ସୁଖଦୁଃଖରେ ଛିଡା ହୋଇ ସାହାଯ୍ୟ କରିବାକୁ କହିବା ସହ ସାରା ରାଜ୍ୟରେ ବଡ଼ ପରିବର୍ତ୍ତନ ହେଲା ଏକତା ରହିବା ଓ ମନବଳ ସଦୃଢ଼ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ମୁକାବିଲା କରିବା ପାଇଁ ପୂର୍ବତନ ବିଜେଡି ସଭାପତି ସୁଧୀର କୁମାର ଦାସ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପ୍ରଧାନ, ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ଯୁବ ବିଜେଡି କର୍ମୀ ଆନନ୍ଦ ପରିଚ୍ଛା,ମାଧବ ମୁଟିକା,ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

ରାମନାଗୁଡା ପ୍ରତିନିଧି ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି

Leave a Reply

Your email address will not be published. Required fields are marked *