July 6, 2025
Home » ରାମନାଗୁଡା ବ୍ଲକ ଓଡ଼ିଶା ଆଶାକର୍ମୀ ସଙ୍ଘର ବୈଠକ ଅନୁଷ୍ଠିତ

ରାମନାଗୁଡା ବ୍ଲକ ଓଡ଼ିଶା ଆଶାକର୍ମୀ ସଙ୍ଘର ବୈଠକ ଅନୁଷ୍ଠିତ

0
WhatsApp Image 2025-01-19 at 6.44.34 PM

ରାମନାଗୁଡା: ଭାରତୀୟ ମଜଦୂର ସଙ୍ଘର ୭୦ ବର୍ଷ ଫୁର୍ତ୍ତି ଏବଂ କେନ୍ଦ୍ରୀୟ ଅଧିବେଶନ ପ୍ରସ୍ତୁତି ନିମନ୍ତେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶା ଆଶା କର୍ମୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହିଆଲ ଙ୍କ ନେତୃତ୍ୱରେ ଏବଂ।

ରାମନାଗୁଡା ବ୍ଲକ ସଭାପତି ପେଦିନା ଉଷା, ସମ୍ପାଦିକା ସସ୍ମିତା ଶବର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀ ମାନଙ୍କୁ ପେନସନ ଲାଗୁ କରିବା ସହ ସରକାରୀ ମାନ୍ୟତା ସମେତ ଅନ୍ୟାନ୍ୟ ଦାବି ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଆଶା କର୍ମୀ ମାନେ ଉପସ୍ଥିତ ରହିଥିଲେ ।ଏହି ବୈଠକକୁ ସଭାପତି ପେଦିନା . ଉଷା ପରିଚାଳନା କରିଥିଲେ।

ramanaguda ru narasingh paricha nka report

Leave a Reply

Your email address will not be published. Required fields are marked *