July 1, 2025
Home » ରାମନାଗୁଡା ଭାଜପା ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିତ।

ରାମନାଗୁଡା ଭାଜପା ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିତ।

0
WhatsApp Image 2025-06-25 at 4.54.59 PM

ରାମନାଗୁଡା :-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଳକ ଅନ୍ତର୍ଗତ ରାମନାଗୁଡା ଭାଜପା ପକ୍ଷରୁ ରାମନାଗୁଡା ବ୍ଳକ ଅଫିସ ସମ୍ମୁଖରେ ଆଜି ସମ୍ବିଧାନ ହତ୍ୟା ଦିବସ କଳା ବେଚ ପିନ୍ଧି ପାଳନ କରିଛନ୍ତି।
୧୯୭୫ ମସିହା ଆଜିର ଦିନରେ, ଗୋଟିଏ ପରିବାର କ୍ଷମତା ରାଜନୀତି ତଥା ଏକଛତ୍ରବାଦୀ ମାନସିକତା ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରାଯାଇଥିଲା। ସାଧାରଣ ଲୋକଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା । ବିନା କାରଣରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଜେଲ୍ ପଠାଯାଇଥିଲା ଏବଂ ଚତୁର୍ଥ ସ୍ତମ୍ଭର ସ୍ୱରକୁ ଦବାଇ ଦିଆଯାଇଥିଲା।ଚଳିତ ବର୍ଷ ଅର୍ଥାତ ୨୦୨୫ ରେ ଏହି କଳା ଦିବସର ୫୦ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ଭାରତର ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଓ ସଚେତନ ରହିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଆଜି ଦିନଟିକୁ ଭାରତ ସରକାରଙ୍କ ଦ୍ୱାରା ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରାଯାଉଛି । ବୋଲି ରାମନାଗୁଡା ଭାଜପା ପକ୍ଷରୁ କୁହାଯାଇଛି। ଏଥିରେ ବରିଷ୍ଠ ନେତା ମଣ୍ଡଳ ସଭାପତି କାହ୍ନୁ ଚରଣ ପଣ୍ଡା ,ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଆଶିଷ କୁମାର ବେହେରା, ପୁର୍ବତନ ମଣ୍ଡଳ ସଭାପତି ଚିନ୍ତା କଣ୍ଡାଗରି,ଯୁବ ନେତା ଶକ୍ତି ପ୍ରସାଦ ପାତ୍ର, ମଣ୍ଡଳ ସଭାପତି ‘ଖ’ ଧନୁ ବେହେରା,ଗୁଲୁଣ୍ଠି ସରପଞ୍ଚ ମାଝିଗୋରି କଣ୍ଡାଗରୀ, ସଞ୍ଜୀବ ଦାସ, ଜିଲ୍ଲା ପ୍ରତିନିଧି ଜଗନ୍ନାଥ ନିମାଲପୁରୀ, ରଘୁନାଥ ସାମଲ,ଟୁକୁଲୁ ବେହେରା,ସୁବ୍ରତ ପୁରୁଷୋତ୍ତମ,ଶିବ ନିମାଲା , ଜଗଦିଶ ପାତ୍ର ,ମିଲ୍ଲିକେଶର ସେନାପତି ଯୋଗ ଦେଇ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବା ଦେଖିବାକୁ ମିଳିଥିଲା।ଏଥିରେ ବରିଷ୍ଠ ନେତା କାହ୍ନୁ ପଣ୍ଡା
ଆଜି ଆମେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେବା ସହ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଉଠିଥିବା ପ୍ରତିଟି ସ୍ୱରକୁ ସମ୍ମାନ ଜଣାଇବା। ବୋଲି ତାଙ୍କର ମତ ରଖିଥିଲେ। ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ

Leave a Reply

Your email address will not be published. Required fields are marked *