ରାମେଶ୍ଵରମ ତୀର୍ଥ ଯାତ୍ରାରେ ଯାଇଥିବା ସମୟରେ ଏକ ଟ୍ରକ ପଛରେ ପିଟି ହୋଇ ବୋଲେର ଦୁର୍ଘଟଣାଗ୍ରସ୍ତ … “ଚାରି ସାମ୍ବାଦିକ ଗୁରୁତର”
ତୀର୍ଥଯାତ୍ରାରେ ତାମିଲନାଡୁର ରାମେଶ୍ୱର ଦର୍ଶନ ପାଇଁ ଯାଉଥିବା ସମୟରେ ମର୍ମନ୍ତକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ଚାରିଜଣ ଯାତ୍ରୀ ଥିବା ବେଳେ ସମସ୍ତଙ୍କୁ ଆଘାତ ହୋଇଛନ୍ତି । ସମସ୍ତେ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ବୃତ୍ତିରେ ସାମ୍ବାଦିକ ଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଏକ ନୂଆ ବୋଲେରରେ ଚାରି ସାମ୍ବାଦିକ ଗତ ଶନିବାର ଦିନ ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡିଆ ବ୍ଲକରୁ ବାହାରି ତିରୁପତି ଠାକୁର ଦର୍ଶନରେ ସାରି ସେଠାରୁ ତାମିଲନାଡୁ ରାମେଶ୍ୱର ଠାକୁର ଦର୍ଶନ ପାଇଁ ସୋମବାର ଦିନ ବାହାରି ସେମାନେ ତାମିଲନାଡୁ ରାମନାଥପୁରମ ନିକଟରେ ମଙ୍ଗଳବାର ଭୋରରେ ପହଞ୍ଚିଥିଲେ ଏବଂ ରମେଶ୍ୱର ପହଞ୍ଚିବାକୁ ଆଉ ୧୫ରୁ ୨୦ କିଲୋମିଟର ଦୂର ରାସ୍ତା ଥିଲା। କିନ୍ତୁ,ରାମନାଥପୁରମ୍ ରୁ ପାମ୍ବନକୁ ବାଲି ପରିବହନ କରୁଥିବା ଏକ ଟ୍ରକ୍ (ଟିଏନ ୬୫ ବିସି ୨୮୪୨) ଉଛିପୁଲା ର ମାରଭେତିବଲାସା ରେଲୱେ ଗେଟ କ୍ରସିଂ ପୂର୍ବରେ ଥିବା ହମ୍ପସରେ (ଡ୍ରାଇଭର ଅବହେଳା ଯୋଗୁଁ )ହଠାତ ବ୍ରେକ ମାରିବା ଦ୍ଵାରା ଓଡ଼ିଶାରୁ ରାମେଶ୍ଵରମ ଯାଉଥିବା ବଲେର(ଓଡି-୩୦ଜି ୨୧୮୫) ଗାଡ଼ି ଟ୍ରକ ପଛ ପଟରେ ପିଟି ହୋଇଥିଲା ।
ଫଳସ୍ୱରୂପ ଦୁର୍ଘଟଣାଗ୍ରସ୍ତ ବୋଲେରରେ ଥିବା ରାଜେଶ ଓଝା ,ସୌରଭ ମଣ୍ଡଳ , ପ୍ରଶାନ୍ତ କୁମାର ସାହୁ ସାମନ୍ୟ ଆହତ ହୋଇଥିବା ବେଳେ ଯୁବ ସାମ୍ବାଦିକ ବିଦ୍ୟୁତ ବୈରାଗୀଙ୍କ ଗୁରୁତର ଭାବେ ଆଘାତ ହୋଇଥିବା ଜଣାପଡିଛି। ସମସ୍ତଙ୍କ ମୁଣ୍ଡ, ପିଠି, ଛାତି, ମୁହଁ, ହାତ, ଗୋଡରେ ଆଘାତ ଲାଗିଥିବ ବେଳେ ସ୍ଥାନୀୟ ଲୋକ,ସ୍ଥାନୀୟ କିଛି ସାମ୍ବାଦିକ ଓ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତ ସମସ୍ତଙ୍କୁ ୧୦୮ ଏମ୍ବୁଲାନ୍ସ ଯୋଗେ ନିଜଟସ୍ଥ ରାମନାଥପୁରମ୍ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସମସ୍ତ ଆଘାତିତ ସାମ୍ବାଦିକଙ୍କୁ ଭଲରେ ତାଙ୍କ ଘରକୁ ପହଞ୍ଚାଇବାକୁ ଦୁର୍ଘଟଣାଗ୍ରସ୍ତ ପରିବାରବର୍ଗ ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଉତ୍ତମ ଚିକିତ୍ସା ପ୍ରଦାନ ସହ ଭଲରେ ତାଙ୍କ ଘରକୁ ପହଞ୍ଚାଇବାକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ସହ ଆଲୋଚନା କରିବା ସହ ମାଲକାନଗିରି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟୁତ ବୈରାଗୀଙ୍କର ମୁହଁ ଥୋଡୀ ଫାଟି ଯିବାରୁ ଅପରେସନ ପାଇଁ ତାଙ୍କୁ ତାମିଲନାଡୁ ମଦୁରାଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସମସ୍ତ ସାମ୍ବାଦିକ ବିପଦ ମୁକ୍ତ ଥିବାର ଡାକ୍ତର କହିଛନ୍ତି।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ