ରାମେଶ୍ୱରପାଟଣା ଡେଭଲପ୍ମେଣ୍ଟ କମିଟିର ବନ୍ଧୁମିଳନ
ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୫୪ ରାମେଶ୍ୱରପାଟଣା ଠାରେ ରାମେଶ୍ୱର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାମେଶ୍ୱରପାଟଣା ବାସିନ୍ଦା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, କର୍ପୋରେଟର ଶିବ ବେହେରାଙ୍କ ସହିତ ସାହିର ପ୍ରାୟ ୪୦ ଜଣ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ରାମେଶ୍ୱରପାଟଣା ଉନ୍ନୟନ ପରିଷଦର ସଭ୍ୟମାନେ ଦୀର୍ଘଦିନ ହେବ ସରକାରଙ୍କୁ ଏକ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଠାରୁ କୌଣସି ଉତ୍ତର ମିଳିନାହିଁ। ତେଣୁ ଉପସ୍ଥିତ ସମସ୍ତ ସଭ୍ୟ ଶ୍ରୀଯୁକ୍ତ ରାଉତରାୟଙ୍କୁ ପୁନର୍ବାର ସରକାରଙ୍କ ନିକଟରେ ଉକ୍ତ ଦାବୀକୁ ଉପସ୍ଥାପନ କରିବାକୁ ବୀନତି କରିଥିଲେ। କର୍ପୋରେଟର ଶ୍ରୀ ବେହେରାଙ୍କୁ ଉକ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଭ୍ୟ ଶ୍ରୀ ବିଷ୍ଣୁ ପ୍ରସାଦ ମୁଦୁଲି, ମୁନା ଖମାରୀ, ରୁନା ପଣ୍ଡା, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ଏବଂ ବିନୟ କୁମାର ନନ୍ଦ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।
