April 8, 2025
Home » ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସାମ୍ବାଦିକ ସମ୍ମିଳନୀ

ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସାମ୍ବାଦିକ ସମ୍ମିଳନୀ

0

ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସ୍ଥାନୀୟ ମା ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଥିବା ଉଦ୍ୟାନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୬ ତାରିଖ ରେ ଏହି ପବିତ୍ର ଉତ୍ସବ ବଡ଼ ଧୁମଧାମରେ ବଡ଼ ଆଡମ୍ବରରେ ପାଳନ କରିବ ବୋଲି କମିଟି ସଭାପତି ସୂଚନା ଦେଇଛନ୍ତି। ରବିବାର ଦିନ ଆସନ୍ତା ୬ ତାରିଖରେ ସକାଳ ଠିକ ୯.୩୦ ସମୟରେ ରାମ ଜନ୍ମଉତ୍ସବ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପାଖ ଶ୍ରୀରାମ ମନ୍ଦିର ଠାରୁ ବାହାରି ମୁଖ୍ୟ ବଜାର ଦେଇ କପିଳାସ ହୋଟେଲ ଛକ ଦେଇ ଜ୍ୟୋତି ମହଲ ଛକରେ ଥିବା ଶ୍ରୀ ଭେଙ୍କଟସ୍ୱର ସ୍ୱାମୀ ମନ୍ଦିର ଠାରେ ସମାପ୍ତ ହେବ। ଉକ୍ତ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।ତେବେ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ବବିଲିରୁ ଆସିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ଏବଂ ଚିତ୍ରକୂଟରୁ ଆସିଥିବା ପ୍ରଭୁ ଶ୍ରୀରାମଙ୍କ ପାଦୁକା ଏକ ରଥରେ ସହର ପରିକ୍ରମା କରିବାପାଇଁ ଏବଂ ଏହି ରଥକୁ ମାତୃଶକ୍ତି ମାନଙ୍କ ଦ୍ୱାରା ଟାଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏହି ଶୋଭାଯାତ୍ରାରେ ୩୫ ଗୋଟି କୀର୍ତ୍ତନ ମଣ୍ଡଳୀ, ଜିଲ୍ଲା ର ଅନେକ ସାଧୁ ସନ୍ଥ , ରାମ ସେନା , ଶ୍ରୀ ରାମ ଝାଙ୍କି, ବିଭିନ୍ନ ହିନ୍ଦୁ ସଂଘଠନ, ବିଭିନ୍ନ ଜାତି ସମାଜ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ଯୋଗ ଦେବା ସହ ସହରର ଏବଂ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ରାମ ନବମୀ ଉତ୍ସବ ପାଇଁ ସମ୍ପୂର୍ଣ ସହର ସଜ ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଟି ତରଫରୁ ସ୍ବେଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ପାଇଁ ପ୍ରଶାସନକୁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସହଯୋଗ ମଗାଯାଇଛି।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାମ ନବମୀ ଉତ୍ସବ କମିଟି ତରଫରୁ ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା, ଅଜୟ କୁମାର ଚୂଲେଟ, ରାଜେଶ ନାଇଡ଼ୁ ଏବଂ ରାମ କୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *