ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି l ପୁରୀ ଟାଉନହଲରେ ଆୟୋଜିତ ଏକ ଭବ୍ୟ ସମାରୋହରେ world charity welfare foundation ପକ୍ଷରୁ ଶିକ୍ଷା ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ସୂଚକ ଉପାଧି ପ୍ରଦାନ କରାଯାଇଛି l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ଜୟନ୍ତପୁର ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀବାଗ ଗରିବ ଏବଂ ନିରକ୍ଷରଙ୍କ ଶିକ୍ଷା ଦିଗରେ ନିଶୁଳ୍କ ଭାବେ ଏବଂ ନିଜ ଉଦ୍ୟମରେ ଏକ ଟ୍ରଷ୍ଟ ଗଠନ କରି କାର୍ଯ୍ୟ କରୁଛନ୍ତି l ଶ୍ରୀବାଗ ପିଲାଙ୍କ ହସ୍ତଲିଖନ ପ୍ରଣାଳୀ ସମ୍ପର୍କରେ ସ୍ୱତନ୍ତ୍ର ପୁସ୍ତକ ରଚନା କରିଛନ୍ତି l ସେହିପରି ଦେଶର କିମ୍ବଦନ୍ତୀ ପୁରୁଷଙ୍କ ଆତ୍ମଜୀବନୀ ପୁସ୍ତକ ‘ଆସ ଶୁଣିବା’ ବେଶ ପାଠକୀୟ ଆଦୃତି ଲାଭ କରିଛି l ବିଭିନ୍ନ ମଞ୍ଚ, ଆକାଶବାଣୀ ଏବଂ ପତ୍ରପତ୍ରିକାରେ କଳାହାଣ୍ଡିର ମାଟି, ପାଣି, ପବନ, ସଂସ୍କୃତିକୁ ନେଇ ଅନେକ କବିତା ଶ୍ରୋତା ଏବଂ ପାଠକଙ୍କ ମନ ଛୁଇଁଛି।ଏସବୁ ଆଧାରରେ ପୁରୀରେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପାଇ କଳାହାଣ୍ଡି ମାଟି ପ୍ରତି କୃତଜ୍ଞତା ଜଣେଇଛନ୍ତି I
ବିଦ୍ୟାଧର ସାହୁଙ୍କ ରିପୋର୍ଟ….