ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ୱିତିଚାନ୍ଦ ସାହୁଙ୍କୁ ଅଜଣା ଦୁବୃତଙ୍କ ଦ୍ଵାରା ଆକ୍ରମଣ
ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ୱିତିଚାନ୍ଦ ସାହୁଙ୍କୁ ସୋମବାର ସକାଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଅଜଣା ଦୁର୍ବୃତ୍ତମାନେ ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଏନେଇ ଲକ୍ଷ୍ମିସାଗର ଥାନାରେ ଲିଖିତା ଅଭିଯୋଗ ଅନୁଯାୟୀ ଦୁବୃତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି। ସୂଚନା ମୁତାବକ ଶ୍ରୀ ସାହୁ ଭୁବନେଶ୍ୱରରେ ଏକ ଏସ୍ଇଆର୍ଟି ପାଠ୍ୟ ପୁସ୍ତକ ସମୀକ୍ଷା ବୈଠକରେ ଯୋଗଦେବାକୁ ଯାଇଥିବା ସମୟରେ ରେଳଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ଦେଇ ହୋଟେଲକୁ ଯିବା ସମୟରେ ତାଙ୍କୁ ଅଜଣା ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ କାଠଫଳିଆରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରି ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କୁ ମୁଣ୍ତରେ ୧୨ଟି ଷ୍ଟିଚ୍ ପଡ଼ିଥିଲା।ଖବର ପାଇ ଦ୍ବିତୀଙ୍କ ବଡ଼ଭାଇ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁ ଡାକ୍ତରଖାନା ପହଞ୍ଚିଥିଲେ। ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ବ୍ୟାପକ ନିନ୍ଦା କରାଯିବା ସହ ଦୁବୃତଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ପୋଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଦୁଇ ଜଣଙ୍କୁ ଚିହ୍ନଟ କରି ତାଙ୍କୁ ଗିରଫ କରିବା ସହ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଥିବା ଜଣାପଡିଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
