ରାଷ୍ଟ୍ରପତି ଭବନ ରୁ ଆସିଛି ନିମନ୍ତ୍ରଣ : ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେବେ ବିନିକା ର ସୁରେଖା ମଲ୍ଲିକ।

ସୁବର୍ଣ୍ଣପୁର: ବିନିକା ମନହରୀ ପଡ଼ାର ମହିଳା ସୁରେଖା ମଲ୍ଲିକଙ୍କୁ ରାଷ୍ଟ୍ରପତି ଭବନ କୁ ଆସନ୍ତା ସ୍ଵାଧୀନତା ଦିବସରେ ପହଞ୍ଚିବା ପାଇଁ ନିମନ୍ତ୍ରଣ କରାଯାଇଛି l ଏନେଇ ତାଙ୍କ ପାଖକୁ ରାଷ୍ଟ୍ରପତି ଭବନରୁ ଚିଠି ପହଞ୍ଚି ଥିବା ଜଣାପଡିଛି l ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ସୂଚନା ଅନୁସାରେ ଏକ ବର୍ଷ ପୂର୍ବରୁ ସୁରେଖାଙ୍କ ସ୍ଵାମୀଙ୍କ ନାମରେ ଏକ ଆବାସ ଗୃହ ମଞ୍ଜୁର ହୋଇଥିଲା l ସେ ଘର ନିର୍ମାଣ କାର୍ଯ ଆରମ୍ଭ କରିଥିଲେ l ରାଜ୍ୟରୁ ଏକ ଗୃହ କମିଟି ତାଙ୍କ ଘରକୁ ତଦନ୍ତ ପାଇଁ ପହଞ୍ଚି ଥିଲେ l ସେହି ସମୟରେ ସୁରେଖାଙ୍କ ସ୍ଵାମୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା l ତାର କିଛି ଦିନ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା l
ଏଭଳି ଦୁଃଖଦ ଘଟଣା ପରେ ମଧ୍ୟ ସୁରେଖା ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ l ହେଲେ ସେ ହାର ମାନିନଥିଲେ l ଚୁଡ଼ି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ l ଏହି ଘଟଣା ପରେ ରାଜ୍ୟରୁ ଆସିଥିବା ଗୃହ କମିଟି କେନ୍ଦ୍ରକୁ ଜଣାଇଥିଲେ l ତେବେ ରାଷ୍ଟ୍ରପତି ଏହି ଘଟଣା ଜାଣିବା ପରେ ସୁରେଖାଙ୍କୁ ରାଷ୍ଟ୍ରପତି ଆସନ୍ତା ସ୍ଵାଧୀନତା ଦିବସ ଦିନ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି l ତେବେ ଆଜି ଏନଏସି ଇଓ ମାନସ ଭୋଇ ସୁରେଖାଙ୍କ ଘରେ ପହଞ୍ଚି ଶୁଭେଛା ଜଣାଇବା ସହ ରାଷ୍ଟ୍ରପତି ଭବନ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..