October 24, 2025
Home » ରାଷ୍ଟ୍ରୀୟ ଲୋକଅଦାଲତ ପରିପ୍ରେକ୍ଷୀରେ ପ୍ରାକ୍‌ ବୁଝାମଣା ଶିବିର ଅନୁଷ୍ଠିତ

ରାଷ୍ଟ୍ରୀୟ ଲୋକଅଦାଲତ ପରିପ୍ରେକ୍ଷୀରେ ପ୍ରାକ୍‌ ବୁଝାମଣା ଶିବିର ଅନୁଷ୍ଠିତ

0
WhatsApp Image 2025-09-11 at 9.42.15 PM

 

ଭୁବନେଶ୍ୱର: ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ୧୩ ତାରିଖରେ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ପ୍ରାକ୍‌ ବୁଝାମଣା ଶିବିର ଆଜି ଅନୁଷ୍ଠିତ ହୋଇଛି । ଜାତୀୟ ଲୋକଅଦାଲତର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ଗାଡ଼ିମୋଟର ଦୁର୍ଘଟଣାଜନିତ ମାମଲାର ଆଗୁଆ ଫଇସଲା କରାଯାଇଛି । ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍‌ ହିମାଂଶୁ ଶେଖର ମଲ୍ଲିକ, ବନ୍ଦନା କର, ଶୁଭଞ୍ଜନ ମହାନ୍ତି ଓ ରାଜ କିଶୋର ଲେଙ୍କା ପ୍ରମୁଖ ଜିଲ୍ଲା ଅଦାଲତ ପରିସରସ୍ଥ ବିକଳ୍ପ ସମାଧାନ କେନ୍ଦ୍ର ଭୁବନେଶ୍ୱରଠାରେ ଯୋଗଦେଇ ଉପସ୍ଥିତ ବୀମା ଅଧିକାରୀ, ଆଇନଜୀବୀ ଏବଂ ହିତାଧିକାରୀମାନଙ୍କ ସାଙ୍ଗରେ ବୁଝାମଣା କରାଇ ଅନେକ ମାମଲାର ଫଇସଲା କରାଇଥିଲେ । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସଲୋମୀ ସାହୁ ଯୋଗଦେଇ ଆସନ୍ତା ୧୩ ତାରିଖରେ ଜାତୀୟ ଲୋକଅଦାଲତକୁ ସଫଳ କରାଇବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *