ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଗଞ୍ଜାମ ଜିଲ୍ଲା ଉଚ୍ଚ ଶିକ୍ଷା ସମ୍ବର୍ଗ ସମ୍ମିଳନୀ।

ବ୍ରହ୍ମପୁର : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଉଚ୍ଚ ଶିକ୍ଷା ସମ୍ବର୍ଗର ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ଓ ମାର୍ଗଦର୍ଶକ ପ୍ରୋ ନାରାୟଣ ମହାନ୍ତି, ବିଶିଷ୍ଟ ଅତିଥି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଂଯୋଜକ ଡଃ ବିଶ୍ଵ ମୋହନ ଜେନା। ସର୍ବସମ୍ମତ କ୍ରମେ ଗଞ୍ଜାମ ଜିଲ୍ଲା ଉଚ୍ଚ ଶିକ୍ଷା ସମ୍ବର୍ଗର କାର୍ଯ୍ୟକର୍ତ୍ତା ମାନଙ୍କ ନାମ ମନୋନୟନ କରାଯାଇଥିଲା ।ସଭାପତି,ଉପ ସଭାପତି , ସମ୍ପାଦକ, ଯୁଗ୍ମ ସମ୍ପାଦକ,କୋଷାଧ୍ୟକ୍ଷ, ମହିଳା ସମ୍ବର୍ଗ ମୁଖ୍ୟ ଭାବେ ଯଥାକ୍ରମେ ଡଃ ସୁଦର୍ଶନ ସାହୁ, ଡଃ ଅଞ୍ଜଳି ପାତ୍ର, ଡଃ ସୁଦାମ ସାହୁ, ରବୀନ୍ଦ୍ର କୁମାର ନାୟକ, ଶ୍ରୀଜୟ କୁମାର ସାହୁ ପ୍ରମୁଖ ମନୋନୀତ ହୋଇଥିଲା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରଶାନ୍ତ ପାତ୍ର,ଟି ଶିବାନନ୍ଦ ବର୍ମା,ମାନସ ରଞ୍ଜନ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଡଃ ସ୍ୱାଗତିକା ପାତ୍ର, ଉପଦେଷ୍ଟା ଭାବେ ଡଃ ଲମ୍ବୋଦର ପାଣିଗ୍ରାହୀ, ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ମନୋନୀତ ହୋଇଥିଲେ।
ଡଃ ଲମ୍ବୋଦର ପାଣିଗ୍ରାହୀ ନୂତନ ଶିକ୍ଷା ନୀତିରେ ଅଧ୍ୟାପକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। କ୍ଷେତ୍ରୀୟ ସମ୍ପାଦକ ଗୋପାଳ କୃଷ୍ଣ ପାଢ଼ୀ ମହାସଂଘର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମାଧ୍ୟମିକ ସଂମ୍ବର୍ଗର ସାଧାରଣ ସଂପାଦକ ପ୍ରମୋଦ କୁମାର ବାଜୁବନ୍ଧ, ଶିଶୁ ମନ୍ଦିରର ସଭାପତି ଡଃ ସୁରେନ୍ଦ୍ର ସାହୁ, ସମ୍ପାଦକ ମମତା ପାଣିଗ୍ରାହୀ, ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଶିଶୁ ମନ୍ଦିରର ଛାତ୍ରୀ ଆଦିତ୍ୟା ରାଣୀ ଷଡ଼ଙ୍ଗୀ ସରସ୍ଵତୀ ବନ୍ଦନା ଓ ସ୍ବାଗତ ସଂଗୀତ ଗାନ କରିଥିଲେ। ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାମଲ, ସମ୍ପାଦକ ସୁବୋଧ ପାତ୍ର, ରାଜ୍ୟ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ନୀଳାମ୍ବର ମହାପାତ୍ର , ସତ୍ୟ ନାରାୟଣ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା।
ବ୍ରହ୍ମପୁର ଇପିଏ ରୁ ଓ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )