July 6, 2025
Home » ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ସ୍ୱାଗତ ସଞ୍ଚଳନ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ସ୍ୱାଗତ ସଞ୍ଚଳନ ଅନୁଷ୍ଠିତ

0
WhatsApp Image 2025-04-21 at 7.22.38 AM

କେନ୍ଦୁଝର,ତା୨୦/୪- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ସଂଘର ଶତ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ କେନ୍ଦୁଝର ସହରର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧକ୍ଷ ମହେନ୍ଦ୍ର କୁମାର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ସଂଘର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ତଥା ଜିଲ୍ଲା ସଂଘ ଚାଳକ ଭାଗିରଥି ପୃଷ୍ଟି,ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ ଉପସ୍ଥିତ ରହି ସଂଘର ଶତବାର୍ଷିକୀ ଉଦ୍ଦେଶ୍ୟରେ ବୌଦ୍ଧିକ ରଖିଥିଲେ। ମୁଖ୍ୟ ବକ୍ତା ସମାଜରେ ପଞ୍ଚ ପରିବର୍ତ୍ତନ ପାଇଁ ଜାଗରଣ ସୃଷ୍ଟି କରିବା ନିମନ୍ତେ ସ୍ୱାୟଂସେବକ ଓ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଜିଲ୍ଲାର ୧୭ ଗୋଟି ଖଣ୍ଡ ଏବଂ ନଗରରୁ ୧୨ ଶହରୁ ଉର୍ଦ୍ଧ ସ୍ୱୟଂସେବକ ଉପସ୍ଥିତ ରହି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସହରର ତିନୋଟି ମାର୍ଗରୁ ପଥ ସଞ୍ଚଳନ ଆରମ୍ଭ ହୋଇ ନଗର ପରିକ୍ରମା କରି ଷ୍ଟାଡିୟମ ଠାରେ ପହଞ୍ଚି ଥିଲେ। ଏହି ପଥ ସଞ୍ଚଳନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ସହର ବାସୀଙ୍କ ପକ୍ଷରୁ ସ୍ୱାଗତ କରିବା ସହିତ ପୁଷ୍ପ ବୃଷ୍ଟି କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ତଥା ଜିଲ୍ଲାର ବିଭିନ୍ନ ସଂଗଠନର ନେତୃବର୍ଗ ମାନେ ଉପସ୍ଥିତ ଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *