November 20, 2025
Home » ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ

ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-11-16 at 4.18.39 PM

ସୁବର୍ଣ୍ଣପୁର: ବୌଦ୍ଧ ମାଉଲସିଙ୍ଗା ହାଇସ୍କୁଲ ସlମନା ବୁଟୁପାଲି ଠାରେ ଶାନ୍ତିକୁଞ୍ଜ ହରିଦ୍ୱାର ମାର୍ଗଦର୍ଶନରେ ଆସନ୍ତା ଡିସେମ୍ବର 25 ଠାରୁ 28ପର୍ଯ୍ୟନ୍ତ 4ଦିନ ଧରି 108କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଅଛି l ଏହି ଯଜ୍ଞ ଆୟୋଜନ ନିମନ୍ତେ ନବକୁଣ୍ଡିୟ ଯଜ୍ଞ ସହିତ 300ରୁ ଉର୍ଦ୍ଧ୍ୱ ଦେବ ଦମ୍ପତିଙ୍କ ସମ୍ବେଳନ ସହିତ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଆୟୋଜନରେ ଯଜ୍ଞ ପରିଚାଳନା କମିଟି ଓ ବୌଦ୍ଧ ଜିଲ୍ଲା ଅଖିଳ ଭାରତୀୟ ଗାୟତ୍ରୀ ପରିବାରଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ l ଶାନ୍ତକୁଞ୍ଜ ପ୍ରତିନିଧି ଭାବେ ଶେଷଦେବ ବଢ଼େଇ, ଓଡିଶା ମୁଖ୍ୟ ସୌମିତ୍ରୀ ଥନାପତି, ସମ୍ବଲପୁର ଜୋନ ମୁଖ୍ୟ ବାନାମ୍ବର ସର ଯୋଗଦେଇ ଗାୟତ୍ରୀ ଯଜ୍ଞର ମହାତ୍ୟମ ଉପରେ ବୁଝେଇ ଥିବାବେଳ ଯଜ୍ଞ ଆୟୋଜନ ନିମନ୍ତେ ଯଜ୍ଞର ମୁଖ୍ୟ ସଂଯୋଜକ ଡ଼. ପ୍ରବୀର କୁମାର ଦାସ, ବୌଦ୍ଧ ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ପ୍ରଧାନ, ଆବାହକ ହୃଦାନନ୍ଦ ମେହେର, ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଚାନ୍ଦ, ନବୀନ କୁମାର ପ୍ରଧାନ,ବିଚିତ୍ରାନନ୍ଦ ସାହୁ, ତାରିଣୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l ଭୂମି ପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସ୍ୱତନ୍ତ୍ର ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଓ ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଉଦବୋଧନ ଦେବା ସହିତ ଆସନ୍ତା ଯଜ୍ଞ ଆୟୋଜନ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଶେଷରେ ଯଜ୍ଞ ଆୟୋଜନ ମୁଖ୍ୟ ଡ଼. ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *