ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ, ଗମନାଗମନ ରେ ଅସୁବିଧା

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସହିତ ସଂଯୋଗ କରୁଥିବା କଦଳୀ ପାଳି ଛକ ରୁ ତେଳ ନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି I ବିଶେଷ କରି ମାରାଡୁଗୋଛା ଗ୍ରାମ ଛକ ଠାରୁ ବନ୍ଧକେଡ଼ା ଦେଇ ଗୁଞ୍ଜି ମୁଣ୍ଡା ଛକ ପର୍ଯ୍ୟନ୍ତ ରାସ୍ତା ଅତି ବିପର୍ଯ୍ୟସ୍ତ ହୋଇ ପଡିଛି I ଏହି ରାସ୍ତା ଅଞ୍ଚଳ ରେ ମଣିଷ ତ ଦୂର କଥା ପଶୁ ଜନ୍ତୁ ଚାଲି ଯିବା ପାଇଁ ମଙ୍ଗିବେ (ଇଚ୍ଛା ପ୍ରକାଶ) ନାହିଁ I ଏହି ରାସ୍ତା ମରାମତି ଓ ଅର.ଡ଼ି ବିଭାଗ ରୁ ପି ଡବ୍ଲୁ ଡି ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଆନ୍ଦୋଳନ ର ସଜବାଜ ହେବା ନେଇ ସୂଚନା ମିଳୁଛି l ଅଭିଯୋଗ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ହେବା ପରେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହ ପୋଲିସ ଓ ଅଞ୍ଚଳ ବାସୀ ଙ୍କ ଉପସ୍ଥିତି ରେ ଆଲୋଚନା ଓ ପ୍ରତିଶୃତି ପ୍ରଶାସନ ପକ୍ଷରୁ ଦିଆ ଯାଇଥିଲା I ହେଲେ ଦୁଃଖର କଥା ଆଜିକୁ ତିନି ମାସ ବିତି ଗଲା ହେଲେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରି ପାରିଲେ ନାହିଁ ବିଭାଗୀୟ ଅଧିକାରୀ I ଧନ୍ୟ ସେ ଅଞ୍ଚଳ ବାସୀ ଧନ୍ୟ ତାଙ୍କର ସହିଷ୍ଣୁତା I ମରାଡୁ ଗୋଛା ଛକ ରୁ ଗୁଞ୍ଜି ମୁଣ୍ଡା ଛକ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଛି l ଯିବା ଆସିବା ସମ୍ଭବ ହୋଇ ପାରୁ ନାହିଁ I ଅନେକ ସମୟରେ ଦୁର୍ଘଟଣା ଘଟୁ ଥିବାର ଅଭିଯୋଗ ହେଉଛି I ଏହି ରାସ୍ତା ଟି ତରଭା ବ୍ଲକ ର କଦଳୀ ପାଳି ଛକ ଠାରୁ ଗୁଞ୍ଜି ମୁଣ୍ଡା ଗ୍ରାମ ଛକ ଦେଇ ତେଳ ନଦୀ ପୋଲ ସହିତ ସଂଯୋଗ କରି ପ୍ରାୟ ଦଶ କିଲୋମିଟର ଲମ୍ଭା ଖାଳ ଢିପ ରେ ପୂର୍ଣ୍ଣ ରାସ୍ତା ରହିଛି I ରାସ୍ତା ର ଅନେକ ସ୍ଥାନ ରେ ପିଚୁ ଉଠି ଗର୍ତ୍ତ ( ଖାଲ) ହୋଇ ପଡିଛି I ଏହି ରାସ୍ତାଉପରେ ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ଅଞ୍ଚଳ ବାସୀ ସହସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ର ମୋରାଡୁଗୋଚ୍ଛା ପଞ୍ଚାୟତର ବନ୍ଧକେଡ଼ା, ଗୁଞ୍ଜି ମୁଣ୍ଡା, ମୋରାଡୁଗୋଚ୍ଛା, ରୁଗୁଡ଼ିପାଲି ସହିତ ନିକଟସ୍ଥ ପଞ୍ଚାୟତ ଅଞ୍ଚଳ ବାସୀ ଯାତାୟାତ କରିଥାନ୍ତି I ଏହା ସହିତ ମାତ୍ରାଧିକ ଭାରିଯାନ ଯାତାୟାତକରି ଥାଏ I ଫଳରେ ରାସ୍ତା ଅନେକ ସ୍ଥାନ ରେ ବଡ ବଡ ଗର୍ତ୍ତ, (ଖାଲ)ସୃଷ୍ଟି ହେବା ଯୋଗୁଁ ସାଧାରଣ ଲୋକ ଯାତାୟାତ ରେ ନାହିଁ ନ ଥିବାର ଅସୁବିଧା ର ସମୁଖୀନ ହେଉଛନ୍ତି ଇ ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..