July 27, 2025
Home » ରାହୁଲ ଉତ୍ତେଇ ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ରାହୁଲ ଉତ୍ତେଇ ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

0
WhatsApp Image 2025-07-21 at 1.28.44 PM

ରାହୁଲ ଉତ୍ତେଇ ବହୁମୁଖୀ ଜଳସେଚନ ପ୍ରକଳ୍ପ ଯାହା କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ଜୁରାଖମନ, ନାଗଝୁରୀ, ଅଞ୍ଚଲକୁ ନେଇ ଗୌଡ଼ କର୍ଲାଖୁଣ୍ଟା ଠାରେ ପ୍ରସ୍ତାବିତ ରାହୁଲ ଉତ୍ତେଇ ବହୁମୁଖୀ ଜଳ ସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ର ଗୌଡ଼ କର୍ଲାଖୁଣ୍ଟା ଠାରେ ପ୍ରସ୍ତାବିତ ରାଉଳ ଉତ୍ତେଇ ଜଳସେଚନ ପ୍ରକଳ୍ପ ବର୍ତ୍ତମାନ କେନ୍ଦ୍ରୀୟ ଜଳସେଚନ, କେନ୍ଦ୍ରୀୟ ଜଳ ଆୟୋଗ ର ମଞ୍ଜୁରୀ ଅପେକ୍ଷାରେ ରହିଛି। ଯଦି ଉକ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ ତାହେଲେ କେସିଙ୍ଗା ବ୍ଲକରେ ୮୫୬୪ ହେକ୍ଟର ଜମି ଓ ୩୮ ଗାଁ , ନର୍ଲା ବ୍ଲକରେ ୨୦୬୧୪ ହେକ୍ଟର ଜମି ଓ ୯୬ଗାଁ, କର୍ଲାମୁଣ୍ଡା ବ୍ଲକରେ ୧୮୫୪ ହେକ୍ଟର ଜମି ଓ ୯ ଗାଁ,ଏମ. ରାମପୁର ବ୍ଲକରେ ୧୧୯୪୭ ହେକ୍ଟର ଜମି ଓ ୬୩ ଗାଁ,ମୋଟ ୪୩ହଜାର ହେକ୍ଟର ଜମି ଜଳସେଚିତ ହେବା ସଙ୍ଗେ ସଙ୍ଗେ ୨୦୬ଟି ଗାଁ ଲାଭାନ୍ୱିତ ହେଇପାରିବେ। ଏହାବ୍ୟତୀତ ଖରିଫ ଚାଷରେ ୪୮ହଜାର ହେକ୍ଟର ଏବଂ ରବି ଚାଷରେ ୯ ହଜାର ହେକ୍ଟର ଜମିରେ ଜଳ ସୁନିଶ୍ଚିତ କରାଯିବାର ଯୋଜନା ହୋଇ ସାରିଛି। ଆଜି ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଙ୍କର ଜରିଆରେ ବିକଶିତ କଳାହାଣ୍ଡି ନୂଆପଡା ର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଏକ ସ୍ମାରକ ପତ୍ର ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି କହିବାପାଇଁ ଚାହିଁଛନ୍ତି ଯେ ଜଳସେଚନ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରିବା, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସରଳ କରିବା, ଆଧୁନିକ ଜଳସେଚନ ପ୍ରଯୁକ୍ତିବିଦ୍ୟାକୁ ଉତ୍ସାହିତ କରିବା, ଜଳସେଚନ ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା, ଏବଂ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବା। ଯଦି ୨୦୨୩ରେ ପତ୍ରସଂଖ୍ୟା ୧୨୫୧ ତା-୧୯/୧୨/୨୩ ଏବଂ ପତ୍ର ସଂଖ୍ୟା ୨୬/ଡବ୍ଲୁଇ ତା-୦୪/୦୧/୨୩ ରାଜ୍ୟ ସରକାର ଦ୍ୱାରା କେନ୍ଦ୍ରୀୟ ଜଳ ଆୟୋଗକୁ ପଠାଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଅନୁମୋଦିତ ହେଇପାରି ନାହିଁ। ଯାହାର କାରଣରୁ ରାହୁଲ ଉତ୍ତେଇ ବହୁମୁଖୀ ପ୍ରକଳ୍ପ ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେଇପାରୁ ନାହିଁ। ଉକ୍ତ ସ୍ମାରକ ପତ୍ରରେ ଲେଖାଯାଇଅଛି ଯେ, କଳାହାଣ୍ଡି ଜିଲ୍ଲାର ସବୁଠୁ ଅଣ ଜଳସେଚିତ ଭିତରେ କଳାହାଣ୍ଡି ଜିଲ୍ଲାର ଏମ. ରାମପୁର, କର୍ଲାମୁଣ୍ଡା, ନର୍ଲା ଏବଂ କେସିଙ୍ଗା ର ଚାଷୀ ଏଠି ଉପକୃତ ହେଇ ପାରିବେ। ଏହା ସଙ୍ଗେ ସଙ୍ଗେ କଳାହାଣ୍ଡି ଜିଲ୍ଲାର ଏହି ପ୍ରକଳ୍ପ ଯଦି କାର୍ଯକାରୀ ହୁଏ ତାହେଲେ କଳାହାଣ୍ଡି ଜିଲ୍ଲାର ଅର୍ଥନୈତିକ ପ୍ରଗତି ସୁନିଶ୍ଚିତ ହେବା ସହ କଳାହାଣ୍ଡି ଜିଲ୍ଲାର ଏହି ଚାରିଟି ବ୍ଲକ ହରିତକ୍ରାନ୍ତି ଆଡକୁ ଗତିକରି ସାଧାରଣ କୃଷକ ମାନଙ୍କର ଅର୍ଥନୈତିକ ପ୍ରଗତି ହୋଇପାରିବ। ଏକ ଜଳସେଚନ ପ୍ରକଳ୍ପ ଗୋଟିଏ ଅଞ୍ଚଳର ଅର୍ଥନୀତିକୁ ବହୁତ ପ୍ରଭାବିତ କରିପାରେ। ଏହା କୃଷି ଉତ୍ପାଦନ ବୃଦ୍ଧି କରିବାରେ, କୃଷକମାନଙ୍କର ଆୟ ବୃଦ୍ଧି କରିବାରେ ଏବଂ ଗ୍ରାମାଞ୍ଚଳର ବିକାଶରେ ସାହାଯ୍ୟ କରିଥାଏ। ଏହାର ପ୍ରତିଲିପି ସାଂସଦ କଳାହାଣ୍ଡି ମାଲବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ର ଅଧ୍ୟକ୍ଷ ଙ୍କୁ ଉକ୍ତ ସ୍ମାରକପତ୍ରର ପ୍ରତିଲିପି ପଠାଯାଇଛି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *