ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ‘ ମଝିଘରିଆଣୀଙ୍କ ଆଜିଠାରୁ ପାଞ୍ଚ ଦିନ ସୁନାବେଶ

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ‘ ମଝିଘରିଆଣୀଙ୍କ ଆଜିଠାରୁ ଚୈତ୍ର ପର୍ବ ଓ ଝାମୁ ଯାତ୍ରା ଆରମ୍ଭ ହେଉଛି । ଆଜି ମଙ୍ଗଳବାର ଠାରୁ ଆସନ୍ତା ୧୨ ତାରିଖ ଶନିବାର ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ଧରି ଚୈତ୍ରପର୍ବ ଓ ଝାମୁଯାତ୍ରା ପାଳିତ ହେବା ଅବସରରେ ଏହି ୫ ଦିନ ଧରି ମା’ଙ୍କ ସୁନାବେଶ ଅନୁଷ୍ଠିତ ହେବ। ମଙ୍ଗଳ ଦିନ ପାହାନ୍ତିଆ ୪ ଘଣ୍ଟା ସମୟରେ ମାଙ୍କ ସୁନାବେଶର ପ୍ରଥମ ଦର୍ଶନ ହୋଇଛି । ମାଙ୍କ ଏହି ସୁନା ବେଶରେ ସଜ୍ଜିତ କରିବା ପୂର୍ବରୁ ସୋମବାର ସକାଳେ ୧୧ ଘନ୍ତିକ ସମୟରେ ମଣ୍ଡଳ ବିନ୍ୟାସ, ଦୀକ୍ଷାଗ୍ରହଣ,ଝଜୀବତୀ ନଦୀରୁ ପବିତ୍ର ଜଳଯାତ୍ରା କରାଯାଇଥିଲା । ଆଜି ଠାରୁ ଆରମ୍ଭ ହେବାକୁ ଥିବା ମା’ଙ୍କ ଚୈତ୍ରଯାତ୍ରା ସକାଶେ ପୀଠରେ ପଣ୍ଡିତମାନଙ୍କ ଦ୍ବାରା କର୍ମାରମ୍ଭ ସକାଶେ ମନ୍ଦିର ପରିସରରେ ନୀତି ହୋମ ଯଜ୍ଞ ସକାଶେ ସମ୍ପୂର୍ଣ୍ଣ ପ୍ରସୂତି ସହ ସଜବାଜ ହୋଇଛି । ଆଜି ସନ୍ଧ୍ୟାରେ ୬.୪୮ ରୁ ରାତ୍ର ୯.୧୩ ମଧ୍ୟ ମାଙ୍କ ପାଦ ଉଠାଣି ଏବଂ ଘଟ ସ୍ଥାପନ କରାଯିବ। ସୋମବାର ବିଳମ୍ବିତ ରାତ୍ରରେ ମା’ଙ୍କ ଅଙ୍କୁରାରୋପଣ କରାଯାଇ ସୁନାବେଶରେ ମା’ଙ୍କୁ ସଜ୍ଜିତ କରାଯାଇଥିଲା। ଏହି ଅପୂର୍ବ ମାଆଙ୍କ ଦର୍ଶନ ସହ ଆଶୀର୍ବାଦ ପାଇବା ପାଇଁ ରାୟଗଡ଼ା ଆକପଖ ପୋଡ଼ି ରାଜ୍ୟରୁ ହଜାର ହଜାର ଭକ୍ତ ସମାଗମ ହେବାର ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକ ସୂଚନା ଦେଇଛନ୍ତି । ଏଥି ପାଇଁ ଚଳଚଞ୍ଚଳ ରାୟଗଡ଼ା ସହର ରଙ୍ଗ ବିରଙ୍ଗ ଆଲୋକ ସଜ୍ଜରେ ସଜ୍ଜିତ ହୋଇଛି ।
ରିପୋର୍ଟ: ରାୟଗଡା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ