August 27, 2025
Home » ରାୟଗଡ଼ା ଜିଲ୍ଲାପାଳଙ୍କ ପଦ୍ମପୁର ବ୍ଲକର ବଡନାଲା ଜଳଭଣ୍ଡାର ପରିଦର୍ଶନ

ରାୟଗଡ଼ା ଜିଲ୍ଲାପାଳଙ୍କ ପଦ୍ମପୁର ବ୍ଲକର ବଡନାଲା ଜଳଭଣ୍ଡାର ପରିଦର୍ଶନ

0
WhatsApp Image 2025-04-28 at 4.41.40 PM

ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପରୁଲ ପଟୱରି ଭା ପ୍ର ସେ ସୋମବାର ସକାଳ ୧୦.୩୦ ସମୟରେ ପଦ୍ମପୁର ବ୍ଲକର କେନ୍ଦୁଗୁଡା ଠାରେ ୯୩୦ ହେକ୍ଟର ଜଳ ଆୟତରେ ପରିବ୍ୟାପ୍ତ ବଡନାଳ ଜଳଭଣ୍ଡାର ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତର କରିବା ସହ, ସେଠାରେ ଥିବା – ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ।

ଏହି ଅବସରରେ ବାର୍ଷିକ ମାଛ ଉତ୍ପାଦନ, ସ୍ଥାନୀୟ ବଜାର ଯୋଗ୍ୟତା ଏବଂ ମାଛ ପ୍ରଜାତିର ବ୍ୟବହାର ବିଷୟରେ ମତ୍ସ୍ୟ ଅବତରଣ କେନ୍ଦ୍ର ମାଁ ମଙ୍ଗଳା ବାସଚ୍ୟୁତ ଆଦିବାସୀ ପ୍ରାଥମିକ ମତ୍ସ୍ୟ ଉନ୍ନୟନ ସମବାୟ ସମିତି, ବୃନ୍ଦାଗୁଡା,ସ୍ଥାନ ହାଟପଦାକୁ ପରିଦର୍ଶନ କରି ସେଠାରେ ମାଆ ମଙ୍ଗଲା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହ ସେଠାରେ ପିଏଫସିଏସ କେନ୍ଦୁଗୁଡ଼ାର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ୯୪ ଜଣ ସଦସ୍ୟବିଶିଷ୍ଟ ମାଆ ମଙ୍ଗଲା ପିଏଫସିଏସ ଟି ୧୬. ୦୭. ୨୦୦୧ ମସିହାରୁ ବଡ଼ନାଳ ଜଳ ଭଣ୍ଡାରରେ ମାଛ ଚାଷ କରିଆସୁଛନ୍ତି।

ଏହି ଜଳ ଭଣ୍ଡାରରେ ମିଳୁଥିବା, ମାଛ ଓ ଚିଙ୍ଗୁଡ଼ି ପ୍ରଜାତି, ଏଠାରେ ଛଡ଼ାଯାଉଥିବା ମାଛ ଓ ଚିଙ୍ଗୁଡ଼ି ଯାଆଁଳର ପରିମାଣ, ମାଛ ଧରିବା ପଦ୍ଧତି, ବିକ୍ରି – ବଟାର ସୁବିଧା ଓ ଅସୁବିଧା ପଚାରି ନେଇ ରାୟଗଡା ଜିଲ୍ଲାପାଳ ପଚାରି ବୁଝିଥିଲେ। ରାୟଗଡା ମତ୍ସ୍ୟ ବିଭାଗ ତରଫରୁ ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ସଦସ୍ୟା ମାନଙ୍କୁ ଯୋଗାଇ ଦିଆଯାଇଥିବା ଡ଼ଙ୍ଗା, ଜାଲ, ମୋଟର- ସାଇକେଲ ସହ ବରଫ ବାସ୍କ, ଇତ୍ୟାଦିର କାର୍ଯ୍ୟକାରିତା ବିଷୟରେ ସେ ପଚାରି ବୁଝିଥିଲେ। ଶେଷରେ ଏଠାରେ ନୂତନ ଭାବେ ତିଆରି କରାଯାଇଥିବା ମତ୍ସ୍ୟ ଅବତରଣ କେନ୍ଦ୍ର ବୁଲି ଦେଖିଥିଲେ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପଞ୍ଚାୟତ ସମିତି ଅଧକ୍ଷା, ପଦ୍ମପୁର ଶ୍ରୀମତୀ ମଣିମାଳା ଶବର; ସରପଞ୍ଚ, କେନ୍ଦୁଗୁଡା ଶ୍ରୀମତୀ ସିଦ୍ଧେଶ୍ବରୀ ଶବର; ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ, ରାୟଗଡା ଶ୍ରୀ ଜ୍ଞାନ ରଞ୍ଜନ ସେଠି; ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଶ୍ରୀ ସ୍ୱସ୍ତିକ ଜମାଦାର; ସହକାରୀ ମତ୍ସ୍ୟ ଅଧିକାରୀ, ପଦ୍ମପୁର ଶ୍ରୀ ଅଶ୍ଵିନୀ କୁମାର ବିଶ୍ୱାଳ; ସହକାରୀ ମତ୍ସ୍ୟ ଅଧିକାରୀ, ମୁଖ୍ୟାଳୟ, ରାୟଗଡା ସୁଶ୍ରୀ ପ୍ରୀତିଶ ନନ୍ଦା ପଟନାୟକ ; ସହକାରୀ ଯନ୍ତ୍ରୀ; ବି. ପି. ସି, ପଦ୍ମପୁର ଏବଂ ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ୪୦ ରୁ ଉର୍ଧ୍ଵ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ଇପିଏରୁ ତିରୁମାଲା ପ୍ରସଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *