December 21, 2025
Home » ରାୟଗଡ଼ା ପୌରପାଳିକା ଦ୍ୱାରା ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମ

ରାୟଗଡ଼ା ପୌରପାଳିକା ଦ୍ୱାରା ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମ

0
WhatsApp Image 2025-12-11 at 5.00.55 PM

ରାୟଗଡ଼ା ପୌରପାଳିକା ପକ୍ଷରୁ ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୌରପାଳିକା ଦ୍ୱାରା ପରିଚାଳିତ ଅନ୍ତରିଗୁଡ଼ା ସ୍ଥିତ ‘ୱେଲ୍‌ଥ ସେଣ୍ଟର’ (ସମ୍ପଦ କେନ୍ଦ୍ର) ଏବଂ ଏଫଏସଟିପି (ମଳ ପଙ୍କ ବିଶୋଧନାଗାର) ପରିଦର୍ଶନ କରିଥିଲେ।ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା

ଛାତ୍ରଛାତ୍ରୀମାନଙ୍କୁ ସହରର କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ବାସ୍ତବ ଜ୍ଞାନ ପ୍ରଦାନ କରିବା। ଅଣ୍ଟାରିଗୁଡ଼ା ସ୍ଥିତ ଏହି ପ୍ରକଳ୍ପଗୁଡିକରେ କିପରି ବୈଜ୍ଞାନିକ ପଦ୍ଧତିରେ ଆବର୍ଜନାକୁ ସମ୍ପଦରେ ପରିଣତ କରାଯାଉଛି ଏବଂ ପରିବେଶକୁ ସୁରକ୍ଷିତ ରଖାଯାଉଛି, ସେ ବିଷୟରେ ପିଲାମାନେ ଅବଗତ ହୋଇଥିଲେ।ଏହି ଅବସରରେ ରାୟଗଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ପରିମଳ ବିଶେଷଜ୍ଞ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସେମାନେ ପିଲାମାନଙ୍କୁ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ବିଶୋଧନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ପରିଦର୍ଶନ ଶେଷରେ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଏକ ବ୍ୟାବହାରିକ ଜ୍ଞାନ ଆହରଣ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନେ ବେଶ୍ ଉତ୍ସାହିତ ହୋଇଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *