ରାୟଗଡ଼ା ବିଜେଡି ପକ୍ଷରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ “ଶ୍ରଦ୍ଧା ଦିବସ” ପାଳିତ

ମହାନ ନେତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ “ଶ୍ରଦ୍ଧା ଦିବସ” ଉପଲକ୍ଷେ ରାୟଗଡ଼ା ବିଜୁ ଜନତା ଦଳ ୧୭ ଏପ୍ରିଲ ୨୦୨୫ ତାରିଖ ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ବସ୍ ଷ୍ଟାଣ୍ଡ, ରାୟାଗଡା ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ପୂଷ୍ମମାଲ୍ୟ ଅର୍ପଣ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଏନ ଭାସ୍କର ରାଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା,ସମେତ ମହିଳା ବିଜେଡି ନେତୃତ୍ୱବୃନ୍ଦ, ବିଜେଡିର ସମସ୍ତ ନେତା ଓ କର୍ମୀ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହା ପରେ ତେଜସ୍ୱୀ ହୋଟେଲ ସମ୍ମୁଖରେ ବିଜୁ ଜନତା ଦଳ ପାର୍ଟି କାର୍ଯ୍ୟାଳୟରେ ଏକ ପାର୍ଟି ସଭା ଆୟୋଜିତ କରାଯାଇଥିଲା ।ଆୟୋଜିତ ଉକ୍ତ ସଭା ଜିଲ୍ଲା ସଭାପତି ଏନ ଭାସ୍କର ରାଓଙ୍କ ନେତୃତ୍ୱରେ ହୋଇଥିବା ଏଥିରେ ଦଳୀୟ ନେତା ସମସ୍ତେ ଉପସ୍ଥିତ ରହି ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ତଥା ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ତାଙ୍କ ଫଟୋଚିତ୍ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ରାଓ କହିଥିଲେ ଯେ ରଙ୍ଗ ପରିବର୍ତ୍ତନ କରିଥିବା ଏହି ଏକ୍ସିଦେଣ୍ଟ ସରକାର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବିକୁ ପୁରାଣ କରି ପାରିନଥିବା ବେଳେ ବିଜୁବାବୁଙ୍କ ପ୍ରେମୀଙ୍କ ମନରୁ ତାଙ୍କ ସ୍ମୃତିକୁ ଭୁଲାଇଦେବକୁ ଚେଷ୍ଟା କରୁଛି ଯାହାକି କଦାପି ସମ୍ଭବ ନାହିଁ । ଏଣୁ ରାୟଗଡ଼ା ଜିଲ୍ଲାର ବିଜେଡିର ସମସ୍ତ କର୍ମୀ ଏକତ୍ରିତ ହୋଇ ଏହି ସରକାର ବିରୁଦ୍ଧରେ ଆଗକୁ ଚାଲ ମୁ ତୁମ ପଛରେ ରହିଛି । ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆଗାମୀ ଦିନରେ ପୁଣି ଥରେ ଓଡ଼ିଶାର ସରକାର ଶାସନ ଭାର ନେବା ପାଇଁ ବିଜେଡି ଉଦ୍ୟମ ଜାରି ରଖିବ ବୋଲି ସେ କହିଥିଲେ ।
ବିଜୁ ବାବୁଙ୍କ ସାମାଜିକ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଚଳିତ ବର୍ଷ ବିଜୁ ବାବୁଙ୍କ ତିରୋଧାନ ଦିବସ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।
ଏହି ଅବସରରେ ରାୟଗଡ଼ା ବିଜେଡି କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ, ଯୁବ,ମହିଳା ଶାଖା ତଥା ସମସ୍ତ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ବାବୁଙ୍କ ତିରୋଧାନ ଦିବସ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହେବା ସହ ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ବିଜୁବାବୁ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, କୃଷି କ୍ଷେତ୍ରର ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତିକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ଵାଭିମାନର ସୁରକ୍ଷା ପଥର ପୁରୋଧା ଥିଲେ ଏବଂ ତାଙ୍କ ଉଦ୍ୟମ ,ଅଗାଦ ଦେଶପ୍ରେମ, ତ୍ୟାଗ ଓ ପରାକ୍ରମ ସର୍ବଦା ଓଡ଼ିଆ ଜାତିର ସ୍ୱାଭିମାନ କରିବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ