December 21, 2025
Home » ରାୟଗଡ଼ା ବ୍ଲକ ସ୍ତରୀୟ ଚଇତି – ୨୦୨୫ ମହା ଆଡ଼ମ୍ବରରେ ଶୁଭାରମ୍ଭ

ରାୟଗଡ଼ା ବ୍ଲକ ସ୍ତରୀୟ ଚଇତି – ୨୦୨୫ ମହା ଆଡ଼ମ୍ବରରେ ଶୁଭାରମ୍ଭ

0
WhatsApp Image 2025-12-12 at 1.49.18 PM

ରାୟଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ରାୟଗଡ଼ା ବ୍ଲକସ୍ତରୀୟ ଚଇତି – ୨୦୨୫ ତା.୧୨-୧୨-୨୦୨୫ ରିଖ, ଶୁକ୍ରବାର ପୂର୍ବାହ୍ନ ୯.୦୦ ଘଟିକା ସମୟରେ ହାଲୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରିଝଲା ଗ୍ରାମରେ ହନୁମାନ ମନ୍ଦିର ନିକଟସ୍ଥ ଚଇତି ପଡିଆ ଠାରେ ମହାସମାରହରରେ ଆରମ୍ଭ ହୋଇଯାଇଛି। ବ୍ଲକସ୍ତରୀୟ ଚଇତି ଆରମ୍ଭ ପୂର୍ବରୁ ଚଇତି ପଡିଆ ନିକଟରୁ ଜଳ ସଂଗ୍ରହ କରାଯାଇ କଳସ ପୂଜା କରି କଳସ ଯାତ୍ରା ଆରମ୍ଭ ହୋଇ ଚଇତି ମଣ୍ଡପ ଠାରେ ଚଇତି ମଣ୍ଡପ ଠାରେ କଳସ ସ୍ଥାପନା କରାଯାଇଥିଲା। ଚଇତି ୨୦୨୫ ପ୍ରାରମ୍ଭିକ କାର୍ଯ୍ୟକ୍ରମଟିକୁ ସମସ୍ତ ଅତିଥିଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରି ଆରମ୍ଭ କରାଯାଇଥିଲା।

ରାୟଗଡ଼ା ବିଡ଼ିଓ ସୁଜିତ୍ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଏହି ଚଇତି ୨୦୨୫ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମରିକା,କୋରାପୁଟ ବିଜେପି ସାଂସଦ ପାର୍ଥି କାଳିରାମ ମାଝୀ, ରାୟଗଡ଼ା ବିଧାୟକ ପ୍ରତିନିଧି,ରାୟଗଡ଼ା ବିଜେପି ବିଧାୟକ ପାର୍ଥି ବସନ୍ତ ଉଲ୍କାକା, ହାଲୁଆ ସରପଞ୍ଚ ତାମାରାଓ ବିଡ଼ିକ, ରାୟଗଡ଼ା ବିଡ଼ିଓ, ଏବିଡ଼ିଓ,ରାୟଗଡ଼ା ରେଞ୍ଜର ମଞ୍ଚାସିନ ରହିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟନ କରାଯାଇଥିଲା।

ଏହା ପରେ ଗ୍ରାମପଞ୍ଚାୟତ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ମଞ୍ଚାସିନ ଅତିଥିଗଣ ରାୟଗଡ଼ା ଆଦିବାସୀ ସଂସ୍କୃତି,ପରମ୍ପରା, ଜୀବିକା ଉପରେ ରହିଥିବା ମୁଖ୍ୟ ଭୂମିକା ଯାହାକି ଚଇତି ଉତ୍ସବ ମାଧ୍ୟମରେ ବିଶ୍ବସ୍ତରୀୟ ପ୍ରସିଦ୍ଧ ହାସଲ କରିଥିବା ନେଇ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରାୟଗଡ଼ା ଏ ବିଡ଼ିଓ କାଳୁଚରଣ ନାୟକ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ। ସନ୍ଧ୍ୟା ସମୟରେ ଉଦଯାପନି କାର୍ଯ୍ୟକ୍ରମ ହୋଇଥିଲା।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *