January 9, 2025
Home » ରାୟଗଡ଼ା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ୭୯ତମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

ରାୟଗଡ଼ା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ୭୯ତମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

0

 

ସ୍ବାସ୍ଥ୍ୟ, ଶିକ୍ଷା ବିଭାଗର ଅବହେଳା,ଅବ୍ୟବସ୍ଥା ନେଇ ଗର୍ଜିଲେ ରାୟଗଡ଼ା ବିଧାୟକ

ବିକାଶ, କଲ୍ୟାଣ ଯୋଜନା ସହିତ ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ ଯୋଗାଣ ଉପରେ ଗଭୀର ଆଲୋଚନା

ରାୟଗଡ଼ା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ୭୯ତମ ଜିଲ୍ଲାପରିଷଦ ବୈଠକ ତା ୧୮/୦୯/୨୪ରିଖ ଦିନ ସକାଳ ୧୧.୦୦ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସା°ସଦ ସପ୍ତଶଙ୍କର ଉଲ୍ଲାକା,ରାୟଗଡ଼ ବିଧାୟକ କାଡ୍ରାକା ଆପାଲୁ ସ୍ବାମୀ,ବିଷମକଟକ ବିଧାୟକ ନୀଳମାଧବ ହିକକା,ଗୁଣପୁର ବିଧାୟକ ପ୍ରତିନିଧି ସାନ ଗୌଡ଼, ରାୟଗଡ଼ା ଜିଲ୍ଲାପାଳ ପରୁଲ ପଟୱାନି ,ଜିଲ୍ଲା ପରିଷଦ ମୁଖ୍ୟ ଜିଲ୍ଲା ନିର୍ବାହୀ ଅଧିକାରୀ କହଁର, ରାୟଗଡ଼ା ଉପଜିଲ୍ଲାପାଳ ସଂଘମିତ୍ରା ଦେବୀ,ଜିଲ୍ଲା ପରିଷଦର ସମସ୍ତ ସଭ୍ୟ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ସାମ୍ବାଦିକମାନଙ୍କୁ ଫୋଟ ଓ ଭିଡ଼ିଓ ନେଇ ବାହାରକୁ ଚାଲିଯିବା ପାଇଁ କୁହା ଯାଇଥିଲା । ଏହା ନେଇ ରାୟଗଡ଼ ବିଧାୟକ ବିଗିଡ଼ିବା ସହ କହିଛନ୍ତି ଯେ ସାମ୍ବାଦିକମାନେ ସଂସଦ ଓ ବିଧାନସଭାରେ ଉପସ୍ଥିତ ରହୁଥିବା ବେଳେ ଏଠାରେ କାହିଁକି ରହିପାରିବେ ନାହିଁ ବୋଲି ପ୍ରଶ୍ନରେ ସିଡିଈଓ କହଁର ପୂର୍ବରୁ ଯାହା ନିର୍ଦେଶ ରହିଛି ତେଣୁ କରି ଚାଲିଯିବାକୁ କୁହାଯାଇଥିବା କହିଥିଲେ । ବିଧାୟକ କହିଲେ ଆମ ସଭାଗୁଡ଼ିକରେ ଯାହା ଘଟୁଛି ଖବରକାଗଜ, ଟିଭି ମାଧ୍ୟମରେ ଲୋକଲୋଚନକୁ ଆଣି ତାହା ପ୍ରକାଶ କରିବେ ବୋଲି କହିଥିଲେ । ବିଧାୟକ,ସାଂସଦଙ୍କ କଥାରେ ଅଧ୍ୟକ୍ଷା ସରସ୍ୱତି ମାଝୀ ରାଜି ହେବା ପରେ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।
କୋରାପୁଟ ସା°ସଦୀୟ କ୍ଷେତ୍ର ୨୦୨୪ରେ ସା°ସଦ ଓ ରାୟଗଡ଼ ସମସ୍ତ ବିଧାନସଭା ମଣ୍ଡଳୀରେ ଜିତିବା ପରେ ଜିଲ୍ଲା ପରିଷଦ ବୈଠକ ପ୍ରଥମ ଥର ପାଇଁ ଅ°ଶଗ୍ରହଣ କରିବା ସହ ବିଗତ ୨୪ ବର୍ଷରେ ପୁରାତନ ବିକାଶ ଯୋଜନାଗୁଡିକର ଯାହା ପ୍ରକୃତ ସ୍ଥିତିକୁ ସୁଧାରୀବାକୁ ବର୍ତମାନ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସୁଚାରୁ ରୁପେ ଆଗେଇବା । ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଜିଲ୍ଲା ସଂଯୋଜକ ଏହି ଯୋଜନା ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଦେଉଥିବା ସମୟରେ ବିଧାୟକ ତାକୁ କିଛି ସମୟ ରଖି କହିଥିଲେ ଯେ ମୁଁ ଏହି ଅଞ୍ଚଳର ଜନ୍ମୀତ ଆଦିବାସୀ ଯୁବକ ଯିଏ ବର୍ତ୍ତମାନ ଅଞ୍ଚଳର ଆଦିବାସୀ ବିଧାୟକ ସହ ରାଜ୍ୟରେ ବର୍ତମାନ ଆଦିବାସୀ ମୁଖ୍ୟମନ୍ତ୍ରୀ, ଆଦିବାସୀ ସାଂସଦ, ଆଦିବାସୀ ବିଧାୟକ। ତେଣୁ, କୌଣସି ଆଦିବାସୀ ଅଞ୍ଚଳର ନବୀକରଣ କାର୍ଯ୍ୟରେ ଅଧିକାରିଙ୍କ ଉଲ୍ଲଂଘନକୁ ମୁଁ କଦାପି ବରଦାସ୍ତ କରିବିନାହିଁ। ଆମେ କୌଣସି କାର୍ଯ୍ୟାଳୟ ଗଲେ ଠିକ୍ ସୂଚନା ପ୍ରଦାନ କରାଯାଇନାହିଁ। ପ୍ରତି ବିଭାଗୀୟ ସମ୍ପୂର୍ଣ୍ଣ ସୂଚନା ମା ପାଖରେ ରହିଛି। ଠକିବାକୁ ଚେଷ୍ଟା କଲେ ଧରପଡ଼ିବେ । ଏହି କଥାରେ ସିଡିଈଓ ଜିଲ୍ଲାପରିଷଦ କହଁର ନିଜକୁ ମୁଁ ମଧ୍ୟ ଆଦିବାସୀ ପିଲା କହିଥିଲେ । ବୈଠକରେ ସଦସ୍ୟମାନେ ଜିଲ୍ଲାର ଜନସାଧାରଣଙ୍କ ସ୍ୱାର୍ଥରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ସଂପୃକ୍ତ ବିଭାଗର ଅଧିକାରୀଙ୍କଠାରୁ ସୂଚନା ଗ୍ରହଣ କରିଥିଲେ।ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନେ ବିଭିନ୍ନ କାମ ବିଷୟରେ ସେମାନଙ୍କୁ ଅବଗତ କରାଯାଉନଥିବା ସହ ଜିଲ୍ଲାରେ ବିଭିନ୍ନ ସମୟରେ ସେବା କାମରେ ଜିଲ୍ଲାରେ ବିଭିନ୍ନ ବିଭାଗ ଗସ୍ତ ସମୟରେ ସେମାନଙ୍କୁ ଅବହେଳା କରିବା ସହ ଅପମାନ,ଅଣଦେଖା କରୁଥିବା ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ଏଥିସହ ସ୍କୁଲ, ପାନୀୟ ଜଳ, ଅଙ୍ଗନବାଡି, ଡାକ୍ତର ପଦବିକୁ ନେଇ,ପିସି କାରବାର ବନ୍ଦ ନେଇ ବିଧାୟକ ସମେତ ଅନ୍ୟ ସଦସ୍ୟମାନେ ଦାବି କରିଥିଲେ। ଯେଉଁମାନେ ଠିକ ଭାବେ କାମ କରିବାକୁ ଚାହୁଁନାହାଁନ୍ତି ମୁଁ ହାତଯୋଡି ସେମାନଙ୍କୁ ଅନୁରୋଧ ଦୟାକରି ସେମାନେ ଜିଲ୍ଲାରୁ ଚାଲିଯାଆନ୍ତୁ ବୋଲି ରାୟଗଡ ବିଧାୟକ ଶ୍ରୀ ଆଡ୍ରାକା କହିଥିଲେ । ଏହି ସମୟରେ ସଦସ୍ୟମାନେ ବିଭିନ୍ନ ବିଭାଗ ସହ ଜଡିତ ଯୋଜନା ଏବଂ କାର୍ଯ୍ୟଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବା ସହ ଯୋଜନାଗୁଡିକର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ଅବ୍ୟବସ୍ଥାକୁ ନେଇ ବିଧାୟକ ବିଭାଗୀୟ ଅଧିକାରୀଙ୍କ ଉପରେ ଗର୍ଜିଥିଲେ । ଏହି କ୍ରମରେ ଅନେକ ସଦସ୍ୟ ସ୍ୱାସ୍ଥ୍ୟ ବିଭାଗର ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ଓ ଖାଲିଥିବା ପଦବି, ଜନନୀ ଶିଶୁ ସୁରକ୍ଷା ଯୋଜନାରେ ଉପକୃତ ହୋଇଥିବା ମହିଳା ଓ ଶିଶୁ, ମା ଗୃହ, ଗାଁ କଲ୍ୟାଣ ସମିତି, ଜଣ ଆରୋଗ୍ୟ ସମିତି, ପୁଷ୍ଟି ପୁନ୍ନରବାସ କେନ୍ଦ୍ର, ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ ଆଦି ଉପରେ ଉପସ୍ଥାପନା କରିଥିଲେ।
“ମୈସୁମୀ ପରିବର୍ତ୍ତନ ଯୋଗୁଁ ଝାଡ଼ା, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ଭଳି ରୋଗ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମୁଖ୍ୟତଃ ମୁନିଗୁଡା,କାଶିପୁର,ବିଷମକଟକ,ଆମ୍ବଡ଼ାଳ,ରାୟଗଡ଼ା ପଞ୍ଚାୟତ ରେ ଅଜଣା ରୋଗରେ ପ୍ରଭାବିତ୍ରେ ବିଗତ ତିନିମାସ ମଧ୍ୟରେ ୭ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ପଞ୍ଚାୟତରେ ଜଳ କ୍ଲୋରାଇନ୍ ହେବାର ଆବଶ୍ୟକତା ରହିଛି ଏବଂ ରାସ୍ତାର ଉଭୟ ପାର୍ଶ୍ୱକୁ ବ୍ଲିଚିଂ ପାଉଡର ସ୍ପ୍ରେ କରି ସଫା ଏବଂ ପରିଷ୍କାର ରଖିବା ପାଇଁ କୁହାଯାଇଥିଲା। ବର୍ତମାନ ପର୍ଯନ୍ତ୍ ୧ଲକ୍ଷ୍ୟ ଔଷଧୀୟ ମଶାରୀ ଆସିଥିବା ସିଡ଼ିଏମ୍ କହିଥିଲେ। ୧୦୦ ଜନ ରୋଗୀ କୁ ନେଇ ଜଣେ ନର୍ସ ଥିବା ବିଧାୟକ କଦ୍ରକ କହିଥିଲେ । ଜିଲ୍ଲାପରିଷଦ ସଭ୍ୟ ଚିକିତ୍ସା ପାଇଁ କୌଣସି ରୋଗୀକୁ ନେଇ ହସ୍ପିଟାଲ ଗଲେ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ଅର୍ବିକିସ କୌଣସି ସ୍କୁଲ ଯାଉ ନ ଥିବା ଅଭିଯୋଗ କରିଥିଲେ ସଭ୍ୟା। ବିଧାୟକ କୈଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଆବଶ୍ୟକୀୟ ଔଷଧ ରଖିବାକୁ ସେ ମେଡିକାଲ୍ ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଉଠାଯାଇଥିବା ସବୁଠାରୁ ବଡ ଆପତ୍ତି ହେଉଛି ଯେ ଆଜି ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଏବଂ ନର୍ସଙ୍କ ଅଭାବ ରହିଛି। ସମସ୍ୟା ହେଉଛି ଅନେକ ସ୍ଥାନରେ ଜଣେ ହେଲେ ଡାକ୍ତର ମଧ୍ୟ ନାହାଁନ୍ତି। ଡାକ୍ତରମାନେ କେନ୍ଦ୍ରରେ ପୋଷ୍ଟ ହୋଇଥିଲେ ମଧ୍ୟ ସେମାନେ ଆସନ୍ତି ନାହିଁ। ଇନ୍-ଚାର୍ଜ ପରିଚାଳନା କରି, ସେମାନେ ଗୋଟିଏ ଥର ଉପସ୍ଥାନ କରନ୍ତି । ସେହିଭଳି ସ୍ୱାସ୍ଥ୍ୟ ଉପ-କେନ୍ଦ୍ରରେ ଡାକ୍ତର ଏବଂ ନର୍ସଙ୍କ ଅଭାବ ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ସ୍ୱାସ୍ଥ୍ୟ ଉପ-କେନ୍ଦ୍ରରେ ସେବା ବଜାୟ ରଖିବାକୁ ବିଧାୟକଙ୍କ ଦ୍ୱାରା ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ ସମ୍ବନ୍ଧରେ ଆଇସିଡ଼ିଏସର ଡିପିଓ କୁ ଅଧ୍ୟକ୍ଷ ତୂରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ତୁରନ୍ତ ସଂଶୋଧନ କରିବାକୁ କୁହାଯାଇଥିଲା। ଉଭୟ ବିଭାଗ ଜିଲ୍ଲାରେ ଅଧିକ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ସୃଷ୍ଟି ହୋଇଥିବା ବିଦ୍ୟାଳୟଗୁଡ଼ିକର ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଜଣେ ଶିକ୍ଷକ ଥିବା କେତେ ସ୍କୁଲ ଜିଲ୍ଲାରେ ଅଛି ବୋଲି ସାଂସଦ ପ୍ରଶ୍ନର ଉତ୍ତର ଡିଈଓ ରଖି ପାରିନଥିବାରୁ ରାୟଗଡ଼ା ବିଧାୟକ ଗର୍ଜି ଉଠିଥିଲେ। ଡିଈଓ ତମେ ନା ବିଧାୟକ ବୋଲି ପ୍ରଶ୍ନ କରି ୮୨ ସ୍କୁଲ ଥିବା କୋହିଥିଲେ ଶ୍ରୀ କଡ୍ରାକା। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିଗିଡି ଯାଇଥିବା ବେଳେ ଆଦିବାସୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଉର୍ଣ୍ନତ ସକାଶେ ଆସୁଥିବା ବିଭିନ୍ନ ପାଣ୍ଠିକୁ ବାଟମାରଣା କରାଯାଉଛି । ଖେଳ, ବିଜ୍ଞାନର ବିଭିନ୍ନ ଉପକରଣ ବାଟମାରଣା କରିବା ସହ ଖାଦ୍ୟ ନିମ୍ନମାନ ଯୋଗାଣ ନେଇ ଗୃହରେ ସଭ୍ୟ ମାନେ ଅଭିଯୋଗ କରିଥିଲେ। ଏପରିକି ଶିକ୍ଷା କେନ୍ଦ୍ରରେ ସଭ୍ୟ ଗସ୍ତ ସମୟରେ ଗୁରୁଜନ ବୃନ୍ଦ ୧୦.୩୦ ସମୟରେ ଲଞ୍ଚ ବ୍ରେକରେ ଥିବା କହୁଥିବା ନେଇ ସଭ୍ୟ ଅଭିଯୋଗ ଆଣିଥିଲେ ।ଜିଲ୍ଲାରେ ଏପରିକି ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ନ ଯାଇ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରହି ଦରମା ସମୟର ସ୍କୁଲ ଯାଇ ଦରମା ନେଇଆସୁଛନ୍ତି। ଏପରିକି ଜିଲ୍ଲାରେ ଥିବା ଅନେକ ଆଦିବାସୀ ବିଦ୍ୟାଳୟରେ ଛାତ୍ରମାନେ ଲିକର ପିଉଥିବା ସହ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ଅ ଆ ଲେଖିପରୁନାହାନ୍ତି । ଜିଲ୍ଲାରେ ୩୦୦୦ ଶିକ୍ଷକଙ୍କୁ ପ୍ରତିନିଯୁକ୍ତି କାହା ସ୍ୱାର୍ଥରେ କରାଯାଇଛି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ଫଳରେ ଶିକ୍ଷା ବ୍ୟବସ୍ଥା ଉଜୁଡ଼ି ଯାଇଥିବା ଥିବା ,ଶିକ୍ଷକମାନେ ଦୂରଦୂରାନ୍ତ ଅଂଚଳରେ ନିୟମିତ ଭାବରେ  ରହୁନଥିବାରୁ ଓ ଜଣେ ଜଣେ ଶିକ୍ଷକ ବହୁ ବର୍ଷଧରି ଗୋଟିଏ ବିଦ୍ୟାଳୟ ରହୁଥିବାରୁ ପାଠ ପଢାଉ ନଥିବା ଅଭିଯୋଗ କରିଥିଲେ। ଶିକ୍ଷକ ମାନେ ଦୂରଦୂରାନ୍ତ ଅଂଚଳରେ ନିୟମିତ ଭାବରେ ରହୁନଥିବାରୁ ତଦାରଖ କରିବା ନିମନ୍ତେ ସଦସ୍ୟ ସଦସ୍ୟା ମାନେ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ଏହି ବିଦ୍ୟାଳୟଗୁଡ଼ିକର ନବୀକରଣ ଏବଂ ମରାମତି କାର୍ଯ୍ୟ ପାଇଁ ଅନେକ ଦିନ ଧରି ସରକାରଙ୍କ ତରଫରୁ କୈଣସି ଆବଣ୍ଟନ ଗ୍ରହଣ କରାଯାଇ ନାହିଁ। ପାଣ୍ଠି ଆବଣ୍ଟନ ପରେ କାର୍ଯ୍ୟ କରାଯାଇପାରିବ ।ବିଭିନ୍ନ ବ୍ଲକରେ ନୂତନ ସୃଷ୍ଟି ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି ଏବଂ ନିର୍ମାଣ ଇତ୍ୟାଦି ଉପରେ ସଭ୍ୟମାନେ ପ୍ରଶ୍ନ ଉଠାଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପିଲାଙ୍କ ପାଠ ପଢା, ବିଦ୍ୟାଳୟ ସ୍ଥିତି ଆଦି ଅନୁଧ୍ୟାନ କରିବା ପାଇଁ ସଦସ୍ୟ ସଦସ୍ୟା ମନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିକାଶ, କଲ୍ୟାଣ ଯୋଜନା ସହିତ ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ ଯୋଗାଣ ଉପରେ ଗଭୀର ଆଲୋଚନା ହୋଇଥିଲା । ଆୟୁଷ୍ମାନ ଭାରତଙ୍କ ସିଷ୍ଟମରେ ମଧ୍ୟ ପ୍ରଶ୍ନ ଉଠିଥିଲା। ବିଦ୍ୟୁତ୍, ଜନସାଧାରଣ ବଣ୍ଟନ ବ୍ୟବସ୍ଥା, ଆଇସିଡିଏସ୍,ଜଳସେଚନ, ଗ୍ରାମୀଣ କାର୍ଯ୍ୟ ଏବଂ ସଡ଼କ ନିର୍ମାଣକୁ ନେଇ ବ୍ୟବସ୍ଥା ଉପରେ ଆପତ୍ତି ଉଠାଇବା ସହ ସଭାରେ ସଦସ୍ୟମାନଙ୍କ ଦ୍ବାରା ଏକ ବିତର୍କ କରିଥିଲେ । ବିଦ୍ୟୁତ୍ ବିଭାଗ ୬୦ ଲକ୍ଷ ଟଙ୍କା ଖାଇଯାଇଥିବା ନେଇ ରାୟଗଡ଼ା ବିଧାୟକ କହିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗମନା ଗମନ ପାଇଁ ରାସ୍ତାଘାଟ ନିର୍ମାଣ ଅସଂପୂର୍ଣ୍ଣ କାମକୁ ତୁରନ୍ତ ସଂପୂର୍ଣ୍ଣ କରିବା ଉପରେ ସଦସ୍ୟ ମାନେ କହିଥିଲେ । ରାତି ୦୯ ଘଣ୍ଟିକରେ ମିଟିଂ ସରିଥିଲା।

Leave a Reply

Your email address will not be published. Required fields are marked *