February 9, 2026
Home » ରାୟଗଡ଼ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ମଙ୍ଗଳବାର (୦୮/୦୪/୨୫ ) ଠାରୁ ଆରମ୍ଭ

ରାୟଗଡ଼ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ମଙ୍ଗଳବାର (୦୮/୦୪/୨୫ ) ଠାରୁ ଆରମ୍ଭ

0
WhatsApp Image 2025-04-09 at 4.03.33 PM

ରାୟଗଡ଼ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ପ୍ରତି ବର୍ଷ ପରି ଚଳିତ ବର୍ଷ
ତା.୦୮.୦୪.୨୦୨୫ ଠାରୁ ୧୨.୦୪.୨୦୨୫ ରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅବସରରେ ଉକ୍ତ ପାଞ୍ଚ ଦିନ ମାଆ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ମା’ଙ୍କ ଘଟ ପୂଜା କାର୍ଯ୍ୟ ଯଥାକ୍ରମେ ତା. ୦୮-୦୪-୨୦୨୫ ମଙ୍ଗଳବାର ସନ୍ଧ୍ୟା ୬.୪୮ ରୁ ରାତ୍ର ୯.୧୩ ମଧ୍ୟ ମାଙ୍କ ପାଦ ଉଠାଣି ଏବଂ ଘଟ ସ୍ଥାପନ ହୋଇଥିଲା । ବୁଧବାର ଠାରୁ ଶନିବାର ପର୍ଯ୍ୟନ୍ତ (ତା. ୦୯-୦୪-୨୦୨୫ -୧୨-୦୪-୨୦୨୫) ନିତି ସନ୍ଧ୍ୟା ୫ ଘଟିକା ଠାରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ମାଙ୍କ ଘଟ ଗ୍ରାମ ପରିକ୍ରମା କରିଥିଲା । ସେହିପରି ୧୨-୦୪-୨୦୨୫ ଶନିବାର
ଅପରାହ୍ନ ୩.୧୫ ଠାରୁ ସନ୍ଧ୍ୟା ୭.୨୧ ମଧ୍ୟ ମାଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ କାର୍ଯ୍ୟକ୍ରମ ରହିଛି । ତାପରେ ଉକ୍ତ ଦିବସରେ ରାତ୍ର ୮.୨୬ ରୁ ରାତ୍ର ୧୦.୫୦ ମଧ୍ୟ ପୂଜକଙ୍କ କଣ୍ଟା ଦୋଳି ଝୁଲଣ ଏବଂ ଅଗ୍ନି ଗମନାଗମନ ହେବ । ସେହିପରି ଉକ୍ତ ପାଞ୍ଚଦିନ ଯଜ୍ଞ କାର୍ଯ୍ୟସୂଚୀ ଅନୁଯାୟୀ ତା·୦୭-୦୪-୨୦୨୫ରିଖ ସୋମବାର ଦିବା ଘ. ୧୧.୩୦ମି. ପରେ ମଣ୍ଡଳ ବିନ୍ୟାସ ଦିବା ଘ.୨.୩୦ମି. ଗତେ ଦୀକ୍ଷାଗ୍ରହଣ, ସନ୍ଧ୍ୟା ଘ.୦୬.୪୫ମି. ଗତେ ଜଳଯାତ୍ରା, ପରେ ଆଙ୍କୁରାରୋପଣ ଆରମ୍ଭ ହେବ। ତା·୦୮:୦୪:୨୦୨୫ରିଖ ମଙ୍ଗଳବାର ଦିବା ଘ.୦୮.୩୦ମି ଗତେ କର୍ମାରମ୍ଭ,ସୂର୍ଯ୍ୟପୂଜା, ଶାଳାପୂଜା, ଦିବା ଘ. ୧୨.୪୫ ମି ମୁଖ୍ୟ ଦେବତା ପୂଜା, ଚଣ୍ଡିପାଠ,ଆଳତି, ପୁଷ୍ପାଞ୍ଜଳି ଅପରାହ୍ନ ଘ. ୪.୨୫ ମି ଗତେ କୁଣ୍ଡ ଓ ଅଗ୍ନି ସଂସ୍କାର ହୋମ, ଆରତୀ ଓ ପୁଷ୍ପାଞ୍ଜଳି ହେବା ସହ ତା ୦୯-୦୪-୨୦୨୫ ଠାରୁ ୧୧-୦୪-୨୦୨୫ (ବୁଧବାର
ଠାରୁ ଶୁକ୍ରବାର) ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ଘ.୦୮.୪୦ ମି. ଠାରୁ ସୂର୍ଯ୍ୟପୂଜା,ଶାଳା ପୂଜା, ମୁଖ୍ୟ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ମହାସ୍ନାନ ମହାପୂଜା, ଆରତୀ,ପୂଷ୍ପାଞ୍ଜଳି, ଅପରାହ୍ନ ଘ. ୪.୩୦ ଠାରୁ ଚଣ୍ଡୀ ହୋମ, ଆରତୀ ଓ ପୁଷ୍ପାଞ୍ଜଳି ହେବା। ତାପରେ ତା୧୨-୦୪-୨୦୨୫ ଶନିବାର ଦିବା ଘ.୧୦.୦ମି. ସୂର୍ଯ୍ୟପୂଜା ପରେ ଶାଳ ପୂଜା, ମୁଖ୍ୟ ଦେବୀଙ୍କ, ଷୋଡ଼ଶ ଉପଚାର ପୂଜା, ମହାସ୍ନାନ ମହାପୂଜା, ଆରତୀ,ପୁଷ୍ପାଞ୍ଜଳି, ଅପରାହ୍ନ ଘ. ୩.୩୫ ରେ କୁଣ୍ଡି ଅଗ୍ନିପୂଜା, ଘ.୦୪.୪୮ମି. ଚଣ୍ଡି ହୋମ, ଝାମୁ ଅଗ୍ନି ପୂଜା ପରେ ପୂଜକ ଅଗ୍ନିରେ ଚାଲିବା କାର୍ଯ୍ୟକ୍ରମ ରହିଛି । ପରିଶେଷରେ ରାତ୍ର ଘ.୯.୪୯ମି.ରେ ପୂର୍ଣ୍ଣାହୂତି ହେବା ସହ ଚରୁ ବିତରଣ କରାଯାଇ ଚୈତ୍ର ଯାତ୍ରା ସମାପନ ହେବ । ଉକ୍ତ ପାଞ୍ଚଦିନ ବହୁ ଭକ୍ତବୃନ୍ଦ ଆଖପାଖ ରାଜ୍ୟ ତଥା ଗାଁ ଗହଲିରୁ ଲକ୍ଷାଧିକ ଭକ୍ତ ସମାଗମ ଓ ପ୍ରଚଣ୍ଡ ଖରକୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ମଝିଘରିଆଣୀ ମନ୍ଦିର ପରିଚାଳନା କମିଟି,ରାୟଗଡ଼ ପକ୍ଷରୁ ରହିବା,ପ୍ରସାଦ ସେବନ,ଜଳପାନ ଭଳି ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ପ୍ରଦାନ କରି କହିଛନ୍ତି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *