ରାୟଗଡ଼ ଜିଲ୍ଲା ଚଇତି ୨୦୨୪ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟିତ
ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୪’ ପାଳନ ଉପଲେକ୍ଷ ୧୦/୧୨/୨୪ ତାରିଖ ଆଜି ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ । ଚଇତି ପାଳନ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରତ୍ୟକ୍ଷ ତତ୍ୱାବୋଧାନରେ ଚଇତି ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡି, ଉପଜିଲ୍ଲାପାଳ ରାୟଗଡ ତଥା ଚଇତି -୨୦୨୪ର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ତହସିଲଦାର, ରାୟଗଡ, ଅତିଥି ଭାବେ ଯୋଗ ଦେଇ କ୍ରୀଡା ମହୋତ୍ସବର ପ୍ରଥମ ପ୍ରତିଯୋଗିତା ଭାବେ ମିନି ମାରାଥନ ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲେନୁର, ପୋଲିସ ଆରଆଇ କବିବର ଦେହୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସ୍ଥାନୀୟ ରିଲାଏନ୍ସ ପମ୍ପ ନିକଟରୁ ହାଲୁଆ ତୋଟା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏଁ ପୁରୁଷ ଓ ମହିଳା ବର୍ଗରେ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ପ୍ରତିଯୋଗୀ ନିଜ ନାମ ପଞ୍ଜିକୃତ କରି ମିନି ମାରାଥନରେ ସାମିଲ ହୋଇଥିଲେ । ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ । ପୁରୁଷ ବର୍ଗରେ ରମେଶ ମାଳି ପ୍ରଥମ, ଦ୍ଵିତୀୟରେ ନିଦୁରାମ ମାଳି ଓ ଘାସିରାମ ବରାଳ ତୃତୀୟ ସ୍ଥାନରେ ରହିଥିବା ବେଳେ ମହିଳା ବର୍ଗରେ କଲ୍ୟାଣସିଂପୁରର ଲଳିତା ତିଆକା ପ୍ରଥମ ସ୍ଥାନରେ, ନିଳେନ୍ଦ୍ରି ମାଝୀ ଦ୍ଵିତୀୟରେ, ପିଙ୍କି ହିମିରିକା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ମହିଳା କବାଡି ଓ କିନ୍ନର ମାନଙ୍କ କବାଡି ଅନୁଷ୍ଠିତ ହୋଇଥିଲା । ଏଥିରେ ତହସିଲଦାର ରାୟଗଡ ପ୍ରିୟଦର୍ଶିନୀ ସ୍ୱାଇଁ,ମହିଳା ମହାବିଦ୍ୟାଳୟର କାର୍ଯ୍ୟକରି ସଭାପତି ଡ଼ଃ ଦୁଷ୍ମନ୍ତ ମହାନ୍ତି, ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ସେହିପରି ଆଜି ଅପରାହ୍ନରୁ ସ୍ଥାନୀୟ ଜିସିଡ଼ି ଉଚ୍ଚ ବିଦ୍ୟାଳୟ ପଡିଆରେ ପୁରୁଷ ବର୍ଗରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅମ୍ବାଗୁଡା ଇଣ୍ଡୋର ଷ୍ଟାଡିୟମରେ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ହୋଇଥିଲା ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ