October 23, 2025
Home » ରାୟଗଡ଼ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଅନୁଷ୍ଠିତ

ରାୟଗଡ଼ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଅନୁଷ୍ଠିତ

0
WhatsApp Image 2025-09-17 at 6.04.28 PM

 

ରାୟଗଡ଼ ପୌର ପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ତରୀୟ “ଅଙ୍ଗୀକାର ୨୦୨୫” ସଚେତନତା ଶିବିରର ଶୁଭ ଉଦଘାଟନ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୧୨୯୦ ତା ୧୫/୯/୨୦୨୫ କୁ ଭିତ୍ତି କରି ରାୟଗଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ପୌର ପରିଷଦ ଅଧକ୍ଷ ଯୋଗଦାନ କରିଥିଲେ ।

‘ପିଏମଏୟାଇ ୟୁଏ ୨.୦’ କୁ ଆବେଦନ ଯାଞ୍ଚ ଏବଂ ଗୃହ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୧୭, ୨୦୨୫ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ୨ ମାସିଆ ଏହି କାର୍ଯ୍ୟକ୍ରମ ଏକ ଦେଶବ୍ୟାପୀ ଅଭିଯାନରେ ଅଙ୍ଗୀକାର ୨୦୨୫, ୫ ହଜାରରୁ ଉର୍ଦ୍ଧ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ ଏବଂ ଗୃହ ଶିବିର ଅନ୍ତର୍ଭୁକ୍ତ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଏବଂ ସ୍ଥାୟୀ ଘର ପାଇଁ ନୂତନ ଆବେଦନକାରୀଙ୍କୁ ପ୍ରଧାନମନ୍ତ୍ରୀ-ସ୍ୱନିଧୂ, ପ୍ରଧାନମନ୍ତ୍ରୀ-ବିଶ୍ୱକର୍ମା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଗାଣ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପଞ୍ଜୀକୃତ କରାଯାଇଥିଲା। ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲାନଗର ଉନ୍ନୟନ ସଂସ୍ଥା ରାୟଗଡ଼ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଅଛି।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରୁ ରାୟଗଡ଼ ବ୍ୟାଙ୍କ ଗୁଡ଼ିକର ପ୍ରମୁଖ ଜିଲ୍ଲା ପରିଚାଳକ ଏବଂ ବିଭିନ୍ନ ସରକାରୀ ତଥା ପ୍ରାଇଭେଟ୍ ବ୍ୟାଙ୍କ ଅଧିକାରୀ, ଟାଟା ପାୱାର ସାଉଥକୋ ଡିଭିଜନ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ଟିମ୍ ଲିଡ ଡୁଡା,ସି.ଏଲ. ଟି. ସି, ଗୁଣୁପୁର ଏବଂ ଗୁଡ଼ାରୀ ପୌର ପରିଷଦର କର୍ମକର୍ତ୍ତା, ଗୋଷ୍ଠୀ ସଂଗଠିକା, ଏମ୍.ଆଇ.ଏସ. ସି.ପି,ପରିଷଦର ସମସ୍ତ କର୍ମକର୍ତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରୀ ଏବଂ ସାମାଜିକ ଗଣମାଧ୍ୟମର ପ୍ରତିନିଧ୍ ଉପସ୍ଥିତ ଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *