ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦଯାପିତ

ରାୟଗଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯକ୍ରମ ଗୁରୁବାର ତା:୦୭/୧୧/୨୪ ରିଖ ସକାଳ ୦୯.୩୦ ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଉଦଘାଟନ ହୋଇଯାଇଅଛି। ସୁରଭି ୨୦୨୪ କାର୍ଯକ୍ରମ ଅବସରରେ ଏକାଥରକେ ଶିଶୁ ମହୋତ୍ସବ,ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ୨୦୨୪,ଜିଲ୍ଲାସ୍ତରୀୟ କଳା ଉତ୍ସବ 909୪ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ୧୧ ଟି ବ୍ଲକର ପ୍ରାୟ ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ସମ୍ପ୍ରଦାୟ ତଥା ଗ୍ରାମାଞ୍ଚଳର ବିଦ୍ୟାର୍ଥିଙ୍କର ଯୁବ ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ ସହ ତାଙ୍କୁ ଉତ୍ସାହିତ କରିବା ସହ ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରି ବିକଶିତ କରିବା ପାଇଁ ସୁରଭି ବାଲ ମହୋତ୍ସବ ଏକ ସ୍ବତନ୍ତ୍ର ସ୍ଥାନ ଦେଉଅଛି । ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେଉଛି ଶିଶୁ ମହୋତ୍ସବ। ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ସୁରଭି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେଉଛି ଜିଲ୍ଳା ସ୍ତରୀୟ ସୁରଭି।ଆଜିର କାର୍ଯ୍ୟକ୍ରମରେ ସର୍ବମୋଟ ୨୯ଟି ପ୍ରତିଯୋଗିତା ରହିଥିଲା ।
ଉଦଘାଟନି ଓ ଉଦଯାପନୀ ଉତ୍ସବରେ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ: ମମତା ସାହୁ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଜଗନ୍ନାଥ ମେହେର, କୋଲନରା ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମୁରାରୀ ପ୍ରାସାଦ ସାହୁ , ଖିରେଶ୍ୱର ପ୍ରଧାନ ଓ ରାୟଗଡା ସଦର ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ କହିଥିଲେ ଯେ ଶିଶୁଙ୍କ ମୁଖରେ ମନୋବଳ ବୃଦ୍ଧି ସାଙ୍ଗକୁ ଆନନ୍ଦମୟ ପରିପ୍ରକାଶ ମୋ ହୃଦୟକୁ ଜୟ କରିପାରିଛି । ଜିଲ୍ଲା ଶିକ୍ଷାଧିକାରୀ ଏବଂ ତାଙ୍କ ବିଭାଗୀୟ ଅଧିକାରୀ,ଶିକ୍ଷକଶିକ୍ଷୟିତ୍ରୀ ପ୍ରକୃତ କଳାକୁ ମଞ୍ଚସ୍ଥ କରିବାରେ ସହଯୋଗ କରିଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ରାଜ୍ୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।
ସମଗ୍ର ଶିକ୍ଷାର ଉଦ୍ଦେଶ୍ଯ ସମସ୍ତଙ୍କ ପାଇଁ ଆନନ୍ଦମୟ ଶିକ୍ଷା ସହ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ସମାଜରେ ପ୍ରତିଷ୍ଠା ଲାଭ କରିବ ବୋଲି ଜିଲ୍ଳା ଶିକ୍ଷାଧିକାରୀ ଡ: ନାୟକ କହିଥିଲେ । ଏଗାରଟି ବ୍ଳକର ଗାଇଡ ଟିଚର୍ସ,ଗୋଷ୍ଠୀ ଶିକ୍ଷାଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷକ ସଂଘ କର୍ମକର୍ତ୍ତା ପ୍ରମୂଖ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ପ୍ରତିଯୋଗିତା ମଧ୍ୟରେ ସାଧାରଣ ଜ୍ଞାନ ଚିତ୍ରାଙ୍କନ ଓ ସାଂସ୍କୃତିକ କଳା ଏବଂ ଶିଳ୍ପକଳା,ହସ୍ତଶିଳ୍ପ, ଗୀତ, ସଙ୍ଗୀତ, ନୃତ୍ୟ, ବିତର୍କ, ପ୍ରବନ୍ଧ ଲେଖା,ଓଡ଼ିଆ ହସ୍ତାକ୍ଷର, ବକ୍ତୃତା ଏବଂ ସୃଜନଶୀଳ ଲେଖା, ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀଙ୍କ ନିମନ୍ତେ ସ୍ଵତନ୍ତ୍ର ପ୍ରତିଯୋଗୀତା,ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ସମେତ ୨୯ଟି ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନର ବିଦ୍ୟାର୍ଥୀ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରି ଯାହା ଅଭିଜ୍ଞତା ହାସଲ କରିଥାନ୍ତି ତାହା ତାଙ୍କୁ ଜୀବନତମାମ ପ୍ରେରଣା ଦେବାରେ ସହାୟକ ହୋଇଥାଏ। ଜିଲ୍ଲାର ୧୧ ଟି ବ୍ଲକର ୩୬୩ ଜଣ ଛାତ୍ର ଓ ୫୫ ଜଣ ସହାୟକ ଗୁରୁଜନ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ବ୍ଲକରୁ ୩୬ ଜଣ ଅଂଶଗ୍ରହଣ କରିଥିଲେ।
ସାସ୍କୃତିକ ପ୍ରତିଯୋଗିତାରେ ପଦ୍ମପୁର ପ୍ରଥମ,ଗୁଣପୁର ଦ୍ଵିତୀୟ,ଗୁଡ଼ାରୀ ତୃତୀୟ ସ୍ଥାନ ହାସଲ କରିଥିଲେ । ସମସ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲକାରୀଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପୁରସ୍କୃତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ। ତେବେ ସମସ୍ତ ପ୍ରତିଯୋଗିତାଗୁଡିକରେ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକୃତ ଛାତ୍ରଛାତ୍ରୀ ଆଗାମୀ ଡିସେମ୍ବର ୧୪-୧୬ ତାରିଖରେ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଉଦ୍ଘାଟନୀ ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାୟଗଡ଼ା ଗୋଷ୍ଟି ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅପରାହ୍ନ ସମାପନି କାର୍ଯ୍ୟକ୍ରମରେ କଲ୍ନୋରା ବିଈଓ ଧନ୍ୟବାଧ ଅର୍ପଣ କରିଥିଲେ । ସମଗ୍ର ଶିକ୍ଷାର କର୍ମକର୍ତ୍ତା, ଶିକ୍ଷକ ବୃନ୍ଦ ଆୟୋଜନରେ ସହଯୋଗ କରିଥିଲେ।ରାୟଗଡା ସରକାରୀ ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଓ ଜିସିଡି ହାଇସ୍କୁଲର ଶିକ୍ଷକ ଅଶୋକ ଦାସ ମଞ୍ଚ ପୟିଚାଳନା କରିଥିବା ବେଳେ ଏଙ୍କରିଙ୍ଗ କରିଥିଲେ ଦେବସ୍ମିତା ଜେନା ।
ରାୟଗଡା ଜିଲ୍ଳା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )