July 2, 2025
Home » ରାୟଗଡାରେ ନବ ଭାରତ ସାକ୍ଷରତା ପରିକ୍ଷା ଅନୁଷ୍ଠିତ

ରାୟଗଡାରେ ନବ ଭାରତ ସାକ୍ଷରତା ପରିକ୍ଷା ଅନୁଷ୍ଠିତ

0
WhatsApp Image 2025-03-25 at 9.06.12 AM

ରାୟଗଡା ଜିଲ୍ଲାରେ ନବ ସାକ୍ଷରଙ୍କ ପରିକ୍ଷା ଅନୁଷ୍ଠିତ ହୋଇଯାଇଛି। ରାୟଗଡା ବ୍ଳକ ର୧୫୨ ଗୋଟି କେନ୍ଦ୍ରରେ ରବିବାର ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୫ ବର୍ଷରୁ ଉର୍ଦ୍ଧ ୬୩୦ ଜଣ ଏଥିରେ ଯୋଗଦେଇ ନିଜର ନୂତନ ସାକ୍ଷରତା ଜ୍ଞାନର ପରିକ୍ଷା ଦେଇଥିଲେ। ନିଜନିଜ ଗ୍ରାମରେ ଥିବା ବିଦ୍ୟାଳୟ ଗୁଡିକରେ ପରିକ୍ଷା କେନ୍ଦ୍ର ମାନ ଆୟୋଜିତ ହୋଇଥିଲା। ରାୟଗଡା ଜିଲ୍ଲାର ୧୧ ଗୋଟି ବ୍ଲକର ୭୦୨ ଟି ସାମାଜିକ ଚେତନା କେନ୍ଦ୍ର ରୂପେ ବିବେଚିତ ପରୀକ୍ଷା କେନ୍ଦ୍ର ଗୁଡିକରେ ରବିବାର ଦିନ ୬୦୩୨ ଜଣ ନବ ସାକ୍ଷର ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଜଣାପଡିଛି । ଏହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଓଂଗ୍ରାହି ଶବର, ଛବିଲାଲ ସିଂ, ବଳରାମ ହୁଇକା ପ୍ରମୂଖ ସଠିକ ପରିଚାଳନା ତଦାରଖ ନିମନ୍ତେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ।


ନୂତନ ଶିକ୍ଷା ନିତୀ ୨୦୨୦ ର ଅଂଶବିଶେଷ ଏହି ନବ ଭାରତ ସାକ୍ଷରତା କାଯ୍ୟକ୍ରମ । ଏହା ମାଧ୍ୟମରେ ନିରକ୍ଷକଙ୍କ ସହଜ ଜୀବନ ଯାପନ ନିମନ୍ତେ ପଠନ ଓ ଲିଖନ ର ଆବଶ୍ୟକତା ଥିବା ପ୍ରକାଶ କରି ଜିଲ୍ଲାର ସାକ୍ଷରତା ହାର ବୃଦ୍ଧି ସହ ନିରକ୍ଷରତା ଦୂରୀକରଣ ଏବଂ ଯେପରି ଲୋକେ ନିଜ ଜୀବନ ସମ୍ପର୍କିତ ବିଷୟ ପଠନ ସହ ଜୀବନ ଜୀବିକାରେ ସାକ୍ଷରତା ରଙ୍ଗ ଆଣିପାରିବ, ସହଜରେ କେହି ଠକର ଶୀକାର ହୋଇପାରିବେ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାହକ ପ୍ରକାଶ କରିଛନ୍ତି ।
ଏହାର ଆୟୋଜନରେ ସମ୍ପୃକ୍ତ ବିଦ୍ୟାଳୟ ବା ସାମାଜିକ ଚେତନା କେନ୍ଦ୍ରର ପ୍ରଧାନ ଶିକ୍ଷକ କେନ୍ଦ୍ର ସଂଚାଳନ ଦାଇତ୍ଵ ନିର୍ବାହ କରିଥିଲେ, କ୍ଲଷ୍ଟର ସଂଯୋଜକ ଓ ସଂଯୋଜିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସହ ଏକବିଂଶ ଶତାବ୍ଦୀରେ ନାଗରିକଙ୍କ ନିରକ୍ଷରତା ଦୂରୀକରଣ ଏବଂ ଜୀବନ କୌଶଳ ଶିକ୍ଷା ଏହାର ମୌଳିକ ଉଦ୍ଦେଶ୍ଯ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ କହିଛନ୍ତି ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *