ରାୟଗଡା ଜିଲ୍ଲାରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଉଦଘାଟିତ

ସ୍ୱୟଂ ସହାୟକ ଗୋଷ୍ଠୀ ଶ୍ରମିକ ମାଆଙ୍କ ଲକ୍ଷ୍ୟକୁ ବୃଦ୍ଧି କରିବା ସହ ଉତ୍ତମ ରୋଜଗାର ବୃଦ୍ଧି କରିବା ଏକ ମହତ ଉଦ୍ଦେଶ୍ୟ ନେଇ ଭାରତର ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ” ଲଖପତି ଦିଦି” ନାମକ ଯୋଜନା ଆରମ୍ଭ କରିଛନ୍ତି । ଏନେଇ ରାୟଗଡା ଜିଲ୍ଲାରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ରାୟଗଡ଼ା ସ୍ତିତ ସ୍ଥାନୀୟ ଜି ସି ଡ଼ି ପଡ଼ିଆରେ ୧୧/୦୩/୨୫ ତାରିଖ ମଙ୍ଗଳବାର ଦିନ କାର୍ଯ୍ୟକ୍ରମ ସମାରୋହ ଆୟୋଜିତ ହୋଇଥିଲା । ଲକ୍ଷପତି ଦିଦି ଉପରେ ଆୟୋଜିତ ଏକ ଦିନିଆ ଜିଲ୍ଲା ସ୍ତରୀୟ କର୍ମଶାଳାର ଉଦ୍ଘାଟନୀ ଅଧିବେଶନରେ ଏଡିଏମ୍ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଂଜନ କହଁର ମୁଖ୍ୟ ଆଦିଥି ଭାବେ ଯୋଗ ଦେଇ ଲକ୍ଷପତି ଦିଦିଙ୍କ ମୁଖ୍ୟ ଆଭିମୁଖ୍ୟ ସମ୍ପର୍କ ବିଷୟରେ ନିଜର ବକ୍ତବ୍ୟ ରଖିଥିବା ବେଳେ ମିଶନ ଶକ୍ତି ମହିଳାଙ୍କ ଉକ୍ତ କର୍ମଶାଳା ମାଧ୍ୟମରେ ଆୟ ଉପାର୍ଜନ ଦିଗରେ ଉନ୍ନତ ସହ ନିଜକୁ ସୁଦୃଢ଼ କରିପାରିବେ ସେ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଉଦ୍ଘାଟନୀ ଭାଷଣ ଦେଇଥିଲେ । ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶଙ୍କର ଚାଲାନ ପ୍ରାରମ୍ଭିକ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଏହା ସିଡିଇଓ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଗ୍ରାମୀଣ ଜୀବିକା ମିଶନରେ ଉତ୍କୃଷ୍ଟ ଥିବା ୫ ଜଣଙ୍କ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନ ଚାଷ ପ୍ରଦର୍ଶନ କରାଯାଇଥିଲା ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲକ୍ଷ୍ୟ ଯାହା କି ମୁଖ୍ୟତଃ ମହିଳାମାନଙ୍କୁ ଦକ୍ଷତା ବିକାଶ ତାଲିମ ପାଇବାରେ ସାହାଯ୍ୟ କରିବ ଯେଉଁମାନେ ବର୍ଷକୁ ଅତି କମରେ ଏକ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଏହି ଯୋଜନାର ଲକ୍ଷ୍ୟକୁ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ୧୨୦୦୦ ପହଞ୍ଚିଥିବା ବେଳେ ଆଗକୁ ୩୦୦୦୦ ପହଞ୍ଚିବାର ଲକ୍ଷ୍ୟ ରହିଥିବା ଶ୍ରୀ ଖେମୁଣ୍ଡୁ କହିଛନ୍ତି । ଉକ୍ତ ଯୋଜନା ଅନ୍ତର୍ଭୁକ୍ତ ଥିବା ଗୋଷ୍ଟି ସହାୟକ ପାଣ୍ଠି ୧୫୦୦୦/- ଟଙ୍କାରୁ ୩୦୦୦୦/- ଟଙ୍କା ରହି ଥିବା ବେଳେ ଗୋଷ୍ଟି ବିନିଯୋଗ ପାଣ୍ଠି ୩୫ ଲକ୍ଷ ଟଙ୍କା ରୁ ୬୦ ଲକ୍ଷ ଟଙ୍କା ବୃଦ୍ଧି କରିବା ନେଇ ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ସିଡିଈଓ ଜିଲ୍ଲା ପରିଷଦ ।
ଗ୍ରାମାଞ୍ଚଳରେ ଥିବା ଏସହେଚଜିଙ୍କ ସଫଳତାକୁ ଦେଖି ଭାରତ ସରକାର ମହିଳା ହିତାଧିକାରୀଙ୍କ ରୋଜଗାର ବୃଦ୍ଧି କରିବା ପାଇଁ। କେନ୍ଦ୍ର ବଜେଟ୍ ୨୦୨୪ ରେ ପ୍ରାରମ୍ଭ ହୋଇଥିବା ଲକ୍ଷପତି ଦିଦି ଯୋଜନାରେ ସାମିଲ ହେବାକୁ ହେଲେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ମନିଟରିଂ ରିପୋର୍ଟ ଦେଖିପାରିବେ। ଏହି ଯୋଜନା ସହାୟତାରେ ଦେଶର ମହିଳାମାନେ ଆର୍ଥିକ,ସାମାଜିକ କ୍ଷେତ୍ରରେ ସସକ୍ତ ହୋଇପାରିଛନ୍ତି । ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ଏହି ଯୋଜନା ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବଶ୍ୟକ ଡକ୍ୟୁମେଣ୍ଟ୍ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡ଼ିଥାଏ।
ଲକ୍ଷପତି ଦିଦି ଗୋଷ୍ଠୀର ଏକ ଅଂଶ ଏବଂ ମହିଳାମାନେ ଗୋଷ୍ଠୀ ମାଧ୍ୟମରେ ନିଯୁକ୍ତି ସୁଯୋଗ ପାଇପାରିବେ ଯାହାକି ସେମାନଙ୍କର ଜୀବିକା ମଜବୁତ ହେବ । ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଓଡ଼ିଶା ଜୀବିକା ମିଶନ ଅଧୀନରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାର ସହିତ ଯୋଡିବା ପାଇଁ ଜାତୀୟ ଜୀବିକା ମିଶନ ଦ୍ୱାରା ଆଉ ଏକ ପ୍ରୟାସ କରାଯାଉଛି । ଏହି ପ୍ରୟାସରେ ମହିଳାମାନଙ୍କୁ ଲକ୍ଷପତି ଦିଦି କରାଯିବ। ଲକ୍ଷପତି ଦିଦି ହେବାର କାର୍ଯ୍ୟ ମହିଳାମାନଙ୍କ ଉପରେ ନ୍ୟସ୍ତ ହୋଇଛି। ଏଥିପାଇଁ ଯେଉଁ ମହିଳାମାନେ ଗୋଷ୍ଠୀରେ ଭଲ କାମ କରନ୍ତି ସେମାନଙ୍କୁ ଲକ୍ଷପତି ଦିଦି ହେବାର ସୁଯୋଗ ଦିଆଯିବ।ଏଣୁ,ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାକୁ ଯଥେଷ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି କର୍ମଶାଳାରେ ମତ୍ସ୍ୟ ବିଭାଗ,କୃଷି ବିଭାଗ,ଉଦ୍ୟାନ ବିଭାଗ,ପ୍ରାଣୀ ବିଭାଗ,,ଓଡ଼ିଶା ଜୀବିକା ମିସନ, ଅରମାସ ବିଭାଗର ଜିଲ୍ଲା ପଦାଧିକାରୀ ଯୋଗ ଦେଇ ଆର୍ଥିକ ସ୍ଥିତିର ଉନ୍ନତି ସହ ଉକ୍ତ କର୍ମଶାଳା ମାଧ୍ୟମରେ ନିଜକୁ କିପରି ସୁଦୃଢ କରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ନିଜ ନିଜ ବିଭାଗରେ ଥିବା ସରକାରୀ ଯୋଜନା ନେଇ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାର୍ଗଦର୍ଶାଇ ବୁଝାଇ ଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସକାଶେ ବ୍ୟାଙ୍କ ଋଣ ଦେବା ନେଇ କଣ ସୁବିଧା ରହିଛି ତାହା ନେଇ ଏଲଡିଏମ କହିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୦୦୦ ମହିଳା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ