October 24, 2025
Home » ରାୟଗଡା ଜିଲ୍ଲା ବିଜେଡିର ସଭାପତି ହେଲେ ଜଗନ୍ନାଥ ସାରକା

ରାୟଗଡା ଜିଲ୍ଲା ବିଜେଡିର ସଭାପତି ହେଲେ ଜଗନ୍ନାଥ ସାରକା

0
WhatsApp Image 2025-09-07 at 9.08.34 PM

 

ରାଜ୍ୟରେ ବିଜେଡି ଦଳର ଆଗଧାଡି ନେତୃତ୍ୱ ଭାସ୍କର ରାଓ ଛାଡ଼ିବେ ଦଳ!!!

ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲା ବିଜେଡିର ନେତୃତ୍ୱ ପାଇଁ ଜଗନ୍ନାଥ ସାରକାଙ୍କୁ ରାୟଗଡା ଜିଲ୍ଲା ବିଜେଡ଼ିର ନୂତନ ଜିଲ୍ଲା ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ରାୟଗଡା ଜିଲ୍ଲା ବିଜେଡ଼ିର ନୂତନ ସଭାପତିଙ୍କ ଘୋଷଣା ପରେ ଜିଲ୍ଲା ବିଜେଡିରେ ଭାସ୍କର ରାଓ ଗୋଷ୍ଠୀରେ ନିରାଶ ଦେଖା ଦେଇଥିବା ବେଳେ ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ବିବାଦ ଆହୁରି ଘନୀଭୂତ ହୋଇଛି। ଏ ନେଇ ଏନ ଭାସ୍କର ରାଓଙ୍କ ଗୋଷ୍ଠୀର ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, କାଉନସିଲର ଏବଂ ବରିଷ୍ଠ ନେତାମାନେ ଭାସ୍କର ରାଓଙ୍କ ବାସଭବନରେ ଏକତ୍ରିତ ହୋଇ ଆଲୋଚନା କରୁଛନ୍ତି ଏପରିକି ୨୦୨୪ ନିର୍ବାଚନ ସମୟରେ ଭାସ୍କର ରାଓଙ୍କୁ ଜିଲ୍ଲା ସଭାପତି ଘୋଷଣା କରାଯିବା ପରେ ତେଜସ୍ଵୀ ହୋଟେଲ ମୁହଁରେ ଥିବା ପଡ଼ିଆରେ ଉଦଘାଟିତ ବିଜେଡି କାର୍ଯ୍ୟାଳୟ ନାମଫଳକ ଉପରେ ଗତକାଲି ଧଳା ରଙ୍ଗରେ ରଙ୍ଗ କରାଯାଇଥିବା ଦେଖାଦେଇଛି।
ବରିଷ୍ଠ ବିଜେଡି ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ରାୟଗଡା ଜିଲ୍ଲାର ରାଜନୈତିକ ଇତିହାସରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ,ଯାହାଙ୍କ ବିନା ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ପ୍ରାର୍ଥୀତ୍ୱ କିମ୍ବା ପୌର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରଭାବିତ ହୋଇଥାଏ । ରାୟଗଡା ଜିଲ୍ଲାର ନୂତନ ବିଜେଡି ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ଘୋଷଣା ପରେ ଏହି ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଥିବା ନେଇ ଦଳୀୟ ଗୋଷ୍ଟିରେ ଚର୍ଚ୍ଚା ଜୋର ଧରିବା ଫଳରେ ରାୟଗଡ଼ା ବିଜେଡି କାର୍ଯ୍ୟାଳୟର ଫଳକ ଧଳା ରଙ୍ଗରେ ରଙ୍ଗ କରାଯାଇଛି।
ଯଦି ୨୦୧୯ ଓ ୨୦୨୪ ନିର୍ବାଚନରେ ବିଜେଡିର ଫଳାଫଳ ଦେଖିବାକୁ ଗଲେ ସୁଧୀର ଦାସଙ୍କ ଜିଲ୍ଲା ସଭାପତିତ୍ବରେ ୨୦୧୯ରେ ବିଜେଡି ରାୟଗଡ଼ ବିଧାନସଭା ଏବଂ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରେ ପରାସ୍ତ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ​​ସୁଧୀର ଦାସଙ୍କ ଜିଲ୍ଲା ସଭାପତିଙ୍କ ସ୍ଥାନରେ ଏନ ଭାସ୍କର ରାଓଙ୍କ ସ୍ଥାନିତ ପରେ ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇଥିଲା।
ରାୟଗଡ଼ା ଜିଲ୍ଲାରେ ବିଜେଡି ଦଳର ଉଭୟ ଗୋଷ୍ଟି ବିବାଦ ଯୋଗୁଁ ୨୦୧୯ ଏବଂ ୨୦୨୪ ନିର୍ବାଚନରେ ​​ରାୟଗଡ଼ ବିଧାନସଭା ଏବଂ କୋରାପୁଟ ଲୋକସଭା ଆସନ ହରାଇବାକୁ ପଡିଥିଲା।
ଭାସ୍କର ରାଓ ଗୋଷ୍ଟି ବିଷୟରେ ଦେଖିବାକୁ ଗଲେ ୨୦୨୪ ନିର୍ବାଚନରେ ରାଜ୍ୟ ବିଜେଡି ସଂଗଠନ ଏନ ଭାସ୍କର ରାଓଙ୍କ ଅଜ୍ଞାତରେ ରାୟଗଡ଼ା ଜିଲ୍ଲାର ତିନୋଟି ବିଧାନସଭା ମଣ୍ଡଳୀର ପାର୍ଥି ଘୋଷଣାରେ ମୁଖ୍ୟତଃ ରାୟଗଡ଼ ଆସନକୁ ନେଇ ବିବାଦବିବାଦ ମଧ୍ୟରେ ଭାସ୍କର ରାଓ ଗୋଷ୍ଠୀର ବରିଷ୍ଠ ସଦସ୍ୟଙ୍କ ସମେତ ସାମୁହିକ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ।
ବର୍ତମାନ ଜଗନ୍ନାଥନଙ୍କ ସଭାପତି ପଦ ପାଇଁ ପ୍ରାର୍ଥୀତ୍ୱ ଘୋଷଣା ପରେ ଏନ ଭାସ୍କର ରାଓଙ୍କ ନେତୃତ୍ୱରେ ବିଜେଡି ନେତାମାନେ ସାମୂହିକ ଇସ୍ତଫା ଦେବେ ବୋଲି କଳ୍ପନାଜଳ୍ପନା ବୃଦ୍ଧି ପାଇବା ସହ ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ରାଜ୍ୟ ବିଜେଡି ସଂଗଠନ ଦ୍ୱାରା ଭାସ୍କର ରାଓ ଗୋଷ୍ଠୀକୁ ବାରମ୍ବାର ଅବହେଳା ନେଇ ପରିଶେଷରେ ନିରାଶୀ ଏନ ଭାସ୍କର ରାଓଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ଗୋଷ୍ଟି ଚରମ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *