July 1, 2025
Home » ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଶ୍ରମିକ ଦିବସ ପାଳିତ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଶ୍ରମିକ ଦିବସ ପାଳିତ

0
WhatsApp Image 2025-05-01 at 11.01.30 PM

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅଦ୍ୟ ତା-୦୧.୦୫.୨୦୨୫ ରିଖ ଗୁରୁବାର ସମୟ ୦୧ ଘଣ୍ଟିକ ସମୟରେ ସ୍ଥାନୀୟ ସିଭିଲ କୋଟ ପରିସରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି I ଅନ୍ୟପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀମତି ସ୍ୱେତା ମିଶ୍ର, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ, ରାୟଗଡା ଏସପି ଅଫିସର ଡିଏସପି ରବୀନ୍ଦ୍ର କୁମାର ପାତ୍ର, ଡିଭିଜନାଲ ଲେବର କମିଶନର ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ, ଜିଲ୍ଳା ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ, ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାନେଲ ଓକିଲ୍ ଦେବରାଜ ନାୟକ, ପାରା ଲିଗାଲ ଭଲ୍ୟୁଣ୍ଟରଙ୍କ ସମେତ ସମସ୍ତ ଶ୍ରମିକ ଏହି ସଭାରେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣରେ ଶ୍ରମିକ ମାନଙ୍କର ଅଧିକାର, ସରକାରଙ୍କ ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥିବା ଆଇନର ବିଭିନ୍ନ ଦିଗ ସଂପର୍କରେ ନିଜ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ I ଏହି ଉତ୍ସବରେ ବହୁ ଶ୍ରମିକ ହିତାଧିକାରୀଙ୍କୁ ମୃତ୍ୟକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ଶ୍ରମ ପଞ୍ଜିକା (ଲେବର କାର୍ଡ)ବିତରଣ କରାଯାଇଥିଲା I ପରିଶେଷରେ ଓକିଲ ଶ୍ରୀ ଦେବରାଜ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଶ୍ରମିକ ଓ ମାନ୍ୟବର ଅତିଥିଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମପିତ ହୋଇଥିଲା ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *