August 27, 2025
Home » ରାୟଗଡା ନବନିର୍ମିତ ସ୍ବୟମ୍ଭ ବରଦା ବାଲୁଙ୍କେଶ୍ବର ମନ୍ଦିରର ପ୍ରତିଷ୍ଠା ଉତ୍ସବ ପ୍ରାରମ୍ଭ

ରାୟଗଡା ନବନିର୍ମିତ ସ୍ବୟମ୍ଭ ବରଦା ବାଲୁଙ୍କେଶ୍ବର ମନ୍ଦିରର ପ୍ରତିଷ୍ଠା ଉତ୍ସବ ପ୍ରାରମ୍ଭ

0
WhatsApp Image 2025-02-24 at 7.06.27 PM

ରାୟଗଡା ନବ ନିର୍ମିତ ସ୍ବୟମ୍ଭ ବରଦା ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ୨୪/୦୨/୨୫ ତାରିଖରୁ ଠାରୁ ମହାସମାରୋହରେ ପ୍ରାରମ୍ଭ ହୋଇଯାଇଛି । ବିଶ୍ବର କଲ୍ୟାଣ ନିମିତ ଆୟୋଜିତ ଉକ୍ତ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମକୁ ଶାସ୍ତ୍ରଜ୍ଞ ତଥା ପଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଯୁକ୍ତ ଦ୍ବାଦଶୀ ଇଂରାଜୀ ତା. ୨୪.୦୨.୨୦୨୫ ସୋମବାର ଠାରୁ ଫାଲଗୁନ ମାସ ଶୁକ୍ଳପକ୍ଷ ତୃତୀୟା ଇଂରାଜୀ ତା. ୦୨.୦୩.୨୦୨୫ ରବିବାର ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ପ୍ରଥମ ଦିବସ ୨୪/୦୨/୨୫ ତାରିଖ ଆଜି ସୋମବାର ଦିନରେ ଦୀକ୍ଷାଗ୍ରହଣ, ଜଳଯାତ୍ରା, ଅଙ୍କୁରା ରୋପଣ କର୍ମାରମ୍ଭ ଶାଲାସଂସ୍କାର, କୁଣ୍ଡାଗ୍ନି ସଂସ୍କାର ,ସବିଗ୍ରହ ପ୍ରାସାଦ ଧାନ୍ୟାଧିବାସ ହୋମ ଆରତୀ ପୁଷ୍ପାଞ୍ଜଳୀ ହୋଇଥିଲା । ଦ୍ଵିତୀୟ ଦିବସ ୨୫.୦୨.୨୦୨୫ ତାରିଖ ମଙ୍ଗଳବାର ଦିନ କର୍ମାରମ୍ଭ ସୂର୍ଯ୍ୟପୁଜା, ଗୋପୂଜା ଶାଲଙ୍ଗୀ ଭୂତ ସମସ୍ତ ଦେବତା ପୂଜା, ବାଲୁଙ୍କେଶ୍ବର ମହାଦେବଙ୍କ ଷୋଢଶ ଉପଚାର ପୂଜା, ମହାରୁଦ୍ରାଭିଷେକ ବିଲ୍ଵପତ୍ରାର୍ଚନ ସବିଗ୍ରହ ସ୍ନାନାଧିବାସ ଓ ପ୍ରାଣ ପ୍ରତିଷ୍ଠା ହୋମ ଆରତୀ ପୁଷ୍ପାଞ୍ଜଳି , ତୃତୀୟ ଦିବସ ୨୬.୦୨.୨୦୨୫ ତାରିଖ ବୁଧବାର ଦିନ କର୍ମାରମ୍ଭ ଅନ୍ୟ ସବୁ ପୂର୍ବବତ ସହ ଶିବରାତ୍ର ଅବସରରେ ବିଶେଷ ପୂଜା ବିଧାନ ସହ ଅଷ୍ଟାଧ୍ୟାୟୀରେ ହୋମ ଆରତୀ ପୁଷ୍ପାଞ୍ଜଳି ,ଚତୁର୍ଥ ଦିବସ ୨୭. ୦୨.୨୦୨୫ ତାରିଖ ଗୁରୁବାର ଦିନ ଓ ପଞ୍ଚମ ଦିବସ ୨୮.୦୨.୨୦୨୫ ତାରିଖ ଶୁକ୍ରବାର ଦିନ କର୍ମାରମ୍ଭ ଅନ୍ୟସର୍ବ ପୂର୍ବବତ୍,ଷଷ୍ଟ ଦିବସରେ ୦୧.୦୨.୨୦୨୫ ତାରିଖ ଶନିବାର ଦିନ ନୂତନ ବିଗ୍ରହ ଗୁଡିକ ପ୍ରାଣ ପ୍ରତିଷ୍ଠାସ୍ନାନ ଇତ୍ୟାଦି ,ସପ୍ତମ ଦିବସ ୦୨.୦୩.୨୦୨୫ ତାରିଖ ରବିବାର ଦିନ ନୂତନ ବିଗ୍ରହ ଗୁଡିକ ସିଂହାସନାରୂଢ ପୂଜ ସ୍ଥାପନ ତ୍ରିଶୁଳ ପ୍ରତିଷ୍ଠା ହେବ । ଏଥିସହ ପୂର୍ଣ୍ଣାହୂତି ରାତ୍ର ଘ. ୭.୨୦ ମିନିଟ୍ ଅତି ପ୍ରସସ୍ଥ କନ୍ୟା ଲଗ୍ନେରେ ହେବା । ଏହି ପବିତ୍ର ସମୟ ଅବସରରେ ମହାଦେବଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ମନ୍ଦିରକୁ ଆସୁଥିବା ଶହ ଶହ ଭକ୍ତ ଶ୍ରଦ୍ଧାଳୁ ମହାଦେବଙ୍କ କୃପା ଲାଭ କରିବା ସହ ଉକ୍ତ ସାତ ଦିନ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତ୍ୟେକ ଦିନ ୧୨.୦୦ ରୁ ଘ. ୩.୦୦ ପର୍ଯ୍ୟନ୍ତ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *