October 23, 2025
Home » ରାୟଗଡା ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ଟପ୍ପର ଦଶଜଣଙ୍କ ମଧ୍ୟରୁ ପ୍ରମିଳା କିଣ୍ଡୋ ନବମ ସ୍ଥାନରେ କୃତିତ୍ୱ ଅର୍ଜନ

ରାୟଗଡା ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ଟପ୍ପର ଦଶଜଣଙ୍କ ମଧ୍ୟରୁ ପ୍ରମିଳା କିଣ୍ଡୋ ନବମ ସ୍ଥାନରେ କୃତିତ୍ୱ ଅର୍ଜନ

0
WhatsApp Image 2025-04-28 at 3.28.00 PM

ଦକ୍ଷିଣ ଓଡ଼ିଶା ବ୍ରହ୍ମପୁର ବିଶବବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଫଳ ପ୍ରକାଶ ପାଇଛି l ବିଶ୍ଵ ବିଦ୍ୟାଳୟ ତରଫରୁ ଗୃହ ବିଜ୍ଞାନ ବିଭାଗରେ ଦଶ ଜଣଙ୍କ ମଧ୍ୟରୁ ରାୟଗଡା ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି l ରାୟଗଡ଼ା ମହିଳା ମହବିଦ୍ୟାଳୟର ଏହି ସଫଳତା ଅବିଭକ୍ତ କୋରାପୁଟ ଜିଲ୍ଲା ସହ ସମଗ୍ର ଦକ୍ଷିଣ ଓଡିଶାରେ ପରିଚୟ ସୃଷ୍ଟି କରିଛି l ଏଭଳି ଫଳ ପ୍ରକାଶ ପାଇବା ପରେ ଗୃହ ବିଜ୍ଞାନ ପ୍ରତି ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରିଛନ୍ତି l ଟପ୍ପର ଦଶ ଜଣଙ୍କ ମଧ୍ୟରୁ ପ୍ରମିଳା କିଣ୍ଡୋ ନବମ ସ୍ଥାନ ଗ୍ରହଣ କରିଛନ୍ତି l କୃତିଛାତ୍ରୀଙ୍କ ଏହି ସଫଳତା ପାଇଁ ଗୁହ ବିଜ୍ଞାନ ବିଭାଗୀୟା ମୁଖ୍ୟ ଶ୍ରୀମତୀ ନିହାର୍ ବାଳl ପଣ୍ଡା, ଶ୍ରୀମତୀ ଭାରତୀ ଚୌଧୁରୀ, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ଆଦେଶ ଓ ଅଧ୍ୟାପନା ଶୈଳୀ ନେଇ ପ୍ରଶଂସିତ କରିଛନ୍ତି l ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷl ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଧ୍ୟାପିକାମାନଙ୍କୁ ପ୍ରଶଂସା କରିଛନ୍ତି l ମହିଳା ମହା ବିଦ୍ୟାଳୟ ଏଭଳି ସଫଳତା ସମଗ୍ର ଜିଲ୍ଲାର ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିଛି l

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *