February 23, 2025
Home » ରାୟଗଡା ରେଳଷ୍ଟେସନ ଠାରୁ କୋଲକାତା – କାମାକ୍ଷା ଅଭିମୁଖୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ

ରାୟଗଡା ରେଳଷ୍ଟେସନ ଠାରୁ କୋଲକାତା – କାମାକ୍ଷା ଅଭିମୁଖୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ

0

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଯାତ୍ରା କଲେ ଛଅଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ

ରାୟଗଡା ରେଳଷ୍ଟେସନ ଠାରୁ କୋଲକାତା – କାମାକ୍ଷା ଅଭିମୁଖୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ୧୮ ଫେବୃଆରୀ ୨୦୨୫ ତାରିଖ ଦିନ ସକାଳ ୧୧.୩୫ ସମୟରେ ରାୟଗଡ଼ା ଜିଲ୍ଲାପାଳ ପରୁଲ ପଟୱରି ଏବଂ ରାୟଗଡ଼ା ଡି ଆର ଏମ ଅମିତାଭ ସିଂହଲ ଙ୍କ କରକମଳରେ ନାଲି ରିବନ କାଟିବା ସହ ସବୁଜ ପତାକା ଦେଖାଇ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏଥି ସକାଶେ ରାୟଗଡ଼ା ରେଳ ଷ୍ଟେସନ ପରିସରରେ ଏକ ସ୍ବତନ୍ତ୍ର ସଭା ଆୟୋଜିତ ହୋଇଥିଲା। ଏଥିରେ ରାୟଗଡ଼ା ଜିଲ୍ଲାପାଳ,ରାୟଗଡ଼ା ରେଳ ବିଭାଗର ମଣ୍ଡଳ ଅଧିକାରୀ,ପର୍ଯ୍ୟଟନ ବିଭାଗୀୟ ସଚିବ, ଜେଡପି ଅଧ୍ୟକ୍ଷା,ରାୟଗଡ଼ା,କଲନରା ବ୍ଲକ ଅଧ୍ୟକ୍ଷା,ରାୟଗଡ଼ା ପୌରପରିଷଦ ଅଧ୍ୟକ୍ଷା ମଞ୍ଚଷିନ ଥିଲେ । ମଞ୍ଚାସିନ ଥିବା ଅତିଥିମାନେ ସମସ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନେଇ ଶୁଭେଚ୍ଛା ବାର୍ତା ପ୍ରଦାନ କରି ତୀର୍ଥଯାତ୍ରୀମାନଙ୍କୁ ପାଞ୍ଚଟି ଡମ୍ମି ଟିକେଟ୍ ଏବଂ ପାଞ୍ଚଟି କିଟ୍ ବ୍ୟାଗ୍ ବଣ୍ଟନ କରିଥିଲେ ।

ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ବରିଷ୍ଠ ନାଗରିକ ମାନଙ୍କୁ ତଥା ୭୦ ରୁ ୭୫ ବର୍ଷ ବୟସ୍କ ନାଗରିକଙ୍କୁ ଚୟନ କରାଯାଇ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର (ପର୍ଯ୍ୟଟନ ବିଭାଗ) ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଉକ୍ତ ତୀର୍ଥଯାତ୍ରା ଯୋଜନାଟି ଯିବା ଆସିବା, ରହିବା ,ଖାଦ୍ୟ ପାନୀୟର ବ୍ୟବସ୍ଥା, ଗସ୍ତ ଜଗୁଆଳୀ,ପଥ ପ୍ରଦର୍ଶକ,ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଭଳି ସମସ୍ତ ସୁବିଧାର ବ୍ୟବସ୍ଥା ରହିଛି ।
ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବକୁ ଉପଭୋଗ କରିବାକୁ ଚଳିତ ବର୍ଷ ଏହି ଯାତ୍ରାରେ ସିରିଡି, ନାସିକ, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଅଯୋଧା,ବାରଣାସୀ ଇତ୍ୟାଦି ତୀର୍ଥସ୍ଥାନ ଯାତ୍ରାରେ ପରିଭ୍ରମଣ ପାଇଁ ରାୟଗଡା ଜିଲ୍ଳାର ୧୧୮, କୋରାପୁଟର ୧୬୮, ନବରଙ୍ଗପୁରର ୧୪୮, ମାଲକାନଗିରି ୭୫, ନୂଆପଡା ଜିଲ୍ଳାର ୭୪ ଏବଂ କଳାହାଣ୍ଡିର ୧୯୨ ଜଣ ତୀର୍ଥଯାତ୍ରା ସହ ଛଅଟି ଜିଲ୍ଲାର ସମୁଦାୟ ୭୭୫ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ପାଇଁ ଯତ୍ନ, ସତର୍କ ସହକାରେ ସୁରକ୍ଷିତ ଯାତ୍ରା ସକାଶେ ପ୍ରତି ଜିଲ୍ଲାରୁ ୫ଜଣ ଗାଇଡ ହିସାବରେ ସମୁଦାୟ ୩୦ ଜଣ ଏସକର୍ଟ ଗାଇଡ ସମେତ ୬ ଜଣ ଡାକ୍ତରୀ ଦଳ ଉକ୍ତ ଟ୍ରେନରେ ତୀର୍ଥରେ ବାହାରିଛନ୍ତି ।
ଗତକାଲି ଆସିଥିବା ଉକ୍ତ ଛଅଟି ଜିଲ୍ଳାର ତୀର୍ଥଯାତ୍ରୀଙ୍କୁ ଏହି ଅବସରରେ ରାୟଗଡାରେ ରହଣୀ ବ୍ୟବସ୍ଥା ସହ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ତୀର୍ଥଯାତ୍ରା ଆରମ୍ଭ ପୂର୍ବରୁ ଆଜି ସକାଳେ ରାୟଗଡା ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।


ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୧୯୮୮ ରୁ ଉର୍ଦୁ ବରିଷ୍ଠ ନାଗରିକ ୩୩ଟି ପର୍ଯ୍ୟାୟରେ ମଦୁରାଇ,ରାମେଶ୍ବରମ, ପ୍ରୟାଗରାଜ, ବାରଣାସୀ, ହରିଦ୍ରାର ଋଷିକେଶ, ଆଜମେର, ପୁଷ୍କର ତିରୁପତି ବାଲାଜୀ ଭେଲୋର ଶ୍ରୀକାଳାହସ୍ତି, ଶିରିଡି, ନାସିକ, ତ୍ରୟୋମ୍ବକେଶ୍ବର, ଭେଲନକାନୀ, ନାଗାପଟିନମ ତାଞ୍ଜାବୁର, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଆଗ୍ରା,ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ।
ଚଳିତବର୍ଷ ୮୦୦୦ ବରିଷ୍ଠ ନାଗରିକ ୧୦ ଟିପର୍ଯ୍ୟାୟରେ ସିରିଡି, ନାସିକ, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଅଯୋଧା,ବାରଣାସୀ ଆଦି ତୀର୍ଥସ୍ନାନ ଭ୍ରମଣର ସୁଯୋଗ ପାଇବେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବ, ସିଡ଼ିଇଓ ଯେଡପି, ପିଏଆଇଟିଡିଏ ରାୟଗଡ଼ା, ଏଏସପି,ଆଇଆରସିଟିଶିର ରେଜିନାଲ ମ୍ୟାନେଜର ଅନୁଜ ଦତ୍ତ, ସମେତ ରେଳବାଇ ଆଇଆରସିଟିସି କର୍ତୁପକ୍ଷ ଏବଂ ରାୟଗଡା ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।


ଏହି ତୀର୍ଥଯାତ୍ରା ଭ୍ରମଣ ନିମନ୍ତେ ରାୟଗଡା ଠାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଳପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ନାରାୟଣ ମିଶ୍ର ପରିଚାଳନା କରିଥିବା ବେଳେ ଡିଆଇପିଆରଓ ବସନ୍ତ ପ୍ରଧାନ ଯୋଗ ଦେଇଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *