ରାୟଗଡ ଜିଲ୍ଲାପାଳଙ୍କ ବଦଳି,ନୁତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଓସେପା’ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ
ଓଡ଼ିଶା ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ, ଭୁବନେଶ୍ୱର ଦ୍ୱାରା ୦୭ ଅଗଷ୍ଟ ୨୦୨୪ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ୧୯ ଜଣ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରାଯାଇଛି । ୭୭ତମ ସ୍ୱାଧିନତା ଦିବସ ପାଳନ ପୁର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସରକାରଙ୍କ ଏହା ପ୍ରଥମ ଥର ପାଇଁ ରାଜ୍ୟରେ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । କେନ୍ଦ୍ରାପଡା, ବାଲେଶ୍ୱର, ବୈଦ୍ଧ, ଜଗତସି°ହପୁର, ମାଲକାନଗିରି, କାଳାହାଣ୍ଡି, ସମ୍ବଲପୁର, ନୟାଗଡ଼, ରାୟଗଡ, ସୁନ୍ଦରଗଡ, ଦେଓଗଡ, ନୁଆପଡା, ଢେଙ୍କାନାଳ, କାନ୍ଧମାଳ, ଭଦ୍ରକ, କଟକ, ମୟୂରଭଞ୍ଜ, ଜାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଛି । ଏଥି ମଧ୍ୟରୁ ରାଜ୍ୟ ସରକାର ୨୦୧୫ ଆଇଏଏସ ବ୍ୟାଚର ଶ୍ରୀମତୀ ପାରୁଲ ପାଟୱାରୀ, ଆଇଏଏସଙ୍କୁ ରାୟଗଡ଼ର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀମତି ପାରୁଲ ବର୍ତମାନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସହ “ମୋ ସ୍କୁଲ”ର ଅତିରିକ୍ତ ସଦସ୍ୟ ସଚିବ ଦାୟିତ୍ବରେ ଅଛନ୍ତି । ଏଥି ପୁର୍ବରୁ ସେ ଜଗତ୍ସିଂହପୁରର ଜିଲ୍ଲାପାଳ ଥିଲେ । ସେହିପରି ରାୟଗଡ଼ା ବର୍ତମାନର ୨୦୧୯ ବ୍ୟଚର ଆଇଏଏସ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଭାନ୍ ମହାଜନଙ୍କୁ ସୁନ୍ଦରଗଡର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ପ୍ରକାଶ ଥାଉ କି ଯେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଜାନୁୟାରୀ ୨୨, ୨୦୨୪ରେ ସୋମବାର ଦିନ ଓଡିଶା ବିଜେଡି ସରକାର ୩୮ଟି ଆଇଏଏସ୍ ଅଧିକାରୀଙ୍କ ସମେତ ୧୭ଟି ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରିଥିଲେ ।
ରିପୋର୍ଟ: ରାୟଗଡ଼ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )