ରାୟଗଡ ମୁକୁନ୍ଦୁପୁର ଘାଟିରେ ଯାତ୍ରୀବାହୀ ବସ ଓଲଟି ୨୩ ଜନ ଆହତ

ଗାଡ଼ି ଚାଳକ ଅସାବଧାନତା ହେତୁ ଦୁର୍ଘଟଣା ଘଟିଲା – ଯାତ୍ରୀଙ୍କ ଅଭିଯୋଗ
ଗୁରୁବାର ଭୋର୍ ସମୟରେ ବ୍ରହ୍ମପୁର ହିଞ୍ଜିଳିକାଟୁରୁ ରାୟଗଡ଼ା ଟିକିରି ଅଭିମୁଖେ ଆସୁଥିବା ଓଡି-୨୧-ଏ-୩୭୭୭ ନମ୍ବର ବିଶିଷ୍ଟ ତୋଫାନ ନାମକ ଏକ ଯାତ୍ରୀବାହୀ ବସ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦୁପୁର ଘାଟିରେ ବୁଲାଣିରେ ଟର୍ଣ୍ଣିଂ ବେଳେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୨୩ ଜଣ ଯାତ୍ରୀ ଆହତଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ଆହତ ଯାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଆଣି ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବ ବେଳେ ଅନ୍ୟ ଆହତଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି । ଉକ୍ତ ଘଟଣା ନେଇ ଡ୍ରାଇଭରର ଅସାବଧାନତା ସହ ଗାଡ଼ି ଚଳାଉଥିବା ହେତୁ ଏପରି ଅଘଟଣ ଘଟିଛି ବୋଲି ଆହତ ଯାତ୍ରୀ ଅଭିଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )