October 16, 2024
Home » ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ !

ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ !

0

ଛତ୍ରପୁର: ଛତ୍ରପୁର ସହରର ବିଭିନ୍ନ ଦେବୀପୀଠ ମାନଙ୍କରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ତେଣୁ ପ୍ରମୁଖ ଶକ୍ତିପୀଠ ଅବା ଦେବୀ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଷୋଡଶ ଉପଚାରରେ ଯଥା ରୀତିରେ ବିଧିବଦ୍ଧ ଭାବେ ଅବକାଶ, ସୂର୍ଯ୍ୟ ପୂଜା,ମଙ୍ଗଳ ଆରତୀ, ବାଳ ଭୋଗ ଆଦି ସମାହିତ ହୋଇଆସିଛି । ସନ୍ଧ୍ୟା ସମୟରେ ମାଆଙ୍କ ପୀଠରେ ଆଳତୀ ପରେ ଚଣ୍ଡୀ ପାଠ ସହିତ ବିଭିନ୍ନ ଗୁପ୍ତ ପୂଜା, ଦଶ ମହାବିଦ୍ୟା ପୂଜାର୍ଚ୍ଚନା କରାଯାଇଥାଏ । ଛତ୍ରପୁର ରିକାପଲ୍ଲୀ ସ୍ଥିତ କଳ୍ପବାସିନୀ ପୀଠରେ ଗୁରୁବାର ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ତେଣୁ ଉକ୍ତ ଅଞ୍ଚଳରେ ଚଳଚଞ୍ଚଳ ସହ ପାର୍ବଣ ସମ୍ଭାର ସରଗରମ ହୋଇ ଉଠିଛି ।

ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲି ମୁଖ୍ୟ ଉଦ୍ୟକ୍ତା ଭାବେ ଏହି ପୀଠରେ ନବରାତ୍ର ପୂଜା ତାଙ୍କରି ପୃଷ୍ଠପୋଷକତାରେ ସମାହିତ ହୋଇଆସୁଛି ।
ନବମୀ ଠାରୁ ମା’ ଙ୍କ ବିଭିନ୍ନ ବେଶ କରାଯିବାର ରହିଛି ପରମ୍ପରା । ମାଆଙ୍କ ଦିବ୍ୟ ଦର୍ଶନ ଦେଖିବା ପାଇଁ ଦୂରଦୂରାନ୍ତରୁ ଶହଶହ ଭକ୍ତଙ୍କ ସମାଗମ ହୋଇଛି । ଏଠାରେ ମାଆଙ୍କ ଦିବ୍ୟ ଦର୍ଶନ କରିବା ସହ ମା’ ଙ୍କ ପାଖରେ ମାନସିକ ଲାଗି କରିଥାଆନ୍ତି । ବିଭିନ୍ନ ଦେବୀ ମନ୍ଦିରରେ ଅବା ଶକ୍ତିପୀଠମାନଙ୍କ ରେ ଦଶହରା ଦିନ ମା’ ଙ୍କ ଦଶମୀ ପୂଜା ଆୟୋଜନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଉଥିବା ଜଣାଯାଇଛି ।।

Leave a Reply

Your email address will not be published. Required fields are marked *